ଜାମ୍ମୁ କାଶ୍ମୀରର ୫୦ହଜାର ଯୁବକ ଯୁବତୀଙ୍କୁ ଦିଆଯିବ ସରକାରୀ ନିଯୁକ୍ତି : ରାଜ୍ୟପାଳ ସତ୍ୟପାଲ ମଲ୍ଲିକ

ଶ୍ରୀନଗର : ଆଗାମୀ ଦୁଇରୁ ତିନିମାସ ମଧ୍ୟରେ ରାଜ୍ୟର ଯୁବକଯୁବତୀମାନଙ୍କୁ ପ୍ରାୟ ୫୦ହଜାର ସରକାରୀ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଜାମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି । ସେ କହିଛନ୍ତି, ରାଜ୍ୟରେ ଆହୁରି ୫୦ଟି  ସ୍ନାତକ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଶ୍ରୀନଗର ସ୍ଥିତ ରାଜଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ, ଏହି ସୁବର୍ଣ୍ଣ ସୁଯୋଗକୁ ଆପଣେଇବା ପାଇଁ ରାଜ୍ୟପାଳ ରାଜ୍ୟର ଯୁବପୀଢ଼ିକୁ ଆହ୍ୱାନ ଦେଇଛନ୍ତି। ଜାମ୍ମୁ କାଶ୍ମୀରର ଜନସାଧାରଣଙ୍କ ସାଂସ୍କୃତିକ, ଭାଷାଗତ ଓ ଧାର୍ମିକ ପରିଚୟକୁ ନ୍ୟାୟୋଚିତ ଭାବେ ସୁରକ୍ଷିତ ଓ ସଂରକ୍ଷିତ ରଖାଯିବା ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ପ୍ରତିଶ୍ରୁତିକୁ ସେ ଦୋହରାଇଛନ୍ତି।

ରାଜ୍ୟପାଳ ଶ୍ରୀ  ମଲ୍ଲିକ କହିଛନ୍ତି, କାଶ୍ମୀର ଉପତ୍ୟକାରେ ପରିସ୍ଥିତିରେ ଉନ୍ନତି ଘଟିବାରେ ଲାଗିଛି ଏବଂ ଜୀବନଯାତ୍ରା ଖୁବ୍‍ ଶୀଘ୍ର ସ୍ୱାଭାବିକ ହେବ। ପ୍ରଶାସନ ପକ୍ଷରୁ କାଶ୍ମୀରର କୁପୁୱାଡ଼ା ଓ ହଣ୍ଡୱାରା ଜିଲ୍ଲାରେ ମୋବାଇଲ୍‍ ଫୋନ୍‍ ସୁବିଧା ପୁନଃସ୍ଥାପିତ ହୋଇଛି।

Comments are closed.