www.samajalive.in
Monday, December 8, 2025
16.1 C
Bhubaneswar

ଦିନସାରା ଭୋକରେ ରହିଲେ ୭୨ ସ୍କୁଲ ଛାତ୍ର

ନବରଙ୍ଗପୁର : ଦିନସାରା ଭୋକରେ ରହିଲେ ୭୨ ଜଣ ସ୍କୁଲ ଛାତ୍ର । ସ୍କୁଲ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ ନିଜ କାମରେ ସ୍କୁଲଛାଡ଼ି ଚାଲିଯିବାରୁ ଛାତ୍ରମାନେ ପାଇଲେ ନାହିଁ ମଧ୍ୟାହ୍ନ ଭୋଜନ। ଭୋକ ଉପବାସରେ ୭୨ଜଣ ସ୍କୁଲ ଛାତ୍ର ଦିନ ସାରା କଲବଲ ହେଲେ। ଦେଖିବା ଓ ଶୁଣିବା ପାଇଁ କେହି ନଥିଲେ। ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚ ପହଞ୍ଚିବା ପରେ ସନ୍ଧ୍ୟା ୬ଟାରେ ମିଳିଲା ରନ୍ଧା ଖାଦ୍ୟ। ପ୍ରଧାନଶିକ୍ଷକ ଓ ରୋଷେଇ ଦାୟିତ୍ବରେ ରାନ୍ଧୁଣିଆଙ୍କ ଅବହେଳା ଯୋଗୁଁ ଏପରି ଘଟିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଅନ୍ୟ ପଟେ ପ୍ରଧାନଶିକ୍ଷକ ହେଡ଼୍‌କ୍ୱାର୍ଟର ଛାଡ଼ି ନବରଙ୍ଗପୁରେ ରହୁଥିବାବେଳେ ରାନ୍ଧୁଣିଆମାନେ ପିଲାଙ୍କୁ ଅଣଦେଖା କରିବା ଯୋଗୁଁ ଛାତ୍ରମାନେ ଭୋକରେ ରହିଥିବା ଅଭିଯୋଗ ହୋଇଛି। ଜିଲ। ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।
ନବରଙ୍ଗପୁର ଜିଲ। ଶିକ୍ଷା ବିଭାଗ ଅଧୀନରେ ରହିଛି ଭାଟିଗାଁ ସରକାରୀ ୟୁଜି ହାଇସ୍କୁଲ। ସେଠାରେ ୧୧୦ ଶଯ୍ୟା ବିଶିଷ୍ଟ ଛାତ୍ର ନିବାସ ରହିଥିବା ବେଳେ ଗୁରୁବାର ୭୨ ଜଣ ଛାତ୍ର ସେଠାରେ ରହିଥିଲେ। ଗତକାଲି ପ୍ରଥମାଷ୍ଟମୀ ଥିବାରୁ ବିଦ୍ୟାଳୟ ଛୁଟି ଥିଲା। ସକାଳୁ ରୋଷେୟା ଖଗପତି ଭତରାଙ୍କୁ ପ୍ରଧାନଶିକ୍ଷକ ସରୋଜ କୁମାର ତ୍ରିପାଠୀ ଓ ହଷ୍ଟେଲ ଚାର୍ଜରେ ରହିଥିବା ଶିକ୍ଷକ ଚାଉଳ, ଡାଲି, ପରିବା ଆଦି ଦେଇ ସ୍କୁଲ ଛାଡି ନିଜ ନିଜ କାମରେ ବାହାରକୁ ଯାଇଥିଲେ। ଯାହାର ସୁଯୋଗ ନେଇ ରାନ୍ଧୁଣିଆ ଖଗପତି ଓ ତାର ଦୁଇ ସହଯୋଗୀ ରାନ୍ଧୁଣିଆ ମଦ୍ୟପାନ କରି ଆଉ ରୋଷେଇ କରି ନ ଥିବା ଅଭିଯୋଗ ଆସିଛି। ଅନ୍ୟପଟେ ଅପରାହ୍ନ ପ୍ରାୟ ୩ଟା ବେଳେ ବିଦ୍ୟାଳୟର ୭୨ଜଣ ଛାତ୍ର ଭୋକରେ ରହିଛନ୍ତି ବୋଲି ଶୁଣିବା ପରେ ଗ୍ରାମବାସୀ ଓ ସ୍ଥାନୀୟ ବଡ଼ମସିଗାଁ ସରପଞ୍ଚ କମଳେଶ୍ବରୀ ନାୟକ ସ୍କୁଲକୁ ଆସି ଛାତ୍ରମାନଙ୍କୁ ପଚାରି ବୁଝିଥିଲେ। ସେତେବେଳେ ଛାତ୍ରମାନେ ରାନ୍ଧୁଣିଆମାନେ ମଦ୍ୟପାନ କରି ରୋଷେଇ କରି ନ ଥିବା ଅଭିଯୋଗ କରିଥିଲେ। ଯାହାକୁ ନେଇ ସରପଞ୍ଚ, ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ସମେତ ଜିଲ। ଶିକ୍ଷା ବିଭାଗର ଅଧିକାରୀ ମାନଙ୍କୁ ଜଣାଇଥିଲେ। ନବରଙ୍ଗପୁରରେ ଥିବା ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ ତ୍ରିପାଠୀ ବିଦ୍ୟାଳୟକୁ ଆସି ରୋଷେଇ ବ୍ୟବସ୍ଥା କରିବା ସହ ସନ୍ଧ୍ୟା ୬ ଟା ପରେ ମାଧ୍ୟାନ୍ନ ଭୋଜନ ଦେଇଥିବା ଦେଖିବାକୁ ମିଳିଥିଲା। ଏଥିସହ ଏଭଳି ଅବ୍ୟବସ୍ଥା ପାଇଁ ସେ ରାନ୍ଧୁଣିଆମାନଙ୍କ ଉପରେ ଦୋଷ ଲଦିବା ସହ ସେମାନେ ମଦ ପିଇଥିବା କଥାକୁ ସ୍ୱୀକାର ମଧ୍ୟ କରିଛନ୍ତି। ତେବେ ରାନ୍ଧୁଣିଆ ଖଗପତି ମଦ୍ୟପାନ କରିଥିବା କଥାକୁ ଅସ୍ବୀକାର କରି ଚୁଲି ଓଦା ହୋଇଥିବା ସହ ନିଆଁ ଲାଗି ନ ଥିବାରୁ ରୋଷେଇ ହୋଇପାରିନଥିଲା ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି। ଏଭଳି ଘଟଣାକୁ ନେଇ ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଶିକ୍ଷା ବିଭାଗ ଏହାର ଉଚିତ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଦୋଷୀଙ୍କୁ ଦଣ୍ଡ ଦିଆନଗଲେ ତାହେଲେ ଆଗାମୀ ଦିନରେ ବିଦ୍ୟାଳୟ ରେ ତାଲା ପକାଯିବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ସରପଞ୍ଚ କମଳେଶ୍ୱରୀ ନାୟକ ଓ ଗ୍ରାମବାସୀ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories