www.samajalive.in
Sunday, December 7, 2025
26.1 C
Bhubaneswar

ଇଣ୍ଡିଆ ବୁକ୍‌ ଅଫ ରକର୍ଡ୍ସରେ ୩ ବର୍ଷର ବାଳକ

ଗୋପ : ବିଦ୍ୟାଳୟ ଯାଇ ନ ଥିବା ୩ ବର୍ଷ ୭ମାସର ବାଳକକୁ ମିଳିଛି ସଫଳତା। ଗୋପ ବ୍ଲକ ଅଧୀନ ବେଦପୁର ପଞ୍ଚାୟତ ବେଦପୁର ଗ୍ରାମର ମନମୋହନ ସାହୁ ଓ ଅମିତା ସାହୁଙ୍କ ପୁତ୍ର ଏମ୍‌.ଏ.ପ୍ରତ୍ୟୁଷ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି । ପ୍ରତ୍ୟୁଷ ବହୁ ପ୍ରତିଭାର ଅଧିକାରୀ ହୋଇଥିବାବେଳେ ସେ ୩୦ଟି କମ୍ପ୍ୟୁଟର ସରଞ୍ଜାମ, ୪୬ଟି ପଶୁ, ୧୬ଟି ପକ୍ଷୀ, ୨୦ଟି ଫୁଲ, ୨୦ଫଳ, ମଣିଷ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ, ୧୦ଟି ରାଇମ୍‌ସ, ଜାତୀୟ ସଙ୍ଗୀତ, ସାଧାରଣ ଜ୍ଞାନ, ୧୬ଟି ପଶୁ ଛୁଆର ନାମ ସ୍ପଷ୍ଟ ଭାବେ ଓଡ଼ିଆ ଏବଂ ଇଂରାଜୀରେ କହିପାରିବା ସହ ବିଭିନ୍ନ ପ୍ରଶ୍ନର ଉତ୍ତର ତତ୍‌କ୍ଷଣାତ୍‌ ଦେଇପାରିଛନ୍ତି । ଏଥିସହ ୨୦ ପ୍ରକାର ଯୋଗ ସମେତ ବିଭିନ୍ନ ଶ୍ଳୋକ ମଧ୍ୟ ମନେ ରଖିପାରିଛନ୍ତି । ମା’ ଅମିତାଙ୍କ ପ୍ରଚେଷ୍ଟା ଓ ପରିବାର ବର୍ଗଙ୍କ ଆଶୀର୍ବାଦରେ ସେ କମ୍‌ ବୟସରେ ବିଭିନ୍ନ ପ୍ରତିଭାର ଅଧିକାରୀ ହୋଇପାରିଛନ୍ତି। ଆଗାମୀ ଦିନରେ ପୁଅକୁ ପୁଲିସ ଅଧିକାରୀ କରିବାର ଲକ୍ଷ୍ୟ ରଖିଥିବା ମା’ ଅମିତା କହିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories