www.samajalive.in
Tuesday, December 9, 2025
16.1 C
Bhubaneswar

ସନ୍ଧ୍ୟା ୫ଟା ମୁଖ୍ୟ ଖବର

ବଡ଼ଖବର :

# ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁସଲିମ ମହିଳା ବିବାହ ଅଧିକାର ସୁରକ୍ଷା (ତିନି ତଲାକ) ବିଧେୟକ ୨୦୧୯କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏକା ଥରକେ ତିନି  ତଲାକକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରୁଥିବା ବିଲ ଆଇନରେ ପରିଣତ ହୋଇଛି। 

# ଉନ୍ନାଓ ବଳାତ୍କାର  ପୀଡ଼ିତାର ଦୁର୍ଘଟଣା ମାମଲାରେ ସୁପ୍ରିମକୋର୍ଟରେ ଆଜି ଦୁଇ ଥର ଶୁଣାଣି ହୋଇଛି । ଏ ସମ୍ପର୍କିତ ୪ ମାମଲାକୁ  ଲକ୍ଷ୍ନୌରୁ ଦିଲ୍ଲୀକୁ ସ୍ଥାନାନ୍ତର କରିଛନ୍ତି। ଦୁର୍ଘଟଣା ମାମଲାର ତଦନ୍ତ ୭ ଦିନ ମଧ୍ୟରେ ଶେଷ କରିବା ପାଇଁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦେଶ ଦେଇଛନ୍ତି। ଏହାସହ ସମସ୍ତ ମାମଲାର ଶୁଣାଣି ୪୫ ଦିନ ମଧ୍ୟରେ ସାରିବାକୁ ସୁପ୍ରିମକୋର୍ଟ କହିଛନ୍ତି । 

- Advertisement -

# ଉନ୍ନାଓ ଗଣବଳାତ୍କାର ଘଟଣାର ମୁଖ୍ୟଅଭିଯୁକ୍ତ ବିଧାୟକ କୁଳଦୀପ ସିଂହ ସେନଗାରଙ୍କୁ ବିଜେପି ଗୁରୁବାର ଦଳରୁ ବହିଷ୍କାର କରିଛି । ଏହା ପୂର୍ବରୁ ମଙ୍ଗଳବାର ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ଏବେ କୁଳଦୀପ ଉତ୍ତରପ୍ରଦେଶର ସୀତାପୁର ଜେଲରେ ବନ୍ଦୀ ଅଛନ୍ତି।
# ରାମପୁର ସାଂସଦ ଆଜମ ଖାନଙ୍କ ପୁଅ ତଥା ଏସପି ବିଧାୟକ ଅବଦୁଲ୍ଲା  ଆଜମ ଖାନଙ୍କୁ ପୁଲିସର ଗିରଫଦାରୀ ବିରୋଧରେ ସମାଜବାଦୀ ପାର୍ଟି (ଏସପି) ଅଧ୍ୟକ୍ଷ ଅଖିଳେଶ ଯାଦବ ରାମପୁରରେ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛନ୍ତି । ଜିଲ୍ଲାପାଳ ରାମପୁର ଜିଲାରେ ୧୪୪ ଧାରା ଲାଗୁ କରିଛନ୍ତି । ଆଇନଶୃଙ୍ଖଳା, କାଉଡ଼ିଆ ଯାତ୍ରା ଏବଂ ବକରୀ-ଇଦକୁ ଦୃଷ୍ଟିରେ ରଖି ଏହି ଧାରା ଲାଗୁ କରାଯାଇଥିବା କୁହାଯାଇଛି।
# ଦିଲ୍ଲୀରେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ ଛାଡ଼ ଏବଂ ୨୦୦ରୁ ୪୦୦ ୟୁନିଟ ବିଦ୍ୟୁତ୍ ବିଲରେ ୫୦% ରିଆତି ଘୋଷଣା କରାଯାଇଛି।
# ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଏବଂ ଗ୍ୟାସ ଦର ହ୍ରାସ ଯୋଗୁଁ ଅଣରିଆତି ରନ୍ଧନ ଗ୍ୟାସ (ଏଲପିଜି) ସିଲିଣ୍ଡର ଦାମ ବୁଧବାର ୬୨ ଟଙ୍କା ୫୦ ପଇସା ହ୍ରାସ ପାଇଛି।
# ଝାଡ଼ଖଣ୍ଡରେ ଏକ ଭିଡି ହତ୍ୟା ଘଟଣା ସାମ୍ନାକୁ ଆସିଛି। ରାଜ୍ୟର ଦୁମକା ଜିଲାର ଚିହ୍ନୁଟିଆ ଗ୍ରାମରେ ଗୁରୁବାର ଦିନ ଲୋକମାନେ ଜଣେ ଚୋରକୁ ପିଟି ପିଟି ମାରି ଦେଇଛନ୍ତି।

# ମାଲକାନଗିରି ଜିଲ୍ଲା ସୀମନ୍ତରେ ପୁଲିସ ଜଣେ ମହିଳା ମାଓ  କମାଣ୍ଡରକୁ ପୁଲିସ ଗିରଫ କରିଛି । ସୁକୁମା ପିଡ଼ମେଲ ଜଙ୍ଗଲରେ ଏକ ବୈଠକରେ ଯୋଗ ଦେବାକୁ ଯାଉଥିବା ସମୟରେ ଯବାନମାନେ ତାକୁ ଗିରଫ କରିଛନ୍ତି ।

ଆଞ୍ଚଳିକ :

# ମାଲକାନଗିରି ଜିଲ୍ଲା ସୀମନ୍ତରେ ପୁଲିସ ଜଣେ ମହିଳା ମାଓ  କମାଣ୍ଡରକୁ ପୁଲିସ ଗିରଫ କରିଛି । ସୁକୁମା ପିଡ଼ମେଲ ଜଙ୍ଗଲରେ ଏକ ବୈଠକରେ ଯୋଗ ଦେବାକୁ ଯାଉଥିବା ସମୟରେ ଯବାନମାନେ ତାକୁ ଗିରଫ କରିଛନ୍ତି ।

# ପର୍ଯ୍ୟଟକଙ୍କ ପାଇଁ  ଭିତରକନିକା ଜାତୀୟ ଅଭୟାରଣ୍ୟ ଗୁରୁବାର ଆଜିଠାରୁ ଖୋଲିଛି । ମେ’ ୧ ରୁ ଜୁଲାଇ ୩୧ ତିନିମାସ ପର୍ଯ୍ୟନ୍ତ ବନ୍ଦ ରହିବା ପରେ ଆଜି ଠାରୁ ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରକୁ ଯାଇ ବଉଳା ଓ ଅନ୍ୟ କୁମ୍ଭୀରଙ୍କୁ ଦେଖିବା ସହ ନୌଯାତ୍ରାର ମଜା ନେଇପାରିବେ।
# ଭଦ୍ରକ ଜିଲା ବାସୁଦେବପୁର ଗ୍ରାମର ବରଣ୍ଡୁଆ ସେବା ସମିତି ସଭାପତି ତଥା ପୂର୍ବତନ ସରପଞ୍ଚ ନଗେନ୍ଦ୍ର ବିଶ୍ୱାଳଙ୍କ ବାସଭବନ ସମେତ ୧୦ଟି ସ୍ଥାନରେ ଆଜି ଭିଜିଲାନ୍ସ ଚଢାଉ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଡାଉ କରିଥିବା ସୂଚନା ମିଳିଛି।
# ଜୟପୁର-କୋରାପୁଟ ରାଜପଥରେ ଥିବା ଆଇଆରବି ବାଟ୍ଟାଲିୟନ୍ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି,ଏକ ବାଇକ୍ ସହ ଏକ ମିନି ବସ୍ ମୁହାଁମୁହିଁ ଧକ୍କା ହୋଇଛି ।
# ପୁଲିସ ପରିଚୟ ଦେଇ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ଠାରୁ ସୁନା ହାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗୁରୁବାର ଦିନ ମହିଳା ଜଣଙ୍କ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଏହି ଘଟଣା ଘଟିଛି । ବ୍ରହ୍ମପୁରରେ ଜନଗହଳିପୂର୍ଣ ସ୍ଥାନରେ ବାରମ୍ବାର ଏଭଳି ଘଟଣା ଅସଲି ପୁଲିସର ମୁଣ୍ଡବ୍ୟଥା ବଢ଼ାଇ ଦେଇଛି ।

ଜାତୀୟ:

# ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁସଲିମ ମହିଳା ବିବାହ ଅଧିକାର ସୁରକ୍ଷା (ତିନି ତଲାକ) ବିଧେୟକ ୨୦୧୯କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

– ଫଳରେ ଏକା ଥରକେ ତିନି  ତଲାକକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରୁଥିବା ବିଲ ଆଇନରେ ପରିଣତ ହୋଇଛି। ତିନି ତଲାକ ବିଲ ଆଇନରେ ପରିଣତ ହେବା ପରେ ଏବେ ମୌଖିକ, ଲିଖିତ ବା ଅନ୍ୟ କୌଣସି ମାଧ୍ୟମରେ ତିନି ତଲାକ ଦେବା ଆଇନରେ ଦଣ୍ଡନୀୟ ଅପରାଧ ହେବ। ଏହି ଅପରାଧ ଲାଗି ତିନି ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି । ୨୦୧୯ ସେପ୍ଟେମ୍ବର ୧୯ରୁ ଏହା  ଲାଗୁ ହେବ ।

 # ଉନ୍ନାଓ ବଳାତ୍କାର  ପୀଡ଼ିତାର ଦୁର୍ଘଟଣା ମାମଲାରେ ସୁପ୍ରିମକୋର୍ଟରେ ଆଜି ଦୁଇ ଥର ଶୁଣାଣି ହୋଇଛି । ସମ୍ପର୍କିତ ୪ ମାମଲାକୁ  ଲକ୍ଷ୍ନୌରୁ ଦିଲ୍ଲୀକୁ ସ୍ଥାନାନ୍ତର କରିଛନ୍ତି। ଦୁର୍ଘଟଣା ମାମଲାର ତଦନ୍ତ ୭ ଦିନ ମଧ୍ୟରେ ଶେଷ କରିବା ପାଇଁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦେଶ ଦେଇଛନ୍ତି। ଏହାସହ ସମସ୍ତ ମାମଲାର ଶୁଣାଣି ୪୫ ଦିନ ମଧ୍ୟରେ ସାରିବାକୁ ସୁପ୍ରିମକୋର୍ଟ କହିଛନ୍ତି । କ୍ଷତିପୂରଣ ବାବଦ ପୀଡ଼ିତାର ପରିବାରକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ରାଜ୍ୟସରକାରଙ୍କୁ ଅଦାଲତ ନିର୍ଦେଶ ଦେଇଛନ୍ତି ।

# ଉନ୍ନାଓ ଗଣବଳାତ୍କାର ଘଟଣାର ମୁଖ୍ୟଅଭିଯୁକ୍ତ ବିଧାୟକ କୁଳଦୀପ ସିଂହ ସେନଗାରଙ୍କୁ ବିଜେପି ଗୁରୁବାର ଦଳରୁ ବହିଷ୍କାର କରିଛି। ଏହା ପୂର୍ବରୁ ମଙ୍ଗଳବାର ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ଏବେ କୁଳଦୀପ ଉତ୍ତରପ୍ରଦେଶର ସୀତାପୁର ଜେଲରେ ବନ୍ଦୀ ଅଛନ୍ତି।
# ରାମପୁର ସାଂସଦ ଆଜମ ଖାନଙ୍କ ପୁଅ ତଥା ଏସପି ବିଧାୟକ ଅବଦୁଲ୍ଲା  ଆଜମ ଖାନଙ୍କୁ ପୁଲିସର ଗିରଫଦାରୀ ବିରୋଧରେ ସମାଜବାଦୀ ପାର୍ଟି (ଏସପି) ଅଧ୍ୟକ୍ଷ ଅଖିଳେଶ ଯାଦବ ରାମପୁରରେ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛନ୍ତି। ଜିଲାପାଳ ରାମପୁର ଜିଲାରେ ୧୪୪ ଧାରା ଲାଗୁ କରିଛନ୍ତି । ଆଇଶୃଙ୍ଖଳା, କାଉଡ଼ିଆ ଯାତ୍ରା ଏବଂ ବକରୀ-ଇଦକୁ ଦୃଷ୍ଟିରେ ରଖି ଏହି ଧାରା ଲାଗୁ କରାଯାଇଥିବା କୁହାଯାଇଛି।
# ଦିଲ୍ଲୀରେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ ଛାଡ଼ ଏବଂ ୨୦୦ରୁ ୪୦୦ ୟୁନିଟ ବିଦ୍ୟୁତ୍ ବିଲରେ ୫୦% ରିଆତି ଘୋଷଣା କରାଯାଇଛି।
# ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଏବଂ ଗ୍ୟାସ ଦର ହ୍ରାସ ଯୋଗୁଁ ଅଣରିଆତି ରନ୍ଧନ ଗ୍ୟାସ (ଏଲପିଜି) ସିଲିଣ୍ଡର ଦାମ ବୁଧବାର ୬୨ ଟଙ୍କା ୫୦ ପଇସା ହ୍ରାସ ପାଇଛି।
# ଝାଡ଼ଖଣ୍ଡରେ ଏକ ଭିଡି ହତ୍ୟା ଘଟଣା ସାମ୍ନାକୁ ଆସିଛି। ରାଜ୍ୟର ଦୁମକା ଜିଲାର ଚିହ୍ନୁଟିଆ ଗ୍ରାମରେ ଗୁରୁବାର ଦିନ ଲୋକମାନେ ଜଣେ ଚୋରକୁ ପିଟି ପିଟି ମାରି ଦେଇଛନ୍ତି।

# ଜାମ୍ମୁ କାଶ୍ମୀର ପୁଲିସ୍ ଆଜି ସକାଳେ କାଜିପୋରାରୁ ଜଣେ ଆତଙ୍କବାଦୀକୁ ଶୌକତକୁ ଗିରଫ କରିଛି। ତା’ ନିକଟରୁ ଗାଟିଏ ବନ୍ଧୁକ, ଗୋଟିଏ ମାଗାଜିନ, ୬ଟି ଜୀବନ୍ତ ଗୁଳି ଜବତ କରାଯାଇଛି।
# କୁଳଭୂଷଣ ଯାଦବଙ୍କ ପରେ ଗୁପ୍ତଚର ଅଭିଯୋଗରେ ପାକିସ୍ତାନ ଆଉ ଜଣେ ଭାରତୀୟଙ୍କୁ ଗିରଫ କରିଛି। ବୁଧବାର ପାକିସ୍ତାନ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି। ଡେରା ଘାଜି ଖାନ ଜିଲାର ରାଖି ଗଜ ଅଞ୍ଚଳରୁ ଏହି ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ପାକିସ୍ତାନୀ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ଆନ୍ତର୍ଜାତୀୟ:

# ଚୀନରେ  କୋଇଲା ଖଣି ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ 

# ଅଲ-କାଏଦାର ପ୍ରତିଷ୍ଠାତା ଲାଡେନର ପୁଅ ହାମଜାର ମୃତ୍ୟୁ ଘଟିଛି ବୋଲି ଆମେରିକାର ଗୁଇନ୍ଦା ସଂସ୍ଥା କହିଛି। ​

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories