www.samajalive.in
Sunday, December 7, 2025
14.1 C
Bhubaneswar

ବାଣ ଫୁଟାକୁ ନେଇ ଗୋଷ୍ଠୀ ସଂଘର୍ଷ, ୬ ଆହତ

ବିନିକା: ବିନିକା ସହରାଞ୍ଚଳରେ ସୋମବାର ରାତିରେ ଦୀପାବଳି ଉତ୍ସବ ପାଳନ ସମୟରେ ବାଣ ଫୁଟାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଛି। ସହରର ପାତିକାର ପଡ଼ା ଓ ମନୋହରି ପଡ଼ାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିବାରୁ ୬ ଜଣ ଆହତ ହୋଇଛନ୍ତି। ମନୋହରିପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଘର ଉପରୁ ବାଣ ଫିଙ୍ଗି ଫୁଟାଇବାକୁ ନେଇ ନେଇ ଏହି ଗଣ୍ଡଗୋଳ ଘଟିଥିଲା।

ସୂଚନା ଅନୁସାରେ, ବିନିକା ସହରର ମନୋହରି ପଡ଼ାରେ ବାଣ ଫୁଟା ସମୟରେ ଜଣେ ମହିଳାଙ୍କ ଘର ଉପରକୁ ବାଣ ଫିଙ୍ଗି ଫୁଟାଯିବାକୁ ନେଇ ପ୍ରଥମେ ସାମାନ୍ୟ ବଚସା ହୋଇଥିଲା। ପରେ ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇ ଘଟଣା ଉଗ୍ରରୂପ ଧାରଣ କରିଥିଲା। ରାତିରେ ଦୁଇ ଗୋଷ୍ଠୀ ଟେକା ପଥର ଫିଙ୍ଗା ଫିଙ୍ଗି ହେବା ସହ ହାତରେ ଧାରୁଆ ଅସ୍ତ୍ର ଶସ୍ତ୍ର ଧରି ମୁହାଁମୁହିଁ ହେବା ପରେ ତୁମୁଳକାଣ୍ଡ ଘଟିଥିଲା। ଏହି ଗୋଷ୍ଠୀ ସଂଘର୍ଷ ସମୟରେ ଟେକା ପଥର ମାଡ଼, ଛୁରି, ଟାଙ୍ଗିଆ, ଭୁଜାଲି ଭଳି ଧାରୁଆ ମାରଣାସ୍ତ୍ର ଆକ୍ରମଣରେ ଉଭୟ ଗୋଷ୍ଠୀର ୬ ଜଣ ଆହତ ହୋଇଥିଲେ। ସେମାନେ ହେଲେ ଟୁନି ମଲ୍ଲିକ, କାଳିଆ ମଲ୍ଲିକ, ଅମର ମଲ୍ଲିକ, ବାବୁଲୁ ମଲ୍ଲିକ, ମଲ୍ଲି ମଲ୍ଲିକ, ନିରାକାର ମଲ୍ଲିକ। ସେମାନଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କେତେଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୀର ସୁରେନ୍ଦ୍ର ସାଏ ବଡ଼ ମେଡିକାଲ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଖବର ପାଇ ବିନିକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲା। କିନ୍ତୁ ପରିସ୍ଥିତି ନିୟନ୍ତ୍ରଣକୁ ନ ଆସିବାରୁ ବିଳମ୍ବିତ ରାତିରେ ଉପଖଣ୍ଡ ପୁଲିସ ଅଧିକାରୀ ପ୍ରତାପ ତ୍ରିପାଠୀ ପହଞ୍ଚିଥିଲେ। ଘଟଣା ସ୍ଥଳରେ ଆହୁରି ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ମନୋହରିପଡ଼ାର ଏତଲାକାରୀଙ୍କ ଅଭିଯୋଗ ଆଧାରରେ ପୁଲିସ ଏହି ଗୋଷ୍ଠୀ ସଂଘର୍ଷ ଘଟଣାରେ ସଂଶ୍ଲିଷ୍ଟ ୭ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିନିକା ଥାନା ଅଧିକାରୀ ସତ୍ୟନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି।

Hot this week

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

Related Articles

Popular Categories