ଭୁବନେଶ୍ବର:ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୩ଜଣ ନାବାଳକ ଥିବା ଜଣାପଡ଼ିଛି। ନବରଙ୍ଗପୁର, ବଲାଙ୍ଗିର, ବୌଦ୍ଧ, ସୁନ୍ଦରଗଡ଼ ଓ ଗଞ୍ଜାମରେ ଜଣେ ଲେଖାଏଁ ବଜ୍ରପାତ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ନବରଙ୍ଗପୁର ଝରିଗାଁ ଥାନା ଚନ୍ଦାହାଣ୍ଡିରେ ନାବାଳକର ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗିର ବେଲପଡ଼ା ସରମୁହାଁଣ ଗାଁରେ ବଜ୍ରପାତ ଯୋଗୁଁ ଜଣକ ଜୀବନ ଯାଇଛି। ସେହିପରି ବଜ୍ରପାତରେ ବୌଦ୍ଧ ବାଉଁଶୁଣି ଥାନା ତାପଡ଼ା ଗାଁରେ ନାବାଳକର ମୃତ୍ୟୁ ହୋଇଥିବାବେଳେ ସୁନ୍ଦରଗଡ଼ ବୀରମିତ୍ରପୁର କବିରାଜଢିପା ବସ୍ତିରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ଗଞ୍ଜାମ ପୋଲସରା ବାଲିସାହି ଫାଣ୍ଡି ଡୁଙ୍ଗୁରି ଗାଁରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।
Popular Categories



