www.samajalive.in
Sunday, December 7, 2025
26.1 C
Bhubaneswar

ପାକିସ୍ତାନରେ ସକ୍ରିୟ ଅଛି ୨୨ ଆତଙ୍କବାଦୀ ପ୍ରଶିକ୍ଷଣ ଶିବିର; ଜୈଶର ୯

ୱାଶିଂଟନ: ପାକିସ୍ତାନ ମାଟିରେ ଏବେ ସକ୍ରିୟ ରହିଛି ୨୨ଟି ଆତଙ୍କବାଦୀ ପ୍ରଶିକ୍ଷଣ ଶିବିର। ସେଗୁଡ଼ିକ ମଧ୍ୟରେ କେବଳ ୯ଟି ହେଉଛି ଜୈଶ-ଏ-ମହମ୍ମଦ(ଜେଇଏମ) ସଂଗଠନର। ପାକିସ୍ତାନ ସରକାର ଏସବୁ ଜାଣି ମଧ୍ୟ ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ୱାଶିଂଟନଠାରେ ଜଣେ ଭାରତୀୟ ଅଧିକାରୀ କହିଛନ୍ତି। ଆହୁରି ମଧ୍ୟ ସେ ଚେତାଇ ଦେଇଛନ୍ତି ଯେ, ଯଦି ଭାରତରେ ସୀମାପାର ଆତଙ୍କବାଦ ଜାରି ରୁହେ, ତା’ହେଲେ ନୂଆଦିଲ୍ଲୀ ପକ୍ଷରୁ ବାଲାକୋଟ ଏୟାର ଷ୍ଟ୍ରାଇକ ଭଳି ଅପରେଶନ କରାଯିବ।

ସମ୍ପୃକ୍ତ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ପାକିସ୍ତାନ ହେଉଛି ବିଶ୍ଵ ଆତଙ୍କବାଦର କେନ୍ଦ୍ରସ୍ଥଳ। ଏହା ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କ ବିରୋଧରେ କଠୋର ଏବଂ ବିଶ୍ଵାସଯୋଗ୍ୟ ପଦକ୍ଷେପ ନେବା ଜରୁରୀ। କିନ୍ତୁ ପାକିସ୍ତାନ ଏବଂ ଏହାର ନେତୃତ୍ଵ ଏହାକୁ ସ୍ବୀକାର ନ କରି ଦୁଇ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରୁଛନ୍ତି।

- Advertisement -

ବାଲାକୋଟ​ରେ ଭାରତର ବିମାନ ଆକ୍ରମଣ ଏକ ଆତଙ୍କବାଦ ନିରୋଧୀ ଅପରେଶନ ଥିଲା, ଯାହା ଅନ୍ତର୍ଜାତୀୟ ଆଇନ ଅନୁସାରେ ଉପଯୁକ୍ତ ପଦକ୍ଷେପ। ମାତ୍ର ପାକିସ୍ତାନ ଆତଙ୍କବାଦୀଙ୍କ ବରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଏହା ପରଦିନ ଭାରତୀୟ ସାମରିକ ଘାଟି ଉପରେ ବିମାନ ଆକ୍ରମଣ କରିବାକୁ ଉଦ୍ୟମ କରି ପରିସ୍ଥିତିକୁ ଆହୁରି ଉତ୍ତେଜନାପୂର୍ଣ୍ଣ କରିଦେଇଥିଲା। କିନ୍ତୁ ଭାରତ ଆତଙ୍କବାଦୀଙ୍କ ବିରୋଧରେ ବାଲାକୋଟ ଭଳି ବିମାନ ଆକ୍ରମଣ ଜାରି ରଖିବ ବୋଲି ସେ କହିଛନ୍ତି।

ବର୍ତ୍ତମାନ ପାକ୍‌ ପକ୍ଷରୁ ଆତଙ୍କବାଦୀ ସଂଗଠନଗୁଡ଼ିକ ଉପରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସେ କହିଥିଲେ ଯେ, ଏହା କୌଣସି ନୂଆକଥା ନୁହେଁ। ଭାରତରେ ପ୍ରତିଥର ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଏଭଳି ଲୋକଦେଖାଣିଆ କାର୍ଯ୍ୟାନୁଷ୍ଠାନ ନିଏ। ଆତଙ୍କବାଦୀମାନଙ୍କୁ ଏପରି ଗୃହବନ୍ଦୀ କରି ରଖିବା ଅର୍ଥ ସେମାନଙ୍କୁ ବିଳାସପୂର୍ଣ୍ଣ ସୁବିଧା ଯୋଗାଇଦେବା।

ପୁଲୱାମା ଆକ୍ରମଣ ପରେ ଭାରତ ଏକ ନୂଆ ନୀତି ନିର୍ଦ୍ଧାରଣ କରିଛି। ପ୍ରତି ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପ୍ରତିଶୋଧ ନେବ ଏବଂ ପାକିସ୍ତାନକୁ ଏଥିପାଇଁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories