www.samajalive.in
Monday, December 8, 2025
16.1 C
Bhubaneswar

କରୋନା: ଭାରତରେ ୯୧୫୨ ଆକ୍ରାନ୍ତ, ୩୦୮ ମୃତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଦେଶରେ ସୋମବାର ସକାଳ ସୁଦ୍ଧା ୯୧୫୨ ଜଣ ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୮୫୬ ଜଣ ସୁସ୍ଥ ହୋଇଥିବା​‌ବେଳେ ୩୦୮ ଜଣଙ୍କ ମୃତ୍ୟୁ ଘଟିଛି।

ଇଣ୍ଡିଆ କୋଭିଡ-୧୯ ଟ୍ରାକର ତଥ୍ୟ ଅନୁସାରେ ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୮୨ରେ ପହଞ୍ଚିଥିବାବେଳେ ୧୪୯ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପଛକୁ ରହିଛି ରାଜଧାନୀ ନୂଆଦିଲ୍ଲୀ। ଦିଲ୍ଲୀରେ ଏଯାଏ ୧୧୫୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ତାମିଲନାଡୁରେ ୧୦୭୫ ଜଣ ଆକ୍ରାନ୍ତ ଠାବ ହୋଇଥିବାବେଳେ ୧୧ ଜଣ ପ୍ରାଣ ହରାଇଛନ୍ତି। ଏହା ପଛକୁ ରାଜସ୍ଥାନରେ ୮୦୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମଧ୍ୟପ୍ରଦେଶରେ ୫୬୨, ଗୁଜରାଟରେ ୫୧୬, ଉତ୍ତରପ୍ରଦେଶରେ ୪୮୩, ତେଲେଙ୍ଗାନାରେ ୫୩୧, ଆନ୍ଧ୍ରପ୍ରଦେଶରେ ୪୨୦, କେରଳରେ ୩୭୫, ଜାମ୍ମୁ-କାଶ୍ମୀରରେ ୨୪୫, କର୍ଣ୍ଣାଟକରେ ୨୩୨, ହରିୟାଣାରେ ୧୯୫, ପଞ୍ଜାବରେ ୧୭୦, ପଶ୍ଚିମବଙ୍ଗରେ ୧୩୪, ବିହାରରେ ୬୪, ଓଡ଼ିଶାରେ ୫୪, ଉତ୍ତରାଖଣ୍ଡରେ ୩୫, ହିମାଚଳପ୍ରଦେଶରେ ୩୨, ଛତିଶଗଡ଼ରେ ୩୧ ଆସାମରେ ୨୯, ଝାଡ଼ଖଣ୍ଡରେ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories