www.samajalive.in
Tuesday, December 9, 2025
16.1 C
Bhubaneswar

ଟ୍ରମ୍ପ୍‍ଙ୍କ ପ୍ରଥମ ଭାରତ ଗସ୍ତ : ୨୨ କିଲୋମିଟର ଦୀର୍ଘ ରୋଡ୍‍ ଶୋ’ରେ ସ୍ବାଗତ କରିବେ ଏକ ଲକ୍ଷ ଲୋକ

ଅହମ୍ମଦାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‍ ତାଙ୍କର ପ୍ରଥମ ଭାରତ ଗସ୍ତରେ ଆସି ଏକ ୨୨ କିଲୋମିଟର ଦୀର୍ଘ ରୋଡ୍‍ ଶୋ’ରେ ଭାଗ
ନେବେ।  ଚଳିତ ମାସ ୨୪ ତାରିଖରେ ସେ ଗୁଜରାଟର ଅହମ୍ମଦାବାଦରେ ପହଞ୍ଚିବେ। ଏହି ଦୁଇ ଦିନିଆ ଗସ୍ତ ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅହମ୍ମଦାବାଦରେ ଏକ ୨୨ କିଲୋମିଟର ଦୀର୍ଘ ରୋଡ୍‍ ଶୋ’ରେ ଭାଗ ନେବେ।

ଅହମ୍ମଦାବାଦ ବିମାନ ବନ୍ଦରରୁ ଆରମ୍ଭ ହୋଇ ମୋଟେରା ସ୍ଥିତ ସର୍ଦ୍ଦାର ପଟେଲ ଷ୍ଟାଡିୟମ୍‍ ପର୍ଯ୍ୟନ୍ତ ହେବାକୁଥିବା ଏହି ରୋଡ୍‍ ଶୋ’ରେ ପ୍ରାୟ
ଏକଲକ୍ଷ ଲୋକ ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପଙ୍କୁ ତାଙ୍କ ଭାରତ ଗସ୍ତର ପ୍ରଥମ ଦିନରେ ଶୁଭେଚ୍ଛା ଜଣାଇବେ। ଦୁଇନେତାଙ୍କ ରୋଡ୍‍ ସୋ
ସମୟରେ କଳାକାରମାନେ ଦେଶର ସାଂସ୍କୃତିକ ବିବିଧତା ଉପ​​‌ରେ ଆଧାରିତ ନୃତ୍ୟ ଓ ସଂଗୀତ ପରିବେଷଣ କରିବେ। ଏଥିପାଇଁ ୨୮ଟି ଷ୍ଟେଜ ନିର୍ମାଣ କରାଯାଇଛି। ଏହି ୨୨ କିଲୋମିଟର ଦୀର୍ଘ ରାସ୍ତାର ଉଭୟ ପାର୍ଶ୍ବରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନୀ ଆଧାରିତ କେତେକ ଷ୍ଟେଜ୍‍ ମଧ୍ୟ ନିର୍ମାଣ କରାଯାଇଛି।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories