www.samajalive.in
Sunday, December 7, 2025
16.1 C
Bhubaneswar

ଷଷ୍ଠ ପର୍ଯ୍ୟାୟ ନିର୍ବାଚନ : ପ୍ରଚାର ଶେଷ, ରବିବାର ମତଦାନ

ନୂଆଦିଲ୍ଲୀ :  ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ଏହି ପର୍ଯ୍ୟାୟରେ ଆସନ୍ତା ରବିବାର ଦିନ ୭ଟି ରାଜ୍ୟର ୫୯ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହେବ । ସେଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶର ୧୪ଟି, ହରିୟାଣାର ୧୦ଟି, ପଶ୍ଚିମବଙ୍ଗ, ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ, ଦିଲ୍ଲୀର ୭ଟି ଓ ଝାଡ଼ଖଣ୍ଡର ୪ଟି ନିର୍ବାଚନମଣ୍ଡଳୀ ରହିଛି ।
ଏହି ପର୍ଯ୍ୟାୟରେ ମତଦାନ ହେଉଥିବା ଉତ୍ତରପ୍ରଦେଶର ସମସ୍ତ ୧୪ଟିଯାକ ନିର୍ବାଚନ ମଣ୍ଡଳୀ ପୂର୍ବାଞ୍ଚଳରେ ଅବସ୍ଥିତ। କଂଗ୍ରେସ ଆଜମଗଡ଼ ଓ ଆମ୍ବେଦକର ନଗର ଆସନରୁ କୌଣସି ପ୍ରାର୍ଥୀ ଦେଇନାହିଁ । ଭୋଟ୍‍  ଗ୍ରହଣ ହେଉଥିବା ଆସନଗୁଡ଼ିକ ମଧ୍ୟରେ ସୁଲତାନପୁର, ପ୍ରତାପଗଡ଼, ଫୁଲପୁର, ଆହ୍ଲାବାଦ, ଆମ୍ବେଦକରନଗର, ଶ୍ରାବସ୍ତି, ଡୁମରିଆଗଞ୍ଜ, ବସ୍ତି,ସନ୍ଥକବିରନଗର, ଲାଲଗଞ୍ଜ, ଆଜମଗଡ଼, ମୈନପୁର, ମଛଲିସହର ଓ ଭଦୋହି ରହିଛି। ୧୪ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ୍‍ ୧୭୭ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ସମାଜବାଦୀ ପାର୍ଟି
ସଭାପତି ଅଖିଳେଶ ଯାଦବ, କେନ୍ଦ୍ରମନ୍ତ୍ରୀ ମନେକା ଗାନ୍ଧୀ, ବିଜେପି ନେତା ରୀତା ବହୁଗୁଣା ଯୋଶୀ ଓ ମୁକୁଟ ବିହାରୀ ବର୍ମା ଅଛନ୍ତି। ବିଜେପିର
ଜଗଦମ୍ବିକା ପାଲ୍‍ ଓ କଂଗ୍ରେସ ନେତା ଡକ୍ଟର ସଞ୍ଜୟ ସିଂହ ମଧ୍ୟ ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Pic. Courtesy : Business Today

ବିହାରରେ ଶାସକ ଏନ୍‍ଡିଏକୁ ଆରଜେଡି ନେତୃତ୍ୱର ମହାମେଣ୍ଟ ପକ୍ଷରୁ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡ଼ୁଛି। ୨୦୧୪
ନିର୍ବାଚନରେ ସମସ୍ତ ୮ଟି ଯାକ ଆସନ ଏନ୍‍ଡିଏକୁ ମିଳିଥିଲା। ଆସନ ବୁଝାମଣା ରାଜିନାମାରେ ବାଲ୍ମିକୀ ନଗର, ଗୋପାଳଗଞ୍ଜ ଓ ସିୱାନ୍‍
ଜେଡିୟୁ ପାଖକୁ ଯାଇଛି। ପୂର୍ବ ଚମ୍ପାରଣରେ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହ କ୍ରମାନ୍ୱୟରେ ତୃତୀୟ ଥର ପାଇଁ ବିଜୟୀ ହେବାକୁ ଆଶା ରଖିଛନ୍ତି।
ତାଙ୍କ ବିପକ୍ଷରେ ମହାମେଣ୍ଟରୁ ଆକାଶ ସିଂହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ମଧ୍ୟପ୍ରଦେଶରେ ଏହି ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର, ଡକ୍ଟର କେ.ପି.
ଯାଦବ, ମେୟର ବିବେକ ସେଜ୍‍ୱାଲକର ଓ ସାଧ୍ୱୀ ପ୍ରଜ୍ଞାସିଂହ ଠାକୁର ଅଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‍ବିଜୟ ସିଂହ, ପୂର୍ବତନ କେନ୍ଦ୍ରମନ୍ତ୍ରୀ
ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମନିବାସ୍‍ ରାୱତ୍‍ ଓ ଅଶୋକ ସିଂହ କଂଗ୍ରେସ ପାର୍ଟିର ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି।

- Advertisement -

ଦିଲ୍ଲୀର ସମସ୍ତ ୭ଟିଯାକ ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷୀତ, ପୂର୍ବତନ କ୍ରିକେଟର ଗୌତମ
ଗମ୍ଭୀର, ଗାୟକରୁ ରାଜନୀତିକୁ ଆସିଥିବା ମନୋଜ ତିୱାରୀ ଓ ହଂସରାଜ ହଂସ ଏବଂ ମୁଷ୍ଟିଯୁଦ୍ଧ ପ୍ରତିଯୋଗୀ ବିଜେନ୍ଦର ସିଂହ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିମାନଙ୍କ
ମଧ୍ୟରେ ଅଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories