www.samajalive.in
Monday, December 8, 2025
14.1 C
Bhubaneswar

ଜିଲ୍ଲା ଡାକ୍ତରଖାନାରେ ୩ ମାସ କାର୍ଯ୍ୟ କରିବେ ମେଡିକାଲ୍ ପିଜି ଛାତ୍ର

ଭାରତୀୟ ଭେଷଜ ପରିଷଦ (ମେଡିକାଲ୍ କାଉନସିଲ୍ ଅଫ୍ ଇଣ୍ଡିଆ)ର ଏକ ସ୍ୱତନ୍ତ୍ର ଅଧିବେଶନରେ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କ ପାଇଁ ନୂତନ ନିୟମ ପ୍ରସ୍ତୁତ କରିଛନ୍ତି ଫଳରେ ଏଣିକି ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ସେମାନଙ୍କ ପାଠ୍ୟକ୍ରମର ଏକ ଅଂଶ ଭାବରେ ଜିଲ୍ଲା ଡାକ୍ତରଖାନାରେ ତିନିମାସ ବାଧ୍ୟତାମୂଳକ ଭାବେ କାର୍ଯ୍ୟ କରିବେ।

ସ୍ନାତକୋତ୍ତର ଶ୍ରେଣୀର ତୃତୀୟ, ଚତୁର୍ଥ କିମ୍ବା ପଞ୍ଚମ ସେମିଷ୍ଟରରେ ଏହିପରି ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜଣାପଡିଛି। ଏହାକୁ ‘ଜିଲ୍ଲା ଆବାସିକ କାର୍ଯ୍ୟକ୍ରମ’ (District Residency Programme) କୁହାଯିବ ଏବଂ ଏହା ୨୦୨୦-୨୦୨୧ରୁ ସ୍ନାତ୍ତକୋତ୍ତର ଶ୍ରେଣୀରୁ କାର୍ଯ୍ୟକାରୀ ହେବ। ଏଥିରେ ତାଲିମ ନେଉଥିବା ସ୍ନାତକୋତ୍ତର ଡାକ୍ତରୀ ଛାତ୍ରଙ୍କୁ ‘District Resident’ କୁହାଯିବ ବୋଲି ନୂଆ ବିଜ୍ଞପ୍ତିରୁ ଜଣାପଡିଛି।

- Advertisement -

ଏଭଳି ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ ହେଉଛି ସ୍ନାତକୋତ୍ତର ଛାତ୍ରଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଅବଗତ କରାଇବା ଏବଂ ଜିଲ୍ଲା ଡାକ୍ତରଖାନାରେ ଦିଆଯାଉଥିବା ସ୍ୱାସ୍ଥ୍ୟ ସେବାରେ ସେମାନଙ୍କୁ ଜଡିତ କରିବା, ଜିଲ୍ଲା ସ୍ତରରେ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଫଳାଫଳର ଯୋଜନା, କାର୍ଯ୍ୟକାରିତା, ମନିଟରିଂ ଏବଂ ମୂଲ୍ୟାଙ୍କନ ସହିତ ସେମାନଙ୍କୁ ପରିଚିତ କରାଇବା, ସେମାନଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ବିଭିନ୍ନ ବର୍ଗର ସ୍ୱାସ୍ଥ୍ୟସେବା ବିଶେଷଜ୍ଞମାନଙ୍କ ଦ୍ୱାରା ଦିଆଯାଉଥିବା ପ୍ରୋତ୍ସାହନମୂଳକ, ପ୍ରତିଷେଧକ, ଚିକିତ୍ସା ଏବଂ ପୁନର୍ବାସ ସେବା ପାଇଁ ଦିଗଦର୍ଶନ ଦେବା। ତେବେ ଏଥିପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ହସ୍ପିଟାଲରେ ଅତି କମରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଥିବା ଆବଶ୍ୟକ ବୋଲି ଜଣାପଡିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories