www.samajalive.in
Monday, December 8, 2025
14.1 C
Bhubaneswar

ସେଲକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଶଂସା, ‘ଅଟଳ ଟନେଲ’ ପାଇଁ ଯୋଗାଇଛି ୯ହଜାର ଟନରୁ ଅଧିକ ଇସ୍ପାତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆଜି ଉଦଘାଟିତ ସୁଦୀର୍ଘ ଅଟଳ ରୋହତଙ୍ଗ ଟନେଲ ନିର୍ମାଣରେ ଭାରତର ବୃହତ୍ତମ ଇସ୍ପାତ ଉତ୍ପାଦନକାରୀ କମ୍ପାନୀ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ – ସେଲ ଇସ୍ପାତର ଅଧିକାଂଶ ଅଂଶ ଯୋଗାଇଛି। ସମଗ୍ର ପ୍ରକଳ୍ପରେ ବ୍ୟବହୃତ ୧୫ହଜାର ଟନ୍ ଷ୍ଟିଲ ମଧ୍ୟରୁ ସେଲ ତାହାର ଗୁଣାତ୍ମକ ଇସ୍ପାତ ୯ହଜାର ଟନରୁ ଅଧିକ ଯୋଗାଇ ଦେଇଛି। ଏହି ଟନେଲ୍ ୩ହଜାର ମିଟରରୁ ଅଧିକ ଉଚ୍ଚରେ ଥିବା ବିଶ୍ୱର ଦୀର୍ଘତମ ସଡ଼କ ଟନେଲ୍ ହୋଇଛି। ଦେଶର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ ତଥା ଭାରତକୁ ଅଧିକ ଶକ୍ତିଶାଳୀ କରିବାରେ ସେଲ ପୁଣିଥରେ ସହଭାଗୀ ହୋଇଛି।

- Advertisement -

କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ସେଲକୁ ପ୍ରଶଂସା କରି କହିଛନ୍ତି, ଏହି ଟନେଲ ସ୍ଥାନୀୟ ଲୋକଙ୍କ ପାଇଁ ମହତ୍ୱପୂର୍ଣ୍ଣ ହେବ। ସେଠାକାର ପାଣିପାଗ ଦୃଷ୍ଟିରୁ ଅତ୍ୟନ୍ତ ଅହ୍ୱାନମୂଳକ ପରିସ୍ଥିତିରେ ଏହି ଟନେଲ ନିର୍ମାଣ ଏକ ବୃହତ ସଫଳତା ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରକଳ୍ପ ପାଇଁ ସେଲ ବହୁ ପରିମାଣର ଇସ୍ପାତ ଯୋଗାଇ ଦେଇଛି। ଏହା ସର୍ବଦା ଦେଶ ନିର୍ମାଣରେ ଆଗକୁ ଆସିଛି ଏବଂ ଭବିଷ୍ୟତରେ ମଧ୍ୟ ଏହା ଜାରି ରହିବ ବୋଲି ସେ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories