www.samajalive.in
Sunday, December 7, 2025
18.1 C
Bhubaneswar

ଶତାବ୍ଦୀର ୫ମ ଉତ୍ତପ୍ତ ବର୍ଷ ୨୦୨୧

ନୂଆଦିଲ୍ଲୀ: ଭାରତ ପାଇଁ ୨୦୨୧ ବର୍ଷ ଶତାବ୍ଦୀର ୫ମ ଉତ୍ତପ୍ତ ବର୍ଷ ଥିଲା। ୧୯୦୧ ପରଠାରୁ ୨୦୨୧ ବର୍ଷ ଦେଶର ପଞ୍ଚମ ଉତ୍ତପ୍ତ ବର୍ଷ ରହିଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଜାରି କରାଯାଇଥିବା ‘୨୦୨୧ରେ ଭାରତର ଜଳବାୟୁ’ ସମ୍ପର୍କିତ ରିପୋର୍ଟରେ କୁହାଯାଇଛି। ସେହିପରି ୨୦୨୧ରେ ବାର୍ଷିକ ବୃଷ୍ଟିପାତ ୧୦୫% ପ୍ରତିଶତ ରହିଥିଲା। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଯୋଗୁଁ ଦେଶରେ ୯୯% ବୃଷ୍ଟିପାତ ହୋଇଥିଲା।

ଅନ୍ୟପଟେ କାଲିଫର୍ଣ୍ଣିଆସ୍ଥିତ ବେର୍କଲେ ଆର୍ଥର ବାର୍ଷିକ ରିପୋର୍ଟ ଅନୁଯାୟୀ ୨୦୨୧ ବିଶ୍ବର ୬ଷ୍ଠ ଉତ୍ତପ୍ତ ବର୍ଷ ରହିଥିଲା। ୧୮୫୦ ମସିହା ପରଠାରୁ ଚିହ୍ନିତ ଉତ୍ତପ୍ତ ବର୍ଷଗୁଡିକ ମଧ୍ୟରେ ୨୦୨୧ ୬ଷ୍ଠ ଉତ୍ତପ୍ତ ବର୍ଷ। ୧୮୫୦ ଠାରୁ ବିଶ୍ବର ବାର୍ଷିକ ତାପମାତ୍ରାକୁ ରେକର୍ଡ କରି ରଖାଯାଉଛି। ବିଶ୍ବରେ ଥିବା ୧୮,୦୦୦ ଜଳବାୟୁ କେନ୍ଦ୍ରରୁ ସଂଗୃହୀତ ତାପମାତ୍ରା ତଥ୍ୟକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ କରାଯାଇଛି। ସମୁଦ୍ର ପୃଷ୍ଠର ତାପମାତ୍ରାକୁ ମଧ୍ୟ ଏଥିରେ ରେକର୍ଡ କରାଯାଇଛି। ଗତବର୍ଷ ବିଶ୍ବର ତାପମାତ୍ରା ସ୍ବାଭାବିକ ତାପମାତ୍ରା ଠାରୁ ୧.୨୧ ଡିଗ୍ରୀ ସେଲସିୟସ୍ ଅଧିକ ରହିଥିଲା। ବିଶ୍ବର ହାରହାରି ତାପମାତ୍ରା ୧୮୫୦ରୁ ୧୯୦୦। ୨୦୨୦ ବର୍ଷରେ ବିଶ୍ବର ତାପମାତ୍ରା ହାରହାରି ତାପମାତ୍ରା ଠାରୁ ୦.୧୫ଡିଗ୍ରୀ ସେଲସିୟସ୍ ଅଧିକ ରହିଥିଲା। ୨୦୧୬ ବର୍ଷ ବିଶ୍ବର ସବୁଠାରୁ ଉତ୍ତପ୍ତ ବର୍ଷ ରହିଥିଲା।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories