www.samajalive.in
Tuesday, December 9, 2025
15.1 C
Bhubaneswar

ଫିଲିପାଇନ୍ସ : ସାଇବର ଅପରାଧରେ ୩୨୪ ଚୀନ୍‍ ନାଗରିକ ଗିରଫ

ଫିଲିପାଇନ୍ସ : ଫିଲିପାଇନ୍ସରେ ସାଇବର ଅପରାଧରେ ଅଭିଯୁକ୍ତ ୩୨୪ ଚୀନ୍‍ ନାଗରିକଙ୍କୁ ଗିରଫ କରାଯାଇଛି। ଦେଶାନ୍ତରଣ ସଂସ୍ଥା ଓ ସେନା ସହାୟତାରେ ଏହି ଚୀନ୍‍ ନାଗରିକଙ୍କୁ ଗିରଫ କରାଯାଇଛି।  ପୁଞ୍ଜି ନିବେଶ ଠକେଇ ମାମଲାରେ ୨୭୭ ଚୀନ୍‍ ନାଗରିକଙ୍କୁ ଶୁକ୍ରବାର ଠାରୁ ଅଟକ ରଖାଯିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଦେଶାନ୍ତରଣ ବ୍ୟୁରୋ କହିଛି ଏହି କାର୍ଯ୍ୟାନୁଷ୍ଠାନ ସମୟରେ ପାଲୱାନ ଦ୍ବୀପର ପ୍ୟୁରେଟୋ ପ୍ରିନ୍‍ସେସା ସହରରୁ ୩୨୪ ଜଣ ଚୀନ୍‍ ନାଗରିକଙ୍କୁ ଗିରଫ କରାଯାଇଥିଲା। ବ୍ୟୁରୋ ପକ୍ଷରୁ ଆହୁରି କୁହାଯାଇଛି ଅଟକ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ନିକଟରେ ବୈଧ ଦସ୍ତାବିଜ ନାହିଁ। ସେଥିପାଇଁ ସେମାନଙ୍କୁ ଦେଶାନ୍ତରଣ କରାଯିବ। ତଦନ୍ତକାରୀ ସଂସ୍ଥା କହିଛି ସାଇବର ଅପରାଧ, ପୁଞ୍ଜି ନିବେଶ ଠକେଇ ଏବଂ ବେଆଇନ ଅନ୍‍ଲାଇନ୍‍ ଗେମ୍‍ସରେ ଲିପ୍ତ ଅବୈଧ ବିଦେଶୀ ନାଗରିକମାନଙ୍କର ସବିଶେଷ ତଥ୍ୟ ସଂଗ୍ରହ କରାଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories