www.samajalive.in
Sunday, December 7, 2025
26.1 C
Bhubaneswar

ଦେହ ବ୍ୟାପାର ଉପରେ ଅଙ୍କୁଶ କେବେ ! ୩ ଗ୍ରାହକ ଗିରଫ, ରାଣି ମହୁମାଛି ସମେତ ୩ ରୂପଜୀବୀ ଉଦ୍ଧାର

ସମ୍ବଲପୁର : ସମ୍ବଲପୁରରେ ଅନେକ ଦିନରୁ ଅବୈଧ ଭାବରେ ଦେହ ବ୍ୟାପାର ଚାଲି ଆସୁଥିବାର ଅଭିଯୋଗ ହୋଇ ଆସୁଥିବାର ଅଭିଯୋଗ ବାରମ୍ବାର ହେବାରୁ ପୁଲିସ କିଛିଟା ସକ୍ରିୟ ହୋଇଥିବାର ଚଳିତ ମାସର ପ୍ରାରମ୍ଭରେ ଦୁଇ ଦିନ ଧରି ସହରବ୍ୟାପି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ସ୍ଥାନୀୟ ଥାନା ଗୁଡିକର ଅଧିକାରୀ ଓ କର୍ମଚାରୀଙ୍କ ଉପରେ ପୁର୍ଣ୍ଣ ରୂପେ ଭରସା ନ ଥିବାରୁ ଜିଲା ଆରକ୍ଷୀ ଅଧିକ୍ଷକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଉପରେ ଦାୟିତ୍ୱ ପ୍ରଦାନ କରିଥିଲେ। ଏଣୁ ଦୁଇ ଦିନ ମଧ୍ୟରେ ପ୍ରାୟ ୭ ରୁ ୮ଟି ସ୍ଥାନରେ ସ୍ୱତନ୍ତ୍ର ପୁଲିସ ଦଳ ଚଢ଼ଉ କରିଥିବା ବେଳେ ସେ ସମୟରେ ଆଶାନୁଯାୟୀ ବିଶେଷ ସଫଳତା ହାସଲ କରି ପାରି ନ ଥିଲା। ଏଣୁ ବାଧ୍ୟ ହୋଇ ପୁଲିସ ଯୋଜନାବଦ୍ଧ ଭାବରେ ନୀରବତା ଅବଲମ୍ବନ କରି ଗୁଇନ୍ଦା ବିଭାଗର ଖବର ଅନୁଯାୟୀ ସହରର କିଛି ଅଞ୍ଚଳରେ ନଜର ରଖୁଥିଲା। ଏହି କ୍ରମରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ସ୍ୱତନ୍ତ୍ର ପୁଲିସ ଦଳ ଧନୁପାଲୀ ଥାନା ଅର୍ନ୍ତଗତ ସାକ୍ଷୀପଡ଼ାର ନିୟୁ କଲୋନୀ ଠାରେ ଏକ ଭଡା ଘରେ ନଜର କିଛି ମାସ ହେବ ନଜର ରଖିଥିଲା। ସୋମବାର ଦ୍ୱିହପରରେ ଏହି ଭଡା ଘରକୁ କିଛି ଗ୍ରାହକ ପ୍ରବେଶ କରିବାରୁ ତୁରନ୍ତ ସ୍ୱତନ୍ତ୍ର ପୁଲିସ ଦଳ ଚଢ଼ଉ କରି ଦେହ ବ୍ୟାପାର ଚଳାଉଥିବା ରାଣୀ ମହୁମାଛୀ ମହିଳା ତଥା ରୂପଜୀବୀ (୪୫), ବାଲେଶ୍ୱର ଅଞ୍ଚଳର ୨୦ ରୁ ୨୫ ବ​ର୍ଷର‌ ଦୁଇ ରୂପଜୀବୀଙ୍କୁ ଉଦ୍ଧାର କରିଥିଲା। ଏହା ସହ ଗ୍ରାହକ ଭାବରେ ସେହି ଘରକୁ ଯାଇଥିବା ସ୍ଥାନୀୟ ଗୁଜୁରାତି କଲୋନୀର ଲକ୍ଷ୍ମଣ ନାୟକ (୨୫), ସାକ୍ଷୀପଡ଼ା ହନୁମାନ କଲୋନୀ ନିବାସୀ ପ୍ରଭାତ କୁମାର ପାଢ଼ୀ (୪୫), ଠେମରା ନିବାସୀ ବିଶ୍ୱମ୍ବର ମାହାନା (୪୨) ଏବଂ ବରଗଡ ଜିଲା ବିଶିପଡ଼ା ନିବାସୀ ଆଲୋକ କୁମାର ମହାପାତ୍ର (୩୦) ଙ୍କୁ ଗିରଫ କରିଛି।

- Advertisement -

ଚଢ଼ଉ ସମୟରେ ସେହି ଘରୁ ୬ଟି ମୋବାଇ ଫୋନ, ୨ଟି ଚାବି ରିଙ୍ଗ, ବ୍ୟବହୃତ ନିରୋଧ, ନିରୋଧ, ଗର୍ଭ ନିରୋଧକ ବଟିକା ସମେତ ଅନେକ ଆପତ୍ତିଜନକ ସାମଗ୍ରୀ ପୁଲିସ ଜବତ କରିଛି। ଏହି ଘଟଣା ପାଇଁ ଘର ମାଲିକ ୭୮ ବ​ର୍ଷ ବୟସ୍କ‌ ବୃଦ୍ଧଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି। ସ୍ୱତନ୍ତ୍ର ପୁଲିସ ଦଳର ଏହି ଚଢ଼ଉ କରିବା ପରେ ଧନୁପାଲି ପୁଲିସକୁ ଖବର ଦେବାରୁ ଅଧିକାରୀ ଓ କର୍ମଚାରୀ ମାନେ ସେଠାରେ ପହଞ୍ଚି  ଉଦ୍ଧାର ରୂପଜୀବୀ ଏବଂ ଗିରଫ ବ୍ୟକ୍ତି ମାନଙ୍କୁ ହେପାଜତରେ ନେଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏ ସର୍ମ୍ପକରେ ଧନୁପାଲି ଥାନାରେ ମାମଲା ନଂ ୧୬୩/୨୦୨୧ ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲୁଥିବାର ଜଣାପଡ଼ିଛି।

ଥାନା ଉପରୁ ତୁଟୁଛି ଏସପିଙ୍କ ଭରସା
ସାକ୍ଷୀପଡ଼ାଠାରେ ସୋମବାର କରାଯାଇଥିବା ଚଢ଼ଉ ସମୟରେ ପ୍ରଥମରୁ ଭରସାକୁ ନ ନେଇ ଶେଷ ମୁହୁର୍ତ୍ତରେ ଧନୁପାଲି ପୁଲିସକୁ ଖବର ଦିଆଯିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଚଳିତ ମାସ ପ୍ରାରମ୍ଭରେ ଦେହ ବ୍ୟାପାର ବିରୋଧରେ ଦୁଇ ଦିନ ବ୍ୟାପି ଚାଲିଥିବା ଚଢ଼ଉ ଅଭିଯାନ ସମୟରେ ମଧ୍ୟ ଏଭଳି ଚିତ୍ର ଦେଖିବାକୁ ମିଳିଥିଲା। ସମସ୍ତ ଚଢ଼ଉ ସମୟରେ ସ୍ଥାନୀୟ ଥାନା ଗୁଡିକୁ ପ୍ରଥମରୁ ଭରସାରେ ନିଆ ନ ଯାଇ ଶେଷ ମହୁର୍ତ୍ତରେ ଧରିବା ପରର ପ୍ରକ୍ରିୟାରେ ସାମିଲ କରାଯିବା ଘଟଣାରୁ ସ୍ପଷ୍ଟ ଜଣାପଡୁଛି ଯେ ଜିଲା ମୁଖିଆଙ୍କ ଥାନା ଗୁଡିକ ଉପରେ ଭରସା କମି ଯାଇଛି।

ଧନୁପାଲି ଅଞ୍ଚଳରେ ବ୍ୟାପକ ବେନିୟମ କାର୍ଯ୍ୟ !

ବିଗତ କିଛି ମାସ ହେବ ସମ୍ବଲପୁରର ଧନୁପାଲି ଥାନାଅଞ୍ଚଳ ବେଶ ଦୁର୍ନାମ ଅର୍ଜନ କରିଥିବାର ଲକ୍ଷ୍ୟ କରାଯାଉଛି। ଏହି ଥାନାଞ୍ଚଳରେ ହୁଗୁଳା ବ୍ୟବସ୍ଥା ଯୋଗୁଁ ବ୍ୟାପକ ଅପରାଧିକ ଗତିବିଧି ସମେତ ହତ୍ୟା, ନିଶା କାରବାର, ଗୋଷ୍ଠୀ ସଂଘର୍ଷ, ଦେହ ବ୍ୟାପାର ଘଟଣା ଆଶାତୀତ ଭାବରେ ବୃଦ୍ଧି ପାଉଥିବାର ଦେଖାଯାଉଛି। ଚଳିତ ମାସ ପ୍ରାରମ୍ଭରେ କରାଯାଇଥିବା ଦେହ ବ୍ୟାପାର କାରବାର ଉପରେ ଚଢ଼ଉ ସମୟରେ ମଧ୍ୟ ସିଂହଭାଗ ମାମଲା ଗୁଡିକ ଧନୁପାଲି ଅଞ୍ଚଳରୁ ଧରା ପଡ଼ିଥିବା ଘଟଣା ଏକ ଅନ୍ୟ ଦିଗକୁ ଦର୍ଶାଉଛି।

ହାଇ ପ୍ରୋଫାଇଲ ର‍୍ୟାକେଟ୍‍ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ
ଅନୈତିକ ଭାବରେ ଦେହ ବ୍ୟାପାର କାରବାର ସମ୍ବଲପୁରର ଅନେକ ସ୍ଥାନରେ ଚାଲୁଥିବାର ଅଭିଯୋଗ ହେଉଥିବା ବେଳେ କିନ୍ତୁ ପୁଲିସର ପ୍ରତି ଚଢ଼ଉ ସମୟରେ କେବଳ ଛୋଟିଆ ଦେହଜୀବୀ ର‍୍ୟାକେଟ୍‍ ଗୁଡିକ ଧରାପଡୁଥିବାର ଲକ୍ଷ୍ୟ କରାଯାଉଛି। ସହରର ଅନେକ ଜନବସତି ଅଞ୍ଚଳ, ବଡ ବଡିଆ ହୋଟେଲ, ଲଜ ଆଦିରେ ଅନେକ ଉଚ୍ଚ ପ୍ରୋଫାଇଲ ଦେହ ବ୍ୟାପାର ଗୁଡିକ ଉପରେ ପୁଲିସ ଏ ପର୍ଯ୍ୟନ୍ତ ହାତ ମାରିବାକୁ ସାହାସ ଜୁଟାଇ ପାରି ନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି।

ମାସକ ମଧ୍ୟରେ ୧୦ ରୁ ଉର୍ଦ୍ଧ ରୂପଜୀବୀ ଓ ନାବାଳିକା ଉଦ୍ଧାର
ଚଳିତ ମାସ ସମ୍ବଲପୁର ପୁଲିସର ସ୍ୱତନ୍ତ୍ର ଦଳ ଦ୍ୱାରା ସହରର ବିଭିନ୍ନ ଥାନାଅଞ୍ଚଳ ଗୁଡିକରେ କରାଯାଇଥିବା ଚଢ଼ଉ ଅଭିଯାନ ଗୁଡିକ ସମୟରେ ୧୦ ରୁ ଉର୍ଦ୍ଧ ରୂପଜୀବୀଙ୍କ ସମେତ ନାବାଳିକା ମାନଙ୍କୁ ଉଦ୍ଧାର କରାଯାଇଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବେଆଇନ ଦେହ ବ୍ୟାପରର ଚେର ସମ୍ବଲପୁର ସହରରେ ଅନେକ ଦୂର ପର୍ଯ୍ୟନ୍ତ ଲମ୍ବି ରହିଥିବାର ଜଣାପଡୁଛି। ଏହି କାରବାରରେ କମ ବୟସର ଯୁବତୀ ମାନଙ୍କୁ ବିଭିନ୍ନ ଫନ୍ଦି କରି ବ୍ୟବସାୟରେ ଲଗାଯିବା ଘଟଣା ଚିନ୍ତାଜନକ ହୋଇଥିବା ବେଳେ ଏହି ବେଆଇନ କାର୍ଯ୍ୟ ଉପରେ ପ୍ରଭାବୀ ଢ଼ଙ୍ଗରେ ଅଙ୍କୁଶ ଲଗାଇବା ପାଇଁ ଦାବି ହେଉଛି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories