ରାତି ୭ଟା ମୁଖ୍ୟ ଖବର

ବଡ଼ ଖବର :

# ଆମେରିକା ଗସ୍ତରୁ ଫେରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ନୂଆଦିଲ୍ଲୀରେ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ବିଜେପି ପକ୍ଷରୁ ବ୍ୟାପକ ଆୟୋଜନ।

# ଜାତିସଂଘର ସାଧାରଣ ଅଧିବେଶନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବକ୍ତବ୍ୟକୁ ଭାରତ କଠୋର ସମାଲୋଚନା କରିଛି, ଅନ୍ୟକେହି ସେମାନଙ୍କ ତରଫରୁ କଥା ହେଉ ଏହା ଦେଶର ନାଗରିକମାନେ କେବେ ମଧ୍ୟ ଚାହାଁନ୍ତି ନାହିଁ।

# ଆତଙ୍କବାଦର କାରଖାନାକୁ ଓ ଏହାର କାୟାବିସ୍ତାର କରିବା ପାଇଁ ସମସ୍ତ ସୁଯୋଗ ଦେଇଆସୁଥିବା ଦେଶର ନେତା ଆତଙ୍କବାଦ ସପକ୍ଷରେ ଯୁକ୍ତିବାଢ଼ିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଭାରତ କହିଛି ।

# ଜାତିସଂଘର ସାଧାରଣ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀଙ୍କର ଐତିହାସିକ ବକ୍ତବ୍ୟ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତଥା ଅନ୍ୟାନ୍ୟ ନେତାମାନେ ଏଭଳି ପ୍ରଭାବଶାଳୀ ଉଦ୍‍ବୋଧନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

# ଜାତିସଂଘର ସାଧାରଣ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀଙ୍କର ଐତିହାସିକ ବକ୍ତବ୍ୟ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତଥା ଅନ୍ୟାନ୍ୟ ନେତାମାନେ ଏଭଳି ପ୍ରଭାବଶାଳୀ ଉଦ୍‍ବୋଧନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

# ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ମୁମ୍ବଇରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଡିଜେଲ ଓ ବିଦ୍ୟୁତ୍‍ ଚାଳିତ ବୁଡ଼ାଜାହାଜ ଆଇଏନ୍‍ଏସ୍‍ ଖଣ୍ଡେରୀକୁ ନୌସେନାରେ ସାମିଲ କରିଛନ୍ତି।

-ଏହି ଅବସରରେ ନିଜ ବକ୍ତବ୍ୟରେ ରାଜନାଥ ପାକିସ୍ତାନକୁ ସତର୍କ କରି ଭାରତୀୟ ନୌସେନାର ଶକ୍ତିକୁ ସଠିକ ଭାବେ ଆକଳନ କରିବାକୁ କହିଛନ୍ତି।

# ଆମ ଅଞ୍ଚଳରେ ଅଶାନ୍ତି ସୃଷ୍ଟି କଲେ କଡା ଜବାବ ଦିଆଯିବ ବୋଲି  ଶ୍ରୀ ସିଂହ ଚେତାବନୀ ଦେଇଛନ୍ତି।

# ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ବ୍ରହ୍ମପୁର ଉପକଣ୍ଠ ଗୋଳାବନ୍ଧ ସ୍ଥିତ ଆର୍ମି ଡିପେନ୍ସ କଲେଜକୁ ‘ସ୍ବତନ୍ତ୍ର କଲର୍ସ ସମ୍ମାନ’ ପ୍ରଦାନ ଉତ୍ସବରେ ଯୋଗ ଦେଇଛନ୍ତି।

# ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ବ ବଜାୟ ରଖିବାରେ ସେନା ବାହିନୀର ଗୁରୁତ୍ବପୂର୍ଣ୍ଣ ଯୋଗଦାନକୁ ରାଷ୍ଟ୍ରପତି ସ୍ମରଣ କରିଛନ୍ତି।

# ଜାମ୍ମୁ କାଶ୍ମୀରର ଗାନ୍ଦରବଲ ଜିଲାରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି।

#  ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟ୍, ଖୋଲିଲା ୧୪ଟି ଗେଟ୍

ଜାତୀୟ :

# ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ତାଙ୍କର ରେଡ଼ିଓ କାର୍ଯ୍ୟକ୍ରମ ମନ୍‍ କି ବାତ୍‍ ମାଧ୍ୟମରେ ଦେଶ ଓ ବିଦେଶର ଲୋକମାନଙ୍କୁ ନିଜ ମନକଥା କହିବେ।

# ବିନା କାରଣରେ କାଗଜପତ୍ର ଯାଞ୍ଚ ପାଇଁ ଗାଡ଼ି ଚାଳକମାନଙ୍କୁ ନ ଅଟକାଇବା ପାଇଁ ଉତ୍ତର ପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ଓମ୍‍ ପ୍ରକାଶ ସିଂହ ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ପୁଲିସକର୍ମୀ କେବଳ ଟ୍ରାଫିକ୍‍ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ଲାଇସେନ୍ସ ଯାଞ୍ଚ କରନ୍ତୁ।

ଉତ୍ତର ଭାରତରେ ପ୍ରବଳ ବର୍ଷା ଯୋଗୁଁ ୟୁପି ସମେତ ଅନ୍ୟାନ୍ୟ ରାଜ୍ୟରେ ଭୟଙ୍କର ବିତ୍ପାତ ସୃଷ୍ଟି ହୋଇଛି। ପ୍ରବଳବର୍ଷା କାରଣରୁ ୩ ଦିନ ମଧ୍ୟରେ କେବଳ ଉତ୍ତରପ୍ରଦେଶରେ ୫୫ ଜଣଙ୍କ ମୃତ୍ୟୁ ହୋଇଛି ।

# ବିନା କାରଣରେ କାଗଜପତ୍ର ଯାଞ୍ଚ ପାଇଁ ଗାଡ଼ି ଚାଳକମାନଙ୍କୁ ନ ଅଟକାଇବା ପାଇଁ ଉତ୍ତର ପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ଓମ୍‍ ପ୍ରକାଶ ସିଂହ ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ପୁଲିସକର୍ମୀ କେବଳ ଟ୍ରାଫିକ୍‍ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ଲାଇସେନ୍ସ ଯାଞ୍ଚ କରନ୍ତୁ।

# ସୁପ୍ରସିଦ୍ଧ ଗାୟିକା ତଥା କୋକିଳ କଣ୍ଠୀ ଲତା ମଙ୍ଗେସକର ଆଜି ୯୦ ବର୍ଷରେ ପଦାର୍ପଣ କରିଛନ୍ତି, ରାଷ୍ଟ୍ରପତି, ସ୍ବରାଷ୍ଟ୍ର ମନ୍ତ୍ରୀ, ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଜଣାଇଲେ ଅଭିନନ୍ଦନ।

ଆଞ୍ଚଳିକ:

#  ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟ୍, ଖୋଲିଲା ୧୪ଟି ଗେଟ୍

#  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ବ୍ରହ୍ମପୁର ଉପକଣ୍ଠ ଗୋଳାବନ୍ଧ ସ୍ଥିତ ଆର୍ମି ଡିପେନ୍ସ କଲେଜକୁ ‘ସ୍ବତନ୍ତ୍ର କଲର ସମ୍ମାନ’ ପ୍ରଦାନ ଉତ୍ସବରେ ଯୋଗ ଦେଇଛନ୍ତି।

# ଦେଶର ଏକତା, ଅଖଣ୍ଡତା ସ ସାର୍ବଭୌମତ୍ବ ବଜାୟ ରଖିବାରେ ସେନା ବାହିନୀର ଗୁରୁତ୍ବପୂର୍ଣ୍ଣ ଯୋଗଦାନକୁ ରାଷ୍ଟ୍ରପତି ସ୍ମରଣ କରିଛନ୍ତି।

# ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦ ଟ୍ରାଇବୁନାଲ ଆଜି ଶୁଣାଣି କରିଛନ୍ତି । ଉଭୟ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ର ବୈଷୟିକ ଟିମ୍ ଦୁଇ ରାଜ୍ୟ ଗସ୍ତ କରିବେ।  ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କାରାଯାଇଥିବା ଜଣାପଡିଛି।

# ବିଜେପୁର ଉପ-ନିର୍ବାଚନ ପାଇଁ ରୀତା ସାହୁ ବିଜେଡି ପ୍ରାର୍ଥୀ।

# କେନ୍ଦ୍ରାପଡ଼ାର ଗରାପୁର ଅଞ୍ଚଳରେ ପୁଲିସ ଏନକାଉଣ୍ଟରରେ ଶନିବାର ଦୁର୍ଦ୍ଦାନ୍ତ ଅପରାଧୀ ହୃଷିକେଶ ମଲ୍ଲିକ ଆହତ ହୋଇଥିବା ଜଣାପଡ଼ିଛି।

# ଦିଲ୍ଲୀ ଏମ୍ସରୁ ଆସି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଗା-କାଳିଆଙ୍କ ମଧ୍ୟରୁ କାଳିଆର ଅବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା, ଏମ୍ସରୁ ଆସିବେ ଚିକିତ୍ସକ। 

# ଆଜି ପବିତ୍ର ମହାଳୟା। ଆଜିର ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦେବାର ପରମ୍ପରା ରହିଛି। ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀର ବାଇଶ ପାହାଚ ସମେତ ଯାଜପୁର ମା’ ବିରଜା କ୍ଷେତ୍ର ନାଭିଗୟାରେ ପିଣ୍ଡଦାନ ଲାଗି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।

# ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଅପରାହ୍ନରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଆନ୍ତର୍ଜାତୀୟ:

# ଆଫଗାନିସ୍ତାନର ନୂତନ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଭୋଟ୍‍ ଗ୍ରହଣ କରାଯାଉଛି, ବିସ୍ଫେରଣ ଏବଂ ରକେଟ ମାଡ଼ରେ ୨ ମୃତ ୧୫ ଆହତ।

# ନେପାଳରେ ଶନିବାର ସକାଳେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ସକାଳ ପ୍ରାୟ ସାଢେ ୧୦ଟାରେ ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହା ତୀବତ୍ରା ୪.୧ ରେକର୍ଡ କରାଯାଛି।

Comments are closed.