www.samajalive.in
Monday, December 8, 2025
27.1 C
Bhubaneswar

୩ ଶିଶୁଙ୍କୁ ଚପଲରେ ପିଟି ଧାର୍ମିକ ସ୍ଳୋଗାନ ଦେବାକୁ ବାଧ୍ୟ କଲେ ୨ ଯୁବକ, ଭିଡିଓ ପ୍ରଘଟ ପରେ ଉତ୍ତେଜନା

ସମାଜ ଡିଜିଟାଲ ଡେସ୍କ: ୬, ୯ ଏବଂ ୧୧ ବର୍ଷର ୩ ଶିଶୁଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମାରି ଧାର୍ମିକ ସ୍ଳୋଗାନ ଦେବାକୁ ବାଧ୍ୟ କରିଛନ୍ତି ୨ ଜଣ ବ୍ୟକ୍ତି। ଏହାର ଭିଡିଓ ପ୍ରଘଟ ହେବା ପରେ ଉତ୍ତେଜନା ପ୍ରକାଶ ପାଇଛି। ମଧ୍ୟପ୍ରଦେଶର ମାନକ ଚୌକ ଥାନା ଅନ୍ତର୍ଗତ ରତଲାମ ଜିଲା ସଦରରେ ଏହି ଘଟଣା ଘଟିଛି। ଏହା ପରେ ଶତାଧିକ ଲୋକ ଉତ୍ତ୍ୟକ୍ତ ହୋଇ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସୂଚନା ଅନୁସାରେ, ଭିଡିଓଟି ରତଲାମ ନିକଟ ଅମୃତସାଗର ହ୍ରଦ ନିକଟରେ ଥିବା ନିର୍ମାଣାଧୀନ ଉଦ୍ୟାନରେ ଉତ୍ତୋଳନ କରାଯାଇଛି। ଭିଡିଓରେ ଦେଖାଯାଇଛି ଯେ ଜଣେ ବ୍ୟକ୍ତି ୩ ଜଣ ଶିଶୁଙ୍କୁ ଚପଲରେ ମାଡ଼ ମାରୁଛି। ଅନ୍ୟ ଜଣେ ବ୍ୟକ୍ତି ମୋବାଇଲ ଫୋନରେ ତାହାର ଭିଡିଓ କରୁଛି। ଚପଲରେ ପିଟୁଥିବା ବ୍ୟକ୍ତି ପିଲାମାନଙ୍କୁ ଧୂମପାନ କରୁଥିବା ନେଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଶୁଣିବାକୁ ମିଳିଛି। ଏପରି କି ବ୍ୟକ୍ତି ଜଣକ ପିଲାଙ୍କ ଅଭିଭାବକଙ୍କ ଫୋନ ନମ୍ବର ମାଗି ଧମକାଉଛି।

- Advertisement -

ଏହି ଭିଡିଓ ପ୍ରଘଟ ହେବା ପରେ ସହରର ଶତାଧିକ ଲୋକ ଏକତ୍ର ହୋଇ ଥାନା ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ। ଭିଡ଼ ବଢ଼ିବାରୁ ବରିଷ୍ଠ ପୁଲିସ ଅଧିକାରୀମାନେ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରୁଥିଲେ। ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories