www.samajalive.in
Sunday, December 7, 2025
18.1 C
Bhubaneswar

ଜାଣନ୍ତୁ, ଜ୍ୟୋତିଷଶାସ୍ତ୍ରରେ କେବେ ହୁଏ ଏହି ୫ଟି ମହାଶୁଭ ଯୋଗ

ଜ୍ୟୋତିଷଶାସ୍ତ୍ରରେ କେତେକ ମହାଶୁଭ ମୁହୂର୍ତ୍ତ ରହିଛି । ଏହି ମହାଶୁଭ ମୁହୂର୍ତ୍ତ ମଧ୍ୟରେ ୫ଟି ମହାଯୋଗ ରହିଛି । ସେଗୁଡିକ ହେଲା ହଂସ ଯୋଗ, ଶଶ ଯୋଗ, ମାଲବ୍ୟ ଯୋଗ, ରୁଚକ ଯୋଗ ଏବଂ ଭଦ୍ର ଯୋଗ । ବୃହସ୍ପତି ଯେତେବେଳେ କର୍କଟ, ଧନୁ ବା ମୀନ ରାଶିରେ ରହିଥାଆନ୍ତି, ସେହି ସମୟକୁ ହଂସ ଯୋଗ ବୋଲି କୁହାଯାଏ । ଏହା ଦ୍ବାରା ବ୍ୟକ୍ତି ତପସ୍ବୀ, ବିଦ୍ବାନ ଏବଂ ଜ୍ଞାନୀ ହୋଇଥାଏ । ଏହି ସମୟରେ ଲୋକଙ୍କୁ ମାନ ସମ୍ମାନ ପ୍ରାପ୍ତି ହୋଇଥାଏ । ରାଜନୀତି, ମକଦ୍ଦମା ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ସଫଳତା ମିଳିଥାଏ । ଏହି ସମୟରେ ଲୋକେ ଅହଙ୍କାର ଛାଡିବା ଉଚିତ୍ । ନଚେତ୍ ଏହି ଯୋଗ ନିଷ୍ଫଳ ହୋଇଥାଏ ।

ଶଶ ଯୋଗ: ଶନି ଯେତେବେଳେ ତୁଳା, ମକର ବା କୁମ୍ଭ ରାଶିରେ ରହିଥାଏ ତାହାକୁ ଶଶ ଯୋଗ ବୋଲି କୁହାଯାଏ । ଏହା ଦ୍ବାରା ବ୍ୟକ୍ତି ଶାସକ ବା ନେତୃତ୍ବବାନ ହୋଇଥାଏ । ଏହି ସମୟରେ ବ୍ୟକ୍ତି ସର୍ବୋଚ୍ଚ ସ୍ଥାନରେ ପହଞ୍ଚିବା ସହ କଠିନ ପରିଶ୍ରମ ଓ ସମୟର ସଠିକ ଉପଯୋଗ କରିବାର କ୍ଷମତା ରହିଥାଏ । ଏହି ସମୟରେ ନିଶା ଛାଡିବା ଉଚିତ୍ ।

- Advertisement -

ମାଲବ୍ୟ ଯୋଗ: ଯଦି ଶୁକ୍ର ଗ୍ରହ ମୀନ, ବୃଷ ବା ତୁଳା ରାଶିରେ ରହିଥାଏ ତାହାକୁ ମାଲବ୍ୟ ଯୋଗ ବୋଲି କୁହାଯାଏ । ଏହା ଦ୍ବାରା ବ୍ୟକ୍ତିକୁ ବୈଭବ ଓ ବିଳାସମୟ ଜୀବନ ମିଳିଥାଏ । ଏହି ସମୟରେ ବ୍ୟକ୍ତିକୁ ଗ୍ଲାମର, ସୁଖ ସମୃଦ୍ଧି, ଧନ ଓ ଆକର୍ଷଣ ପ୍ରାପ୍ତି ହୋଇଥାଏ । ଏମାନେ ଫିଲ୍ମ, ମିଡିଆ, କଳା, ସୌନ୍ଦର୍ଯ୍ୟ ବା ଚିକିତ୍ସା କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି । ଏହି ସମୟରେ ବ୍ୟକ୍ତି ଅଯଥା ଖର୍ଚ୍ଚରୁ ବଞ୍ଚିବା ଉଚିତ୍ ।

ରୁଚକ ଯୋଗ: ମଙ୍ଗଳ ଗ୍ରହ ଯଦି ମକର, ମେଷ ବା ବିଚ୍ଛା ରାଶିରେ ରହିଥାଏ ତାହାକୁ ରୁଚକ ଯୋଗ ବୋଲି କୁହାଯାଏ । ଏହି ଯୋଗ ବ୍ୟକ୍ତିଙ୍କୁ ଅଦମ୍ୟ ସାହସୀ ତଥା ପରାକ୍ରମୀ କରିଥାଏ । ଏହି ସମୟରେ ଏହି ରାଶିର ଲୋକଙ୍କୁ ପ୍ରଚୁର ମାତ୍ରାରେ ଭୂମି, ସମ୍ପତ୍ତି, ଶକ୍ତି ଏବଂ ଖୁସୀ ମିଳିଥାଏ । ଏହି ସମୟରେ ଲୋକେ ପ୍ରଶାସନ, ସେନା, ପୁଲିସ ଅଥବା ସର୍ଜରୀ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି । ଏମାନେ ନିଜର କ୍ରୋଧ ଏବଂ ହିଂସାତ୍ମକ ଗୁଣ ଉପରେ ନିୟନ୍ତ୍ରଣ ରଖିବା ଉଚିତ୍ ।

ଭଦ୍ର ଯୋଗ: ବୁଧ ଗ୍ରହ ଯେତେବେଳେ କନ୍ୟା ବା ମିଥୁନ ରାଶି ରହିଥାନ୍ତି ତାହାକୁ ଭଦ୍ର ଯୋଗ ବୋଲି କୁହାଯାଏ । ଏହି ସମୟରେ ବ୍ୟକ୍ତି ଧନବାନ ଓ ଅତ୍ୟନ୍ତ ବୁଦ୍ଧିମାନ ହୋଇଥାଏ । ଏହି ସମୟରେ ବ୍ୟକ୍ତିଙ୍କୁ ସୁନ୍ଦରତା, ବାଣୀ, ବୁଦ୍ଧି ଏବଂ ଚତୁରତାର ବରଦାନ ମିଳିଥାଏ । ଆର୍ଥିକ ​‌କ୍ଷେତ୍ରରେ ମଧ୍ୟ ଏମାନେ ଉଚ୍ଚରେ ରହିଥାନ୍ତି । ଏମାନଙ୍କୁ ନିଜ ବୁଦ୍ଧିର ଦୁର୍ବ୍ୟବହାର କରିବା ଉଚିତ୍ ନୁହେଁ ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories