ସନ୍ଧ୍ୟା ୫ଟା ମୁଖ୍ୟ ଖବର

ବଡ଼ ଖବର :

# ଜାତିସଂଘର ସାଧାରଣ ଅଧିବେଶନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବକ୍ତବ୍ୟକୁ ଭାରତ କଠୋର ସମାଲୋଚନା କରିଛି, ଅନ୍ୟକେହି ସେମାନଙ୍କ ତରଫରୁ କଥା ହେଉ ଏହା ଦେଶର ନାଗରିକମାନେ କେବେ ମଧ୍ୟ ଚାହାଁନ୍ତି ନାହିଁ।

#  ଆମେରିକା କହିଛି ଭାରତ ସହିତ ଆମେରିକାର ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଗତ କିଛିବର୍ଷ ମଧ୍ୟରେ ଏଥିରେ ଯଥେଷ୍ଟ ଉନ୍ନତି ଘଟିଛି।

# ଜାତିସଂଘର ସାଧାରଣ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀଙ୍କର ଐତିହାସିକ ବକ୍ତବ୍ୟ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତଥା ଅନ୍ୟାନ୍ୟ ନେତାମାନେ ଏଭଳି ପ୍ରଭାବଶାଳୀ ଉଦ୍‍ବୋଧନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

# ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ବ୍ରହ୍ମପୁର ଉପକଣ୍ଠ ଗୋଳାବନ୍ଧ ସ୍ଥିତ ଆର୍ମି ଡିପେନ୍ସ କଲେଜକୁ ‘ସ୍ବତନ୍ତ୍ର କଲର ସମ୍ମାନ’ ପ୍ରଦାନ ଉତ୍ସବରେ ଯୋଗ ଦେଇଛନ୍ତି।

# ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ବ ବଜାୟ ରଖିବାରେ ସେନା ବାହିନୀର ଗୁରୁତ୍ବପୂର୍ଣ୍ଣ ଯୋଗଦାନକୁ ରାଷ୍ଟ୍ରପତି ସ୍ମରଣ କରିଛନ୍ତି।

#  ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆଜି ମୁମ୍ବାଇରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଡିଜେଲ ଓ ବିଦ୍ୟୁତ୍‍ ଚାଳିତ ବୁଡ଼ାଜାହାଜ ଆଇଏନ୍‍ଏସ୍‍ ଖଣ୍ଡେରୀକୁ ନୌସେନାରେ ସାମିଲ କରିଛନ୍ତି।

# ଜାମ୍ମୁ କାଶ୍ମୀରର ଗାନ୍ଦରବଲ ଜିଲାରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି।

ଜାତୀୟ :

# ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ତାଙ୍କର ରେଡ଼ିଓ କାର୍ଯ୍ୟକ୍ରମ ମନ୍‍ କି ବାତ୍‍ ମାଧ୍ୟମରେ ଦେଶ ଓ ବିଦେଶର ଲୋକମାନଙ୍କୁ ନିଜ ମନକଥା କହିବେ।

# ବିନା କାରଣରେ କାଗଜପତ୍ର ଯାଞ୍ଚ ପାଇଁ ଗାଡ଼ି ଚାଳକମାନଙ୍କୁ ନ ଅଟକାଇବା ପାଇଁ ଉତ୍ତର ପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ଓମ୍‍ ପ୍ରକାଶ ସିଂହ ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ପୁଲିସକର୍ମୀ କେବଳ ଟ୍ରାଫିକ୍‍ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ଲାଇସେନ୍ସ ଯାଞ୍ଚ କରନ୍ତୁ।

ଉତ୍ତର ଭାରତରେ ପ୍ରବଳ ବର୍ଷା ଯୋଗୁଁ ୟୁପି ସମେତ ଅନ୍ୟାନ୍ୟ ରାଜ୍ୟରେ ଭୟଙ୍କର ବିତ୍ପାତ ସୃଷ୍ଟି ହୋଇଛି। ପ୍ରବଳବର୍ଷା କାରଣରୁ ୩ ଦିନ ମଧ୍ୟରେ କେବଳ ଉତ୍ତରପ୍ରଦେଶରେ ୫୫ ଜଣଙ୍କ ମୃତ୍ୟୁ ହୋଇଛି ।

# ବିନା କାରଣରେ କାଗଜପତ୍ର ଯାଞ୍ଚ ପାଇଁ ଗାଡ଼ି ଚାଳକମାନଙ୍କୁ ନ ଅଟକାଇବା ପାଇଁ ଉତ୍ତର ପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ଓମ୍‍ ପ୍ରକାଶ ସିଂହ ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ପୁଲିସକର୍ମୀ କେବଳ ଟ୍ରାଫିକ୍‍ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ଲାଇସେନ୍ସ ଯାଞ୍ଚ କରନ୍ତୁ।

# ସୁପ୍ରସିଦ୍ଧ ଗାୟିକା ତଥା କୋକିଳ କଣ୍ଠୀ ଲତା ମଙ୍ଗେସକର ଆଜି ୯୦ ବର୍ଷରେ ପଦାର୍ପଣ କରିଛନ୍ତି।

ଆଞ୍ଚଳିକ:

#  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ବ୍ରହ୍ମପୁର ଉପକଣ୍ଠ ଗୋଳାବନ୍ଧ ସ୍ଥିତ ଆର୍ମି ଡିପେନ୍ସ କଲେଜକୁ ‘ସ୍ବତନ୍ତ୍ର କଲର ସମ୍ମାନ’ ପ୍ରଦାନ ଉତ୍ସବରେ ଯୋଗ ଦେଇଛନ୍ତି।

# ଦେଶର ଏକତା, ଅଖଣ୍ଡତା ସ ସାର୍ବଭୌମତ୍ବ ବଜାୟ ରଖିବାରେ ସେନା ବାହିନୀର ଗୁରୁତ୍ବପୂର୍ଣ୍ଣ ଯୋଗଦାନକୁ ରାଷ୍ଟ୍ରପତି ସ୍ମରଣ କରିଛନ୍ତି।

# କେନ୍ଦ୍ରାପଡ଼ାର ଗରାପୁର ଅଞ୍ଚଳରେ ପୁଲିସ ଏନକାଉଣ୍ଟରରେ ଶନିବାର ଦୁର୍ଦ୍ଦାନ୍ତ ଅପରାଧୀ ହୃଷିକେଶ ମଲ୍ଲିକ ଆହତ ହୋଇଥିବା ଜଣାପଡ଼ିଛି।

# ଆଜି ପବିତ୍ର ମହାଳୟା। ଆଜିର ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦେବାର ପରମ୍ପରା ରହିଛି। ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀର ବାଇଶ ପାହାଚ ସମେତ ଯାଜପୁର ମା’ ବିରଜା କ୍ଷେତ୍ର ନାଭିଗୟାରେ ପିଣ୍ଡଦାନ ଲାଗି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।

# ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଅପରାହ୍ନରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଆନ୍ତର୍ଜାତୀୟ:

# ଆଫଗାନିସ୍ତାନର ନୂତନ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଭୋଟ୍‍ ଗ୍ରହଣ କରାଯାଉଛି।  

# ନେପାଳରେ ଶନିବାର ସକାଳେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ସକାଳ ପ୍ରାୟ ସାଢେ ୧୦ଟାରେ ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହା ତୀବତ୍ରା ୪.୧ ରେକର୍ଡ କରାଯାଛି।

Comments are closed.