www.samajalive.in
Tuesday, December 9, 2025
15.1 C
Bhubaneswar

ଗଛ ଡାଳରେ ଝୁଲୁଛି ୩ଜଣଙ୍କ ମୃତଦେହ

ଅନୁଗୁଳ: ଗଛ ଡାଳରେ ଝୁଲୁଛି ୩ଜଣଙ୍କ ମୃତଦେହ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲା ଡିମିରିକୁଦା ଜଙ୍ଗଲରେ । ଜଙ୍ଗଲର ଏକ ଗଛରେ ୩ଟି ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି । ବୁଧବାର ଜଣେ ଗାଈ ଚରାଳି ଗାଈ ଚରାଇ ଡିମିରିକୁଦା ଜଙ୍ଗଲରୁ ଫେରୁଥିବା ବେଳେ ୩ ଜଣଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ଏନେଇ ଉକ୍ତ ଗାଇ ଚରାଳି ଜଣଙ୍କ ଗାଁ ଲୋକଙ୍କୁ କହିଥିଲେ। ଏହାପରେ ଗ୍ରାମ ବାସୀ ପୁଲିସକୁ ଖବର ଦେବା ସହ ଘଟଣାସ୍ଥଳରେ ପହଞ୍ଚି ୩ଟି ମୃତଦେହ ଗଛ ଡାଳରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ୩ ଟି ମୃତଦେହ ମଧ୍ୟରୁ ଗୋଟେ ଝିଅ ଆଉ ଦୁଇ ପୁଅ ଅଛନ୍ତି। ଗୋଟିଏ ଗଛରେ ପୁଅ ଆଉ ଝିଅ ଝୁଲୁଥିବା ବେଳେ ଅନ୍ୟ ଏକ ଗଛରେ ଜଣେ ପୁଅ ଝୁଲୁଥିବାର ଦେଖିବାକୁ ମିଳିଛି ।

ମୃତ ଦେହ ଗୁଡିକ ସେହିଭଳି ଝୁଲି ରହିଥିବା ବେଳେ ଗୁରୁବାର ସକାଳୁ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରିଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ମୃତକମାନଙ୍କ ମଧ୍ୟରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରି ନାହିଁ । ଛେଣ୍ଡିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ସାଇଣ୍ଟିଫିକ ଟିମ ପହଁଚିବାକୁ ଅପେକ୍ଷା କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories