www.samajalive.in
Sunday, December 7, 2025
18.1 C
Bhubaneswar

ଦୁଇ ବର୍ଷ ଭିତରେ ଲେଖା ହେବ ଦେଶର ସୀମା ଇତିହାସ : ରାଜନାଥ

ନୂଆଦିଲ୍ଲୀ : ଦେଶର ସୀମା ଇତିହାସ ଲେଖିବାପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅନୁମତି ଦେଇଛନ୍ତି। ଭାରତୀୟ ଇତିହାସ ଗବେଷଣା ପରିଷଦ, ନେହେରୁ ସ୍ମାରକୀ ସଂଗ୍ରହାଳୟ ଓ ପାଠାଗାର, ଅଭିଲେଖାଗାର ମହାନିର୍ଦ୍ଦେଶାଳୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ,
ବୈଦେଶିକ ମନ୍ତ୍ରଣାଳୟ ଓ ପ୍ରତିରକ୍ଷା ମନ୍ତ୍ରଣାଳୟର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ମଙ୍ଗଳବାର ବୈଠକ ସମୟରେ ଦେଶର ସୀମାରେଖା ଇତିହାସ ଲେଖିବାପାଇଁ ନିଷ୍ପତ୍ତି ନିଆଯାଇଥିଲା। ସୀମାରେଖା ଆରମ୍ଭ ଓ ଶେଷ, ସୀମାରେଖା ପରବର୍ତ୍ତନ, ନିରାପତ୍ତା ବାହିନୀର ଭୂମିକା, ସୀମାରେଖା ଅଞ୍ଚଳରେ ରହୁଥିବା ମୂଳବାସିନ୍ଦା, ସଂସ୍କୃତି ଓ ସେମାନଙ୍କର ସାମାଜିକ ଓ ଆର୍ଥନୀତିକ ଜୀବନ
ସଂକ୍ରାନ୍ତ ଇତିହାସ ଲେଖାଯିବ।

ଦୁଇ ବର୍ଷ ଭିତରେ ଏହି ପ୍ରକଳ୍ପ ଶେଷ ହେବ। ଶ୍ରୀ ସିଂହ କହିଛନ୍ତି, ଦେଶବାସୀ ଓ ସରକାରୀ ଅଧିକାରୀମାନଙ୍କୁ ସୀମାରେଖା ସଂକ୍ରାନ୍ତରେ ଏହି ପୁସ୍ତକ ସବିଶେଷ ସୂଚନା ପ୍ରଦାନ କରିବାରେ ସହାୟକ ହେବ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories