www.samajalive.in
Sunday, December 7, 2025
26.1 C
Bhubaneswar

ଚାଲାଣ କାଟିଲେ ଆତ୍ମହତ୍ୟା କରିବି; ଯୁବତୀଙ୍କ ଧମକ ପରେ ଛାଡି ଦେଲା ପୁଲିସ

ନୂଆଦିଲ୍ଲୀ : ସଂଶୋଧିତ ମୋଟର ଯାନ ନିୟମ ଲାଗୁ ହେବା ପରେ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି । ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ପୁଲିସ କବଳରୁ ଖସିବା ପାଇଁ ନୂଆ ନୂଆ ପନ୍ଥା ଅପଣାଉଛନ୍ତି । କିଛି ଦିନ ପୂର୍ବରୁ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ପୁଲିସ ଚାଲାଣ କାଟିବାରୁ ଜଣେ ଯୁବକ ନିଜ ବାଇକରେ ନିଆଁ ଲଗାଇ ଦେଇଥିଲେ । ଏବେ ଜଣେ ଯୁବତୀ ଜୋରିମାନାରୁ ବଞ୍ଚିବା ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି । ଟ୍ରାଫିକରେ ଧରା ପଡିବା ପରେ ଆତ୍ମହତ୍ୟା ଧମକ ଦେବାରୁ ପୁଲିସ ତାଙ୍କୁ ଛାଡି ଦେଇଛି ।

- Advertisement -

ଦିଲ୍ଲୀ ଟ୍ରାଫିକ୍ ପୁଲିସର ଅନୁଯାୟୀ, କଶ୍ମୀରୀ ଗେଟ୍‌ ଆଇଏସବିଟି ବସ୍‌ ଷ୍ଟାଣ୍ଟ୍ ନିକଟରେ ଧଳା ରଙ୍ଗର ସ୍କୁଟି ଚଳାଉଥିବା ଜଣେ ଯୁବତୀଙ୍କୁ ଅଟକାଯାଇଥିଲା । ସ୍କୁଟିର ନମ୍ବର ପ୍ଲେଟ୍‌ ଭାଙ୍ଗିଯାଇଥିଲା, ନମ୍ବର ଭଲ ଭାବରେ ଦେଖାଯାଉ ନଥିଲା। ଯୁବତୀ ଜଣଙ୍କ ହେଲମେଟ୍‌ ପିନ୍ଧିଥିଲେ ସତ, ହେଲେ ହେଲମେଟର ବେଲ୍ଟ ନଥିଲା। ଏହା ସହ ଯୁବତୀ ଜଣଙ୍କ ଗାଡି ଚଳାଉଥିବା ବେଳେ ଫୋନ୍‌ରେ କଥା ହେଉଥିଲେ । ପୁଲିସ ତାଙ୍କୁ ଅଟକାଇଲା ପରେ ସେ ପୁଲିସ ସହ ଯୁକ୍ତିତର୍କ କରିଥିଲେ । ଯୁବତୀ ଜଣଙ୍କ ସେଠାରୁ ଖସି ପଳାଇାବକୁ ଉଦ୍ୟମ କରୁବା ବେଳେ ପୁଲିସ ସ୍କୁଟି ଚାବି ତାଙ୍କଠାରୁ ନେଇଯାଇଥିଲେ । ଏଥିରେ ଯୁବତୀ ଜଣଙ୍କ ଉତକ୍ଷିପ୍ତ ହୋଇ ହେଲମେଟକୁ ରାସ୍ତାରେ କଚାଡି ଦେଇଥିଲେ ।

ଯୁବତୀଙ୍କ କହିବା ହେଲା ଗୋଟିଏ ଦିନ ପୂର୍ବରୁ କେହି ଦୁର୍ବୃତ୍ତ ତାଙ୍କ ନମ୍ବର ପ୍ଲେଟକୁ ଭାଙ୍ଗି ଦେଇଥିଲା। ଏହା ସହ ସେ ଫୋନ୍‌ରେ କଥା ହେଉନଥିଲେ ବରଂ ଇୟର ଫୋନ୍‌ ଦେଇ ଗୀତ ଶୁଣୁଥିଲେ ବୋଲି ସଫେଇ ଦେଇଥିଲେ । ଏହା ପରେ ଯୁବତୀ ଜଣଙ୍କ କାନ୍ଦିବାକୁ ଲାଗିଥିଲେ । ଏହି ସମୟ ମଧ୍ୟରେ ଯୁବତୀ ନିଜ ମା’ଙ୍କୁ ଫୋନ୍ କରି କଥା ହୋଇଥିଲେ । ଏହା ପରେ ଆଗକୁ ଏପରି ନକରିବା ପାଇଁ ଚେତାବନୀ ଦେଇ ପୁଲିସ ତାଙ୍କୁ ଛାଡି ଦେଇଥିଲେ । ଯୁବତୀଙ୍କ ଏହି ଅଜବ କାର୍ଯ୍ୟକଳାପର ଭିଡିଓ ପୁଲିସ ଅଧିକାରୀଙ୍କ କ୍ୟାମେରାରେ ରେକର୍ଡ ହୋଇଥିଲା। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories