ଆମ କୃଷକମାନଙ୍କ ସ୍ୱାର୍ଥ ଆମର ସର୍ବୋଚ୍ଚ ପ୍ରାଥମିକତା, ଭାରତ କେବେବି ଏହାର ଚାଷୀ, ପଶୁପାଳନ ଚାଷୀ ଏବଂ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ସହିତ କୌଣସି ପ୍ରକାର ସାଲିସ କରିବ ନାହିଁ ବୋଲ ସ୍ପଷ୍ଟ ଭାବେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ଜାଣେ ମୋତେ ବ୍ୟକ୍ତିଗତ ଭାବରେ ଏକ ବଡ ମୂଲ୍ୟ ଦେବାକୁ ପଡିବ, କିନ୍ତୁ ମୁଁ ଏଥିପାଇଁ ପ୍ରସ୍ତୁତ, ଦେଶର ମତ୍ସ୍ୟଜୀବୀମାନଙ୍କ ପାଇଁ ଏବଂ ପଶୁପାଳକଙ୍କ ପାଇଁ ବହୁ ମୂଲ୍ୟ ଦେବାକୁ ପ୍ରସ୍ତୁତ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏଭଳି ମନ୍ତବ୍ୟକୁ ଟ୍ରମ୍ପଙ୍କ ଶୁଳ୍କ ଦ୍ୱିଗୁଣିତ କରିବାର ଘୋଷଣା ସହିତ ଯୋଡାଯାଇଛି, ଆଜି ଅର୍ଥାତ ଅଗଷ୍ଟ ୭ରୁ ଭାରତରୁ ଆମେରିକା ପଠାଯାଉଥିବା ସାମଗ୍ରୀ ଉପରେ ୨୫ପ୍ରତିଶତ ଶୁଳ୍କ ଲାଗୁ ହେଉଛି..
ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ ରାଜଧାନୀ ଭୁବନେଶ୍ଵରସ୍ଥିତ ଜନତା ମୈଦାନରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଏକ୍ତାର ଶୁଭାରମ୍ଭ କରିଛନ୍ତି ମାଧୁରୀ, ନୂଆ ବ୍ରାଣ୍ଡ ଆମ୍ବାସଡର ଭାବେ ମାଧୁରୀଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ..
ଜାତୀୟ ହସ୍ତତନ୍ତ ଦିବସରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଅପିଲ୍ କରି କହିଛନ୍ତି, ସପ୍ତାହର ଗୋଟିଏ ଦିନ ଓଡିଶାର ହସ୍ତତନ୍ତ ପରିଧାନ କରିବା..
ଜମ୍ମୁ-କାଶ୍ମୀରର ଉଧମପୁରରେ ବଡ ଦୁର୍ଘଟଣା, ଉଧମପୁର ଜିଲାର କାଣ୍ଡୱା-ବସନ୍ତଗଡ ଅଞ୍ଚଳରେ ଏକ ସିଆରପିଏଫ୍ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି, ଏଥିରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୧୨ଜଣ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି..
ଘରୁ ଟଙ୍କା ମିଳିବା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟର ବିଚାରପତି ଯଶଓ୍ବନ୍ତ ବର୍ମାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି, ତାଙ୍କୁ ଦୋଷୀ ବୋଲି ଦର୍ଶାଇଥିବା ତଦନ୍ତ କମିଟିର ରିପୋର୍ଟ ଏବଂ ପ୍ରଧାନ ବିଚାରପତିଙ୍କ ଦ୍ଵାରା ପଦବୀରୁ ତତ୍କାଳ ହଟାଯିବା ଲାଗି ସୁପାରିସକୁ ଚ୍ୟାଲେଞ୍ଜ କରି ବର୍ମା ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ..
ଜାଣନ୍ତୁ ରାଶି ଅନୁଯାୟୀ ଭାଇକୁ ବାନ୍ଧିବେ କେଉଁ ରଙ୍ଗର ରାକ୍ଷୀ, ଭଉଣୀକୁ ଦେବେ କି ଉପହାର..
ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଓ ଅଭିଯୁକ୍ତକୁ ଗିରଫ ଦାବିରେ ବିଜୁ ଜନତା ଦଳ ପକ୍ଷରୁ ଆଜି ୬ ଘଣ୍ଟିଆ ପୁରୀ ଜିଲା ବନ୍ଦ ଡାକରା ଦିଆଯାଇଥିଲା, ପିପିଲିର ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ନେତୃତ୍ୱରେ ବିଜେଡି କର୍ମୀ ଓ ସମର୍ଥକମାନେ ଭୁବନେଶ୍ୱର -ପୁରୀ ଜାତୀୟ ରାଜପଥର ଉତ୍ତରା ବଜାର, ପିପିଲି ଟୋଲ ପ୍ଲାଜା ଛକ, ମଙ୍ଗଳପୁର ବଜାର, ସାତଶଂଖ ବଜାର ସମେତ ପିପିଲି ପୌରାଞ୍ଚଳର ହାଟଛକ ଠାରେ ସକାଳ ୬ଟାରୁ ରାସ୍ତା ଉପରେ ଟାୟାର ଜାଳି ଅବରୋଧ କରିବା ସହ ହରତାଳ କରିଥିଲେ..
ପ୍ରକୃତିର ତାଣ୍ଡବ ; ହିମାଚଳପ୍ରଦେଶରେ ଏଯାଏଁ ୧୯୯ ମୃତ, ୧୯୦୫.୫ କୋଟି ଟଙ୍କାର କ୍ଷୟକ୍ଷତି
ଦେଖନ୍ତୁ ଭିଡିଓ; ଡେଲିଭରି ବଏକୁ ଚାପୁଡା ପରେ ଚାପୁଡା ମାରିଲେ, ଜାଣନ୍ତୁ କାରଣ..



