www.samajalive.in
Sunday, December 7, 2025
14.1 C
Bhubaneswar

ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ମହମ୍ମଦ ନବି

ନୂଆଦିଲ୍ଲୀ : ଆଫଗାନିସ୍ତାନ କ୍ରିକେଟ ଦଳର ଅଭିଜ୍ଞ ଅଲରାଉଣ୍ଡର ମହମ୍ମଦ ନବି ଶୁକ୍ରବାର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ତାଙ୍କ କ୍ରିକେଟ କ୍ୟାରିୟରରେ ମାତ୍ର ତିନୋଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟରେ ଜାରି ରହିଥିବା ଚଟଗାଁଓ ଟେଷ୍ଟ ମ୍ୟାଚ୍ ଶେଷ ହେବା ପରେ ଅବସର ନେବେ। ନବି ତାଙ୍କ କ୍ରିକେଟ କ୍ୟାରିୟରରେ ଅଧିକ ଦିନ ପର୍ଯ୍ୟନ୍ତ ଏକଦିବସୀୟ ଏବଂ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି।
ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟଚରେ ନବି କୌଣସି ରନ୍ ନକାରି ଆଉଟ ହୋଇଯାଇଥିଲେ। ଏହା ପୂର୍ବରୁ ସେ ଟେଷ୍ଟ ମ୍ୟାଚର ଚାରୋଟି ଇନିଂସରେ ମାତ୍ର ୨୫ରନ୍ କରି ଚାରୋଟି ୱିକେଟ ନେଇଥିଲେ। ମହମ୍ମଦ ନବି ଟ୍ବେଣ୍ଟି-୨୦ ଓ ଏକଦିବସୀୟ କ୍ରିକେଟରେ ଜଣେ ବହୁତ ଭଲ ଖେଳାଳି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories