www.samajalive.in
Tuesday, December 9, 2025
15.1 C
Bhubaneswar

ଗଙ୍ଗା ନଦୀରେ ଭାସୁଛି ୯୬ ମୃତଦେହ; ବିହାର ଓ ଉତ୍ତରପ୍ରଦେଶବାସୀ ଆତଙ୍କିତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଏବଂ ବିହାର ଦେଇ ଯାଇଥିବା ଗଙ୍ଗା ନଦୀରେ ୯୬ ମୃତଦେହ ଭାସୁଛି। ସେଗୁଡ଼ିକ ମଧ୍ୟରୁ ଅନେକ ମୃତଦେହ ପଚିଯାଇଥିବାବେଳେ ଆଉ କିଛି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହାକୁ ନେଇ ନଦୀ ଉପକୂଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। କରୋନାରେ ପ୍ରାଣ ହରାଇବା ପରେ ଅନ୍ତିମ ସଂସ୍କାର କରିପାରି ନ ଥିବା ଲୋକମାନେ ସେମାନଙ୍କ ପରିଜନଙ୍କ ମୃତଦେହକୁ ନଦୀରେ ଭସାଇ ଦେଉଛନ୍ତି ବୋଲି ପ୍ରଶାସନ ଅନୁମାନ କରିବା ପରେ ଏହାକୁ ନେଇ ଚିନ୍ତା ପ୍ରକାଶ ପାଇଛି।

ବିହାରର ବକ୍ସାର ଜିଲା ଦେଇ ଯାଇଥିବା ଗଙ୍ଗା ନଦୀରେ ୭୧ ମୃତଦେହ ଭାସୁଥିବା ଦେଖାଯାଇଥିବାବେଳେ ପଡ଼ୋଶ ଉତ୍ତରପ୍ରଦେଶର ଗାଜିପୁର ଜିଲା ଅନ୍ତର୍ଗତ ନଦୀରୁ ୨୫ ମୃତଦେହ ମିଳିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି। ଏହା ପରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହିତ ନେଇଛନ୍ତି। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଘଟଣାର ତଦନ୍ତ ପାଇଁ ଉଭୟ ରାଜ୍ୟକୁ ନିର୍ଦେଶ ଦେଇଛନ୍ତି।

- Advertisement -

ଶେଖାୱତ କହିଛନ୍ତି, ଗଙ୍ଗାନଦୀରେ ମୃତଦେହ ଭସାଯିବା ଦୁର୍ଭାଗ୍ୟଜନକ। ଏହାର ତଦନ୍ତ ନିଶ୍ଚିତ ହେବ। ଗଙ୍ଗା ନଦୀର ଶୁଦ୍ଧତା ଏବଂ ସ୍ବଚ୍ଛତା ବଜାୟ ରଖିବା ଲାଗି ମୋଦୀ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି।

ବକ୍ସାର ଏସପି ନୀରଜ କୁମାର କହିଛନ୍ତି, ପୁଲିସ ବର୍ତ୍ତମାନ ସୁଦ୍ଧା ୭୧ଟି ମୃତଦେହକୁ ପାଣିରୁ ବାହାର କରିଛି। ସବୁ ମୃତଦେହଗୁଡ଼ିକର ବ୍ୟବଚ୍ଛେଦ କରାଯିବ। ସେଥିରୁ ଡିଏନଏ ଏବଂ କୋଭିଡ ନମୁନା ସଂଗ୍ରହ କରି ପରୀକ୍ଷା ମଧ୍ୟ କରାଯିବ। ସରକାରଙ୍କ କୋଭିଡ ପ୍ରୋଟୋକଲ ଅନୁସାରେ ଶବଗୁଡ଼ିକୁ ପୋତିଦିଆଯିବ।

ଉତ୍ତରପ୍ରଦେଶର ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି, ବିହାରରେ ମୃତଦେହଗୁଡ଼ିକ ମିଳିଛି। ଏହାର ତଦନ୍ତ କରିବା ଦାୟିତ୍ଵ ବିହାର ସରକାରଙ୍କର। ଏହି ଘଟଣାରେ ଆମକୁ ଦୋଷ ଦେବା ଅନୁଚିତ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories