www.samajalive.in
Sunday, December 7, 2025
26.1 C
Bhubaneswar

ଅପରାହ୍ନ ୧ଟା ସୁଦ୍ଧା ମୁଖ୍ୟ ଖବର (୯ ମେ ୨୦୨୧)

ଦେଶ/ବିଦେଶ ଖବର

ନୂଆଦିଲ୍ଲୀ: ସଂଘ ଲୋକ ସେବା ଆୟୋଗ (ୟୁପିଏସସି) ଦ୍ବାରା ଆୟୋଜିତ ପ୍ରାରମ୍ଭିକ ପରୀକ୍ଷାଗୁଡ଼ିକର ପ୍ରସ୍ତୁତି କରୁଥିବା ପ୍ରାର୍ଥୀମାନଙ୍କ ଲାଗି ଅଶ୍ଵସ୍ତିକର ଖବର। କରୋନା ମହାମାରୀ ଯୋଗୁ ନାଗରିକ ସେବା ପ୍ରାରମ୍ଭିକ ପରୀକ୍ଷାରେ ନିଜର ଅନ୍ତିମ ସୁଯୋଗ ହରାଇ ସାରିଥିବା ପ୍ରାର୍ଥୀମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଦାଖଲ କରାଯାଇ ଅବଗତ କରାଯାଇଛି।

ଲକ୍ଷ୍ନୌ: ଅଲୀଗଡ଼ ମୁସଲିମ ବିଶ୍ଵବିଦ୍ୟାଳୟ (ଏଏମୟୁ)ରେ କରୋନା ମହାମାରୀ କାଳ ସାଜିଛି। ଦୁଇ ସପ୍ତାହ ମଧ୍ୟରେ ବିଶ୍ଵବିଦ୍ୟାଳୟର ୧୫ ପ୍ରଫେସର କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଏହାକୁ ନେଇ ପୂରା ବିଶ୍ଵବିଦ୍ୟାଳୟରେ ଶୋକର ବାତାବରଣ ଖେଳିଯାଇଛି।

- Advertisement -

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ଲଗାତାର ୪ ଲକ୍ଷ ଅତିକ୍ରମ କରୁଛି। ଦେଶରେ ୨୪ ଘଣ୍ଟାରେ ୪,୦୩,୭୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୨,୨୨,୯୬,୪୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୪,୦୯୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୨,୪୨,୩୬୨ରେ ପହଞ୍ଚିଛି।

ନୂଆଦିଲ୍ଲୀ: ଭାରତରେ କରୋନାର ଭୟଙ୍କର ସ୍ଥିତି ଆହୁରି ବାକି ରହିଛି ବୋଲି ଜାତିସଂଘ ସଂସ୍ଥା ‘ୟୁନିସେଫ୍‌ ଚେତାବନୀ ଦେଇଛି। ୟୁନିସେଫ୍‌ର କାର୍ଯ୍ୟକାରୀ ନିର୍ଦେଶକ ହେନରିଟ୍ଟା ଏଚ୍‌ ଫୋର କହିଛନ୍ତି ଯେ ଭାରତରେ କରୋନା ସଂକ୍ରମଣ ଯେଉଁପରି ଭାବେ କାୟା ବିସ୍ତାର କରୁଛି ତାହା ଆଗାମୀ ଦିନରେ ଆହୁରି ଭୟଙ୍କର ରୂପ ନେଇପାରେ। ଏହା ସମଗ୍ର ବିଶ୍ବ ପାଇଁ ସତର୍କ ଘଣ୍ଟି। ଏହି ପରିପ୍ରେକ୍ଷୀରେ ସମଗ୍ର ବିଶ୍ବ ଭାରତକୁ ସହାୟତା ପାଇଁ ଆଗେଇ ଆସିବା ଉଚିତ ବୋଲି ସେ କହିଛନ୍ତି।

ନୂଆଦିଲ୍ଲୀ: ଭାରତ କୋଭିଡ-୧୯ ସଂକ୍ରମଣର ମୁକାବିଲା କରିବା କ୍ଷେତ୍ରରେ ଆଦ୍ୟ ଅବସ୍ଥାରେ ପାଇଥିବା ସଫଳତାକୁ ନଷ୍ଟ କରିଦେଲା ଏବଂ ସଂପ୍ରତି ଭାରତରେ ଜାତୀୟ ସ୍ତରରେ ଯେଉଁଭଳି ବିପର୍ଯ୍ୟୟ ସୃଷ୍ଟିହୋଇଛି ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଦାୟୀ ବୋଲି ଅନ୍ତର୍ଜାତିକ ଚିକିତ୍ସା ପତ୍ରିକା ‘ଦି ଲାନ୍ସେଟ’ର ସଂପାଦକୀୟରେ କୁହାଯାଇଛି।

ନୂଆଦିଲ୍ଲୀ: ଭାରତୀୟ ସେନାରେ ପ୍ରଥମ ବ୍ୟାଚ୍‍ ମହିଳା ସାମରିକ ପୁଲିସ ଦଳ ସାମିଲ ହୋଇଛନ୍ତି। ଏହି ଦଳରେ ମୋଟ ୮୩ ମହିଳା ସୈନିକ ରହିଛନ୍ତି। ଶନିବାର ବେଙ୍ଗାଲୁରୁସ୍ଥିତ କର୍ପସ ଅଫ ମିଲିଟାରୀ ପୁଲିସ ସେଣ୍ଟର ଆଣ୍ଡ ସ୍କୁଲ (ସିଏମପି ସି ଆଣ୍ଡ ଏସ)ର ଦ୍ରୋଣାଚାର୍ଯ୍ୟ ପରେଡ ଗ୍ରାଉଣ୍ଡଠାରେ ଏହି ମହିଳା ସାମରିକ ପୁଲିସ ବାହିନୀ ଆନୁଷ୍ଠାନିକ ଭାବରେ ସାମିଲ ହୋଇଥିଲେ।

ନୂଆଦିଲ୍ଲୀ: ଗତ ସପ୍ତାହରେ ଚୀନ ଉତ୍‌କ୍ଷେପଣ କରିଥିବା ସବୁଠୁ ବଡ଼ ରକେଟ୍‌ ହିନ୍ଦ ମହାସାଗରରେ ଖସିଛି। ଫଳରେ ପୃଥିବୀ ଆଡ଼କୁ ମହାକାଶରୁ ଯେଉଁ ବିପଦ ଆସୁଥିଲା ତାହା ଟଳିଯାଇଛି। ରକେଟ୍‌ ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ତାହାର ଏକ ବଡ଼ ଅଂଶକୁ ନଷ୍ଟ କରିଦିଆଯାଇଥିଲା ଏବଂ ତାହାର ଅବଶେଷ ହିନ୍ଦ୍‌ ମହାସାଗରରେ ଖସିଥିଲା।

ରାଜ୍ୟ ଖବର

ନୂଆଦିଲ୍ଲୀ/ଭୁବନେଶ୍ୱର: ସୁନ୍ଦରଗଡ଼ ଏବଂ ଅନୁଗୁଳ ଜିଲ୍ଲାରେ ଦୁଇଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ପ୍ରତିଷ୍ଠା କରିବା ପାଇଁ ମହାନଦୀ କୋଲ ଫିଲ୍ଡ(ଏମସିଏଲ୍‍) ବୋର୍ଡ ଅନୁମୋଦନ ଦେଇଛି। ଏଥିଲାଗି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ତୈଳ ଓ ପ୍ରାକୃତିକ ବାସ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ହଜାର ୬୩୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୫୬୪ ଜଣଙ୍କୁ ଚିହ୍ନଟ କରାଯାଇଛି।  ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୪ ହଜାର ୮୪୨କୁ ବୃଦ୍ଧିପାଇଛି।

ଭୁବନେଶ୍ୱର: ଗତକାଲି ଗୋଟିଏ ଦିନରେ ରାଜ୍ୟରେ ୧୯ କରୋନା ସଂକ୍ରମିତଙ୍କର ପ୍ରାଣହାନି ଘଟିଛି। ସେମାନେ ସମସ୍ତେ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ।

ଭୁବନେଶ୍ୱର: ଦିନକ ପରେ ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଶନିବାର ବିଭିନ୍ନ ସ୍ଥାନରେ କାଳବୈଶାଖୀ କାରଣରୁ ସର୍ବାଧିକ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୂ ସୂଚନା ଦିଆଯାଇଛି।

ଛେଣ୍ଡିପଦା: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହି ପଞ୍ଚାୟତର ମାଝିଗୋହିରାପଶି ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁରେ ଗୋବିନ୍ଦ ମାଝି ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ କରୋନା ଭୟରେ ପରିବାର କିମ୍ବା ଗ୍ରାମବାସୀ କେହି ପାଖ ମାଡିଲେ ନାହିଁ। ଶେଷରେ ବିଡିଓ, ପିଇଓ ଏବଂ ସରପଞ୍ଚ ବୃଦ୍ଧଙ୍କ ପୁତ୍ର ସହ ପିପିଇ କିଟ ପିନ୍ଧି କୋକେଇରେ ମୃତଦେହକୁ ଶ୍ମଶାନକୁ ନେଇ ସତ୍କାର କରିଥିବା ଜଣାଯାଇଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories