www.samajalive.in
Sunday, December 7, 2025
23.1 C
Bhubaneswar

ବିଫଳ ହୋଇନି ଚନ୍ଦ୍ରଯାନ-୨ ଅଭିଯାନ; ଏବେ ବି ଚନ୍ଦ୍ର ଚାରିପଟେ ବୁଲୁଛି ଅର୍ବିଟର, ଲ୍ୟାଣ୍ଡର ‘ବିକ୍ରମ’ ସ୍ଥିତି ବିଷୟରେ ସୂଚନା ଦେବ

ବେଙ୍ଗାଲୁରୁ: ମହାକାଶରେ ଇତିହାସ ରଚିବା ଲାଗି ନିକଟତର ହେଉଥିବା ଭାରତ ଶେଷ ପର୍ଯ୍ୟାୟରେ ନିରାଶ ହୋଇଛି। ଚନ୍ଦ୍ରପୃଷ୍ଠରେ ପାଦ ରଖିବା ଲାଗି ୨.୧ କିଲୋମିଟର ଦୂରତା ଥିବାବେଳେ ଲ୍ୟାଣ୍ଡର ବିକ୍ରମ ସହ ଇସ୍ରୋର ସମ୍ପର୍କ ଚ୍ଛିନ୍ନ ହେବା ପରେ ବୈଜ୍ଞାନିକମାନଙ୍କ ମନୋବଳ ଭାଙ୍ଗିଯାଇଛି। କିନ୍ତୁ ଏହି ଅଭିଯାନ ବିଫଳ ହୋଇନାହିଁ। କାରଣ ଏବେ ବି ଅର୍ବିଟର ଚନ୍ଦ୍ରର କକ୍ଷପଥରେ ପରିକ୍ରମା କରୁଛି। ଗତ ୨ ତାରିଖରେ ଲ୍ୟାଣ୍ଡର ବିକ୍ରମ ଅର୍ବିଟରଠାରୁ ଅଲଗା ହୋଇଥିଲା।

ଇସ୍ରୋ ଅଧ୍ୟକ୍ଷ କେ. ଶିବନ କହିଛନ୍ତି, ଲ୍ୟାଣ୍ଡର ବିକ୍ରମ ସହିତ ସମ୍ପର୍କ ଛିନ୍ନ ହୋଇଛି। ୯୭୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଏହି ଅଭିଯାନର ସବୁକିଛି ଶେଷ ହୋଇନାହିଁ। ଜଣେ ଅଧିକାରୀ କହିଛନ୍ତି, ମିଶନର କେବଳ ୫%(ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ) ନଷ୍ଟ ହୋଇଛି। ୯୫ ପ୍ରତିଶତ ଅର୍ବିଟର ସଫଳତାର ସହିତ ଚନ୍ଦ୍ର କକ୍ଷପଥରେ ପରିକ୍ରମା କରୁଛି। ଅର୍ବିଟରର ଅବଧି ଏକ ବର୍ଷ। ଅର୍ଥାତ ସେ ଇସ୍ରୋକୁ ଲଗାତାର ଫଟୋ ପଠାଇ ଚାଲିବ।

- Advertisement -

ଆଉଜଣେ ଅଧିକାରୀ କହିଛନ୍ତି, ଅର୍ବିଟର ଲ୍ୟାଣ୍ଡର ବିକ୍ରମର ଫଟୋ ବି ପଠାଇପାରେ। ସେଥିରୁ ଲ୍ୟାଣ୍ଡରର ସ୍ଥିତି ବିଷୟରେ ଜଣାପଡ଼ି ପାରିବ। ଚନ୍ଦ୍ରଯାନ-୨ର ୩ଟି ଭାଗ ରହିଛି। ଅର୍ବିଟର(୨୩୭୯ କିଗ୍ରା), ବିକ୍ରମ(୧୪୭୧ କିଗ୍ରା) ଏବଂ ରୋଭର(୨୭ କିଗ୍ରା)।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories