www.samajalive.in
Sunday, December 7, 2025
18.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାର ଇ-ନିଲାମୀରେ ୯୧୨ଟି ସାମଗ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ବିଭିନ୍ନ ଉପହାର ଓ ମେମେଣ୍ଟୋର ପଞ୍ଚମ ପର୍ଯ୍ୟାୟ ଇ-ନିଲାମୀ ପ୍ରକ୍ରିୟା ଚଳିତ ମାସ ୩୧ରେ ଶେଷ ହେଉଛି। ଏହା ଅକ୍ଟୋବର ୨ରେ ଆରମ୍ଭ ହୋଇଥିଲା। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ସମୟରେ ମିଳିଥିବା ଉପହାର ଗୁଡ଼ିକର ଇ-ନିଲାମ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଏଥିରେ ଦେଶର ସାଂସ୍କୃତିକ ବିଭବକୁ ଦର୍ଶାଉଥିବା ବିଭିନ୍ନ ପ୍ରତିକୃତି ରହିଛି। କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷି ଲେଖି କହିଛନ୍ତି, ଏହି ଇ-ନିଲାମୀ ପ୍ରକ୍ରିୟା ଲୋକପ୍ରିୟ ହୋଇଛି। ସେ କହିଛନ୍ତି, ୨୦୧୯ରେ ଆରମ୍ଭ ହୋଇଥିବା ଏହି ଯୋଜନା ସଫଳତା ଲାଭ କରିଛି। ଚଳିତଥର ୯୧୨ଟି ସାମଗ୍ରୀ ଇ-ନିଲାମ ପାଇଁ ରଖାଯାଇଛି। ଗତ ୪ଟି ଇ-ନିଲାମୀରେ ୭ହଜାରରୁ ଅଧିକ ସାମଗ୍ରୀ ବିକ୍ରି କରାଯାଇଛି। ଏଥିରୁ ମିଳୁଥିବା ଅର୍ଥ ଗଙ୍ଗାନଦୀ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଜନହିତକର କାର୍ଯ୍ୟରେ ବ୍ୟବହାର କରାଯାଇଛି।

https://pmmementos.gov.in/#/

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories