www.samajalive.in
Sunday, December 7, 2025
26.1 C
Bhubaneswar

୬୫ ସରକାରୀ ସ୍କୁଲ ହେଲା ଇଂରାଜୀ ମାଧ୍ୟମ

କଲକାତା : ନୂଆବର୍ଷ ଆରମ୍ଭରୁ କଲକାତାର ୧୨ଟି ସହ ରାଜ୍ୟର ୬୫ଟି ସରକାରୀ ସ୍କୁଲରେ ଇଂରାଜୀ ମାଧ୍ୟମ ପାଠପଢ଼ା ଆରମ୍ଭ ହୋଇଛି। ଏହି ବିଦ୍ୟାଳୟଗୁଡ଼ିକ ମଧ୍ୟରେ ଐତିହ୍ୟପୂର୍ଣ୍ଣ ବିଦ୍ୟାସାଗର ସ୍କୁଲ ମଧ୍ୟ ନିହିତ ରହିଛି। ଚଳିତବର୍ଷ ଶହେଟି ବଙ୍ଗଳା ସ୍କୁଲରେ ଇଂରାଜୀ ମାଧ୍ୟମରେ ପଢ଼ାଯିବ ବୋଲି ଶିକ୍ଷା ବିଭାଗ ସିଦ୍ଧାନ୍ତ ନେଇଛି, କାରଣ ବଙ୍ଗଳା ସ୍କୁଲରେ ଛାତ୍ରଛାତ୍ରୀ ସଂଖ୍ୟା ହ୍ରାସ ପାଉଥିବାରୁ ସ୍କୁଲର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। କେତେକ ସ୍କୁଲ ବନ୍ଦ ହେବାକୁ ଯାଉଥିବାବେଳେ ଶିକ୍ଷକଙ୍କ ନିଯୁକ୍ତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ତେଣୁ ବାସ୍ତବ ସ୍ଥିତିକୁ ଗୁରୁତ୍ୱ ଦେଇ ପର୍ଯ୍ୟାୟକ୍ରମେ ବଙ୍ଗଳା ସ୍କୁଲରେ ଇଂରାଜୀ ମାଧ୍ୟମ ପାଠପଢ଼ାର ବ୍ୟବସ୍ଥା କରାଯିବ। ପଶ୍ଚିମବଙ୍ଗରେ ବିଦ୍ୟାସାଗର ବିଦ୍ୟାଳୟ ଭଳି ଜାତୀୟତାବୋଧ ନେଇ ପଦକ୍ଷେପ ନେଇଥିବା ବିଭିନ୍ନ ସ୍କୁଲରେ ଇଂରାଜୀ ମାଧ୍ୟମ ଖୋଲାଯାଉଛି। ଏହାଦ୍ୱାରା ବଙ୍ଗଳା ଭାଷାକୁ ହେୟ କରାଯିବାର ପ୍ରଶ୍ନ ଉଠୁନାହିଁ। ବାଂଲା ଭାଷାର ବିକାଶ ସହିତ ଇଂରାଜୀ ମାଧ୍ୟମ ସ୍କୁଲକୁ ଗୁରୁତ୍ୱ ଦିଆଯିବ। ବିଶେଷ କରି ଆଶୁତୋଷ ମୁଖୋପାଧ୍ୟାୟ, ଶ୍ୟାମା ପ୍ରସାଦ ମୁଖୋପାଧ୍ୟାୟ, ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ, ସୁଜାତା ବେବିଙ୍କ ନାମରେ ନାମିତ କେତେକ ସ୍କୁଲକୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉଛି। କଲକାତାର ୧୨ଟି ସ୍କୁଲ ସହିତ ଆଳିପୁରଦୁଆର, ବୀରଭୂର ୫ଟି ଲେଖାଁ ୧୦ଟି ସ୍କୁଲ, ପୂର୍ବ ବର୍ଦ୍ଧମାନର ୪ଟି ବାଙ୍କୁଡ଼ା, ଜଳପାଇଗୁଡ଼ି ଓ ମାଲଦହର ତିନିଟି ଲେଖାଁ ନଅଟି ସ୍କୁଲ, ହାଓଡ଼ା, ଉତ୍ତର ୨୪ପ୍ରଗଣା, ହୁଗୁଳି, ଝାଡ଼ଗ୍ରାମର ୨ଟି ଲେଖାଁ ୮ଟି, ପଶ୍ଚିମ ମେଦିନୀପୁର, କୁଚବିହାର ଓ ପୁରୁଲିଆର ଦୁଇଟି ଲେଖାଁ ୬ଟି ସ୍କୁଲ, ଦିନାଜପୁର, ବାରାକପୁରରେ ୫ଟି ଲେଖାଁ ୧୦ଟି ସ୍କୁଲକୁ ଇଂରାଜୀ ମାଧ୍ୟମ କରାଯିବ।
ଶିକ୍ଷାମନ୍ତ୍ରୀ ଡକ୍ଟର ପାର୍ଥ ଚଟ୍ଟୋପାଧ୍ୟାୟ କହିଛନ୍ତି ଯେ ଇଂରାଜୀ ଭାଷାରେ ପାଠ ପଢ଼ା ହେଉଥିଲେ ସୁଦ୍ଧା ବାଂଲା ଭାଷାକୁ ବାଧ୍ୟତାମୂଳକ ଭାବେ ରଖାଯିବ। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ଦେଢ଼ କୋଟି ଶିକ୍ଷାର୍ଥୀ ମାଗଣାରେ ଶିକ୍ଷା ନେଇଥାଆନ୍ତି, ସେଥି ମଧ୍ୟରେ ବାଂଲା ସହିତ ଓଡ଼ିଆ, ଊର୍ଦ୍ଧ୍ବ, ନେପାଳି, ସଂସ୍କୃତ ଭଳି ଭାଷାର ଶିକ୍ଷା ରହିଛି। ଏହା ସହିତ ୪୦୫ପ୍ରକାର ପାଠ୍ୟପୁସ୍ତକ ମାଗଣାରେ ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି। ୫ମରୁ ୧୦ମ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାର୍ଥୀଙ୍କୁ ୨କୋଟି ୮୭ଲକ୍ଷ ଖାତା ରାଜ୍ୟ ସରକାର ଯୋଗାଇ ଦିଅନ୍ତି। ଏହା ସହିତ ଶିକ୍ଷାର୍ଥୀଙ୍କୁ ମଧ୍ୟ ଜୋତା ମଧ୍ୟ ମାଗଣାରେ ଯୋଗାଇ ଦିଆଯାଇଥାଏ। ଏହି ବ୍ୟବସ୍ଥାକୁ ଅତୁଟ ରଖି ଇଂରାଜୀ ମାଧ୍ୟମ ସ୍କୁଲ ଚାଲୁ କରାଯିବ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories