www.samajalive.in
Sunday, December 7, 2025
23.1 C
Bhubaneswar

୩ ଶିଶୁଙ୍କୁ ଚପଲରେ ପିଟି ଧାର୍ମିକ ସ୍ଳୋଗାନ ଦେବାକୁ ବାଧ୍ୟ କଲେ ୨ ଯୁବକ, ଭିଡିଓ ପ୍ରଘଟ ପରେ ଉତ୍ତେଜନା

ସମାଜ ଡିଜିଟାଲ ଡେସ୍କ: ୬, ୯ ଏବଂ ୧୧ ବର୍ଷର ୩ ଶିଶୁଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମାରି ଧାର୍ମିକ ସ୍ଳୋଗାନ ଦେବାକୁ ବାଧ୍ୟ କରିଛନ୍ତି ୨ ଜଣ ବ୍ୟକ୍ତି। ଏହାର ଭିଡିଓ ପ୍ରଘଟ ହେବା ପରେ ଉତ୍ତେଜନା ପ୍ରକାଶ ପାଇଛି। ମଧ୍ୟପ୍ରଦେଶର ମାନକ ଚୌକ ଥାନା ଅନ୍ତର୍ଗତ ରତଲାମ ଜିଲା ସଦରରେ ଏହି ଘଟଣା ଘଟିଛି। ଏହା ପରେ ଶତାଧିକ ଲୋକ ଉତ୍ତ୍ୟକ୍ତ ହୋଇ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସୂଚନା ଅନୁସାରେ, ଭିଡିଓଟି ରତଲାମ ନିକଟ ଅମୃତସାଗର ହ୍ରଦ ନିକଟରେ ଥିବା ନିର୍ମାଣାଧୀନ ଉଦ୍ୟାନରେ ଉତ୍ତୋଳନ କରାଯାଇଛି। ଭିଡିଓରେ ଦେଖାଯାଇଛି ଯେ ଜଣେ ବ୍ୟକ୍ତି ୩ ଜଣ ଶିଶୁଙ୍କୁ ଚପଲରେ ମାଡ଼ ମାରୁଛି। ଅନ୍ୟ ଜଣେ ବ୍ୟକ୍ତି ମୋବାଇଲ ଫୋନରେ ତାହାର ଭିଡିଓ କରୁଛି। ଚପଲରେ ପିଟୁଥିବା ବ୍ୟକ୍ତି ପିଲାମାନଙ୍କୁ ଧୂମପାନ କରୁଥିବା ନେଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଶୁଣିବାକୁ ମିଳିଛି। ଏପରି କି ବ୍ୟକ୍ତି ଜଣକ ପିଲାଙ୍କ ଅଭିଭାବକଙ୍କ ଫୋନ ନମ୍ବର ମାଗି ଧମକାଉଛି।

- Advertisement -

ଏହି ଭିଡିଓ ପ୍ରଘଟ ହେବା ପରେ ସହରର ଶତାଧିକ ଲୋକ ଏକତ୍ର ହୋଇ ଥାନା ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ। ଭିଡ଼ ବଢ଼ିବାରୁ ବରିଷ୍ଠ ପୁଲିସ ଅଧିକାରୀମାନେ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରୁଥିଲେ। ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories