ଆଠଗଡ : ଆଠଗଡ ବ୍ଲକରେ ବୁଧବାର ଜବାହାର ନବୋଦୟ ବିଦ୍ୟାଳୟ ପାଇଁ ୩୧୧ଜଣ ବିଦ୍ୟାର୍ଥୀ ୩ଟି ପରୀକ୍ଷା କେନ୍ଦ୍ରରେ ପ୍ରବେଶିକା ପରୀକ୍ଷା ଦେଇଥିବା ଜଣାପଡିଛି । ମୋଟ ୩୭୪ପିଲା ପରୀକ୍ଷା ଦେବା ପାଇଁ ପଞ୍ଜିକରଣ କରିଥିବାବେଳେ ସେମାନଙ୍କ ମଧ୍ୟରୁ ଆଜି ପରୀକ୍ଷାରେ ୬୩ଜଣ ଅନୁପସ୍ଥିତ ଥିବା ଭାରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ନବକିଶୋର ସାହୁଙ୍କ ସୁତ୍ରରୁ ପ୍ରକାଶ । ଆଠଗଡର ବିଶ୍ୱନାଥ ବିଦ୍ୟାପୀଠରେ ୧୧୬ଜଣ, ସରକାରୀ ବାଳିକା ହାଇସ୍କୁଲରେ ୯୯ଜଣ ଏବଂ ଖୁଣ୍ଟୁଣୀସ୍ଥିତ ରାଧାନାଥ ବିଦ୍ୟାପୀଠରେ ୯୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସବୁ କେନ୍ଦ୍ରରେ ପରୀକ୍ଷା ବେଶ୍ ଶାନ୍ତିପୂର୍ଣ୍ଣ ଭାବେ ହୋଇଥିବାବେଳେ ଭାରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ସାହୁ ସବୁ କେନ୍ଦ୍ର ପରିଦର୍ଶନ କରିଥିଲେ।
Popular Categories



