ବଡ଼ ଖବର:
# ଦୈନିକ ‘ସମାଜ’ ଅକ୍ଟୋବର ୪ ତାରିଖରେ ଶତାୟୁ ହେବ। ଏହି ଅବସରରେ ଆଜି ରାଜ୍ୟବ୍ୟାପୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ଚିତ୍ରାଙ୍କନ’ ଓ ବରିଷ୍ଠ ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ପ୍ରବନ୍ଧ ଲିଖନ’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
# ‘ଚିତ୍ରାଙ୍କନ’ ଓ ‘ପ୍ରବନ୍ଧ ଲିଖନ’ର ଶ୍ରେଷ୍ଠ ୩ଜଣ କୃତୀ ପ୍ରତିଯୋଗୀଙ୍କୁ ଅକ୍ଟୋବର ୪ରେ ହେବାକୁ ଥିବା ‘ସମାଜ’ ୧୦୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପୁରସ୍କୃତ କରାଯିବ`
# ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ବିଭିନ୍ନ ପ୍ରସଙ୍ଗରେ ବାହାସ୍ଫୋଟ ମାରୁଥିବା ବେଳେ ଯୁଦ୍ଧ ପ୍ରସଙ୍ଗରେ ଦେଶ କେତେ ଦୁର୍ବଳ ତାହା ସ୍ବୀକାର କରିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ।
# ପାକିସ୍ତାନ ଭାରତ ସହିତ ପାରମ୍ପରିକ ଯୁଦ୍ଧ କଲେ କେବେ ବି ଜିତିପାରିବ ନାହିଁ ବୋଲି ଇମ୍ରାନ କହିଛନ୍ତି। ତେବେ ଦୁଇ ଦେଶ ମଧ୍ୟରେ ପରମାଣୁ ଯୁଦ୍ଧ ହେବାର ସମ୍ଭାବନା ରହିଥିବା ନେଇ ସେ ଇସାରା ଦେଇଛନ୍ତି।
# ପାକିସ୍ତାନ ସନ୍ତ୍ରାସବାଦକୁ ପ୍ରୋତ୍ସାହନରୁ ନିବୃତ ରହିବା ଉଚିତ। ନଚେତ ଏହାକୁ ବିଭାଜନରୁ କେହି ରୋକିପାରିବେ ନାହିଁ ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।
ଆଞ୍ଚଳିକ:
# ମାଲକାନଗିରି ଜିଲା ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ୩ ଜଣ ନିଖୋଜ ହୋଇଯାଇଛନ୍ତି। ଡଙ୍ଗାଟି ନାକାମାମୁଡୁରୁ ତୋଟାଗୁଡ଼ା ଯାଉଥିବା ବେଳେ ଆମ୍ବିଳିବେଢା ନିକଟରେ ଓଲଟି ପଡ଼ିଥିଲା। ଏଥିରେ ୪ ଜଣ ବ୍ୟକ୍ତି ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପହଁରି ପହଁରି କୂଳକୁ ଆସିଛନ୍ତି,ଅନ୍ୟ ୩ ଜଣଙ୍କ ପତ୍ତା ମିଳିପାରି ନାହିଁ।
# ମାଲକାନଗିରି ନାଏକଗୁଡ଼ା ଆଇଆରବି କ୍ୟାମ୍ପ ନିକଟରେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ହୋଇଥିବା ଜଣାପଡ଼ିଛି।
# ବାଲେଶ୍ୱର ଜିଲା ଲୁଣିଆଯୋଡ଼ି ବ୍ରିଜ ମୁକେଶ୍ୱରଦ୍ୱାର ନିକଟରୁ ଆଜି ୩୦୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଏହି ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି। ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।
# ଗଞ୍ଜାମ ଜିଲା ଭଞ୍ଜନଗର ଚୂନପଲ୍ଲୀ ଗ୍ରାମରେ ବାର୍ହା ଶିକାର ପାଇଁ ବସାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନାବାଳକର ମୃତ୍ୟୁ ଘଟିଛି।
# ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଏକ ଦଶ ବର୍ଷୀୟ ହାତୀ ଚନ୍ଦନର ମୃତ୍ୟୁ ହୋଇଛି। ଗତ ୩ ଦିନ ହେବ ହାତୀଟି ଅସୁସ୍ଥ ଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ତା’ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।
ଜାତୀୟ:
# ଚଳିତ ବର୍ଷ ଗତ ୯ ମାସ ମଧ୍ୟରେ ପାକିସ୍ତାନ ୨୦୫୦ରୁ ଉର୍ଦ୍ଧ୍ବ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଏଥିରେ ୨୧ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି ବୋଲି ଭାରତ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହା ଯାଇଛି ।
# ଜିଏସ୍ଟିରେ ଦୁର୍ନୀତିକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ନୂଆ ଡିଲରମାନଙ୍କ ପାଇଁ ଆସନ୍ତାବର୍ଷ ଜାନୁୟାରୀଠାରୁ ଆଧାର ପ୍ରମାଣନ ଓ ପ୍ରତ୍ୟକ୍ଷ ଯାଞ୍ଚ୍ ବାଧ୍ୟତାମୂଳକ କରିବାକୁ ଜିଏସ୍ଟି ନେଟୱାର୍କ ନିଷ୍ପତ୍ତି ନେଇଛି
# ପୂର୍ବ ଗୋଦାବରୀ ଜିଲା ଦେବୀପାଟନମ ଠାରେ ଏକ ଯାତ୍ରୀବାହୀ ଲଞ୍ଚ ବୁଡ଼ିବା ଘଟଣାରେ ୨ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି। ପ୍ରାୟ ୨୦ ରୁ ଅଧିକ ଲୋକେ ଏବେ ବି ନିଖୋଜ ରହିଥିବା ସୂଚନା ମିଳିଛି।
# ମହାରାଷ୍ଟ୍ରର ସୀମାନ୍ତ ଗଡ଼ଚିରୋଲିରେ ରବିବାର ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଦୀର୍ଘ ୪୮ ଘଣ୍ଟା ଧରି ଉଭୟ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।
# ଜାମ୍ମୁ-କାଶ୍ମୀର ପ୍ରସଙ୍ଗକୁ ନେଇ ପୁଣି ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ଏନସିପି ମୁଖ୍ୟ ଶରଦ ପାୱାର ଆଜି ପାକିସ୍ତାନକୁ ପ୍ରଶଂସା କରିବା ପରେ ଏହି ବିବାଦ ମୁଣ୍ଡ ଟେକିଛି। ସେ ଶାସକ ଦଳକୁ ଟାର୍ଗେଟ କରି ସରକାର ରାଜନୈତିକ ଫାଇଦା ପାଇଁ ମିଥ୍ୟା ପ୍ରଚାର କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି।
# ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଧର୍ମଶାଳା ଠାରେ ଖେଳାଯିବ।
ଆନ୍ତର୍ଜାତୀୟ:
# ମେକ୍ସିକୋରେ ଏକ କୁଅରୁ ୪୪ଟି ମୃତ ଦେହ ଉଦ୍ଧାର ହୋଇଛି।
# ଡ୍ରୋନ ଆକ୍ରମଣ ପରେ ସାଉଦି ଆରବରେ ତୈଳ ଓ ଗ୍ୟାସ ଉତ୍ପାଦନ ପ୍ରଭାବିତ ହୋଇଛି।



