www.samajalive.in
Sunday, December 7, 2025
14.1 C
Bhubaneswar

ନବରଙ୍ଗପୁରରେ ପୁଣି ୩୮୬ କରୋନା ଆକ୍ରାନ୍ତ ; ବିଜାପୁରରେ ୨୯ ଆକ୍ରାନ୍ତ ନେଇ କୋକୁଆ ଭୟ

ନବରଙ୍ଗପୁର : ନବରଙ୍ଗପୁର ଜିଲାରେ ତାଲାବନ୍ଦ କାମ କରୁନଥିବା ବେଳେ ଜନ ସଚେତନତାର ଅଭାବ ପରିଲକ୍ଷିତ ହୋଇଛି। ଜିଲାରେ କରୋନା ଆକ୍ରାନ୍ତ ସଂଖ୍ୟା ରବିବାର ୪୧୭ ପରେ ଆଜି ସୋମବାର ପୁଣି ୩୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜିଲାରେ ଶନିବାର ଓ ରବିବାର ସାପ୍ତାହନ୍ତ ତାଲାବନ୍ଦ ରହିଥିବାରୁ ଆଜି ସୋମବାର ଦିନ ଦୈନିକ ବଜାର ଓ ବିଭନ୍ନ ଦୋକାନରେ ପୁଣି ଭିଡ ଜମିଥିଲା। ସାମଜିକ ଦୂରତାକୁ ଫୁ କରି ଅମାନିଆ ଲୋକଙ୍କୁ ତାଗିଦ କରିବାକୁ ପୁଲିସ ମଧ୍ୟ ନଥିଲେ। କେବଳ ଦୈନିକ ବଜାର ଭିତରକୁ ବାଇକ ନ ନେବା ପାଇଁ ପୁଲିସ ଜଗିଥିଲେ। ତେବେ ଲୋକଙ୍କି ଭିଡ କମାଇବାକୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଜିଲାରେ ମୋଟ ୧୫ ହଜାର ୭୧୨ଜଣ କରୋନା ଆକ୍ରାନ୍ତ ହୋଇ ସାରିଛନ୍ତି। ଯାହାକି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସେଥିମଧ୍ୟରୁ ୧୨ ହଜାର ୪୮୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ମୋଟ ୩୧୧୭ଜଣ କରୋନା ସଂକ୍ରମିତ ରହିଥିବାବେଳେ ସେଥିମଧ୍ୟରୁ ମୋଟ ୨୯୧୭ଜଣ ନିଜଘରେ ଏକାନ୍ତବାସରେ ରହି ଚିକିତ୍ସିତ ହେଉଛନ୍ତି। ଅନ୍ୟମାନେ ଜିଲା ଓ ଜିଲା ବାହାରର ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଆଜି ସୋମବାର ଦିନ ଜିଲାରେ ମୋଟ ୩୮୬ ଜଣ ଆକ୍ରାନ୍ତ ମଧ୍ୟରୁ ଚନ୍ଦାହାଣ୍ଡି ବ୍ଳକରେ ୩୦ଜଣ ଜଣ ଆକ୍ରାନ୍ତ ହୋଇଥିବାବେଳେ ରାଇଘର ବ୍ଳକରେ ୨୭ ଜଣ, ଝରିଗାଁ ବ୍ଳକରେ ୭୯ଜଣ, ଉମରକୋଟ ବ୍ଳକରେ ୭୧ଜଣ , ଉମରକୋଟ ପୌରାଞ୍ଚଳରେ ୪୫ଜଣ, ନବରଙ୍ଗପୁର ପୌରାଞ୍ଚଳରେ ୩୫ଜଣ ନବରଙ୍ଗପୁର ବ୍ଳକରେ ୭ଜଣ, ଡାବୁଗାଁ ବ୍ଲକରେ ୧୧ଜଣ, ପାପଡ଼ାହାଣ୍ଡି ବ୍ଳକରେ ୭ଜଣ, କୋଷାଗୁମୁଡା ବ୍ଳକରେ ୨୯ଜଣ ଓ ତେନ୍ତୁଳିଖୁଣ୍ଟି ବ୍ଳକରେ ୧୯ଜଣ ଆକ୍ରାନ୍ତ ଓ ନନ୍ଦାହାଣ୍ଡି ବ୍ଳକରେ ୨୬ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ଗୋଟିଏଦିନରେ ଝରିଗାଁ ବ୍ଳକର ବିଜାପୁର ଗାଁରେ ୨୯ ଜଣ ଆକ୍ରାନ୍ତ ହେବା ସଂପୃକ୍ତ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି। ଜିଲାରେ ପ୍ରଥମଥର ପାଇଁ ଗୋଟିଏ ଗାଁରେ ଗୋଟି ଏଦିନରେ ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚନ୍ଦାହାଣ୍ଡି ଓ ରାଇଘରବ୍ଳକରେ ଗତ ଦୁଇ ଦିନ ହେଲା ଆକ୍ରାନ୍ତ ସଂଖ୍ୟା କମୁଥିବାବେଳେ ଏହା ଆଶ୍ୱସ୍ତି ଆଣି ଦେଇଥିବା ବେଳେ ଉମରକୋଟ ବ୍ଲକ ରେ ଆକ୍ରାନ୍ତ ବୃଦ୍ଧି ସଂପୃକ୍ତ ଅଞ୍ଚଳବାସୀଙ୍କୁ ଚିନ୍ତିତ କରିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories