ଭୁବନେଶ୍ବର : ଅପରାଧ ତଦନ୍ତ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରିଥିବା ଓଡ଼ିଶା ପୁଲିସର ୪ଜଣ ପୁଲିସ ଅଧିକାରୀଙ୍କୁ ୨୦୨୧ ବର୍ଷ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପଦକ ପ୍ରଦାନ କରାଯିବ। ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ସେମାନଙ୍କର ନାମ ଘୋଷଣା କରାଯାଇଛି। ସେମାନେ ହେଲେ ଉପ ଆରକ୍ଷୀ ଅଧୀକ୍ଷକ ଦେବେନ୍ଦ୍ର କୁମାର ମଲ୍ଲିକ, ନିରୀକ୍ଷକ ଦେବେନ୍ଦ୍ର କୁମାର ବିଶ୍ବାଳ, ନିରୀକ୍ଷକ ତୃପ୍ତି ରଞ୍ଜନ ନାୟକ ଓ ନିରୀକ୍ଷକ ଶ୍ରୀକାନ୍ତ ସାହୁ।
ସାଲେପୁର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ଉପ ଅଧୀକ୍ଷକ ଶ୍ରୀ ମଲ୍ଲିକ ତଦନ୍ତ କରିଥିଲେ। ଏହି ମାମଲାର ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା। ସେହିପରି ନିରୀକ୍ଷକ ଶ୍ରୀ ବିଶ୍ବାଳ ଅନ୍ଧାରୁଆ-ଦାସପୁର ରାସ୍ତା କଡ଼ରେ ମୁଣ୍ଡ ବିହୀନ ଜଣେ ମହିଳାଙ୍କ ମୃୃତ୍ୟୁ ଘଟଣାେର ୨ ଅଭିଯୁକ୍ତଙ୍କୁ ଠାବ କରିଥିଲେ। କନ୍ଧମାଳ ଜିଲାର ନିରୀକ୍ଷକ ଶ୍ରୀ ନାୟକ ୪ଟି ଭିନ୍ନ ମାମଲାର ତଦନ୍ତ କରି ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରାଇ ପାରିଛନ୍ତି। ଏଥିରେ ହତ୍ୟା, ବଳାତ୍କାର ଓ ଡକାୟତି ମାମଲା ରହିଛି। କେନ୍ଦୁଝର ଜିଲାର ନିରୀକ୍ଷକ ଶ୍ରୀ ସାହୁ ୩ଟି ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ଅଧିକାରୀମାନେ ତଦନ୍ତ ବେଳେ ଅତ୍ୟାଧୁନିକ ଅପରାଧ ବିଧି ବିଜ୍ଞାନ(ଫୋରେନସିକ୍ ସାଇନ୍ସ)ର ବିନିଯୋଗ କରି ତଦନ୍ତରେ ସଫଳ ହୋଇଥିଲେ।