www.samajalive.in
Wednesday, December 10, 2025
17.1 C
Bhubaneswar

ସଂସଦ ଆକ୍ରମଣକୁ ପୁରିଲା ୧୧ ବର୍ଷ, ଶହୀଦଙ୍କୁ ମନେ ପକାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ୨୦୦୧ ସଂସଦ ଭବନ ଆକ୍ରମଣରେ ସହୀଦ ହୋଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସଂସଦ ଆକ୍ରମଣର ବାର୍ଷିକୀ ଅବସରରେ ଶ୍ରୀ କୋବିନ୍ଦ ଟ୍ୱିଟ କରିଛନ୍ତି, ଆଜି ଦେଶ ୨୦୦୧ ମସିହା ସଂସଦ ଆକ୍ରମଣରେ ନିଜ ଜୀବନକୁ ଉତ୍ସର୍ଗ କରି ସଂସଦର ସୁରକ୍ଷା କରିଥିବା ଯବାନମାନଙ୍କୁ ସ୍ମରଣ କରୁଛି। ସେ କହିଛନ୍ତି, ଲୋକତନ୍ତ୍ରର ମନ୍ଦିରର ସୁରକ୍ଷା ନିମନ୍ତେ ଆତଙ୍କବାଦୀ କାର୍ଯ୍ୟକୁ ପରାସ୍ତ କରି ବଳିଦାନ ଦେଇଥିବା ଯବାନମାନଙ୍କ ସାହାସ ଆମକୁ ଆହୁରି ସୁଦୃଢ କରିଛି।

- Advertisement -

ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସଂସଦ ଉପରେ ହୋଇଥିବା ଆକ୍ରମଣକୁ ଦେଶ କଦାପି ଭୁଲି ପାରିବ ନାହିଁ। ସେହି ଶହୀଦଙ୍କ ପ୍ରତି ଦେଶ ସର୍ବଦା ଋଣୀ ରହିବ ବୋଲି ସେ କହିଛନ୍ତି। ସେ କହିଛନ୍ତି, ସଂସଦର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଶହୀଦମାନଙ୍କ ପ୍ରତି ଦେଶ କୃତଜ୍ଞ ରହିବ।


ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ସର୍ବୋଚ୍ଚ ବଳିଦାନ ଦେଇଥିବା ଯବାନମାନଙ୍କୁ ଦେଶ ସବୁ ସମୟରେ ସ୍ମରଣ କରିବ।

୨୦୦୧ ମସିହା ଆଜିର ଦିନରେ ପାକିସ୍ଥାନରେ ସକ୍ରିୟ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା ଏବଂ ଜୈସେ ମହମ୍ମଦର ଆତଙ୍କବାଦୀ ଭାରତୀୟ ସଂସଦ ଉପରେ ଆକ୍ରମଣ କରିଥିଲେ। ଦିଲ୍ଲୀ ପୁଲିସ ଏବଂ ସଂସଦ ସୁରକ୍ଷା କର୍ମଚାରୀଙ୍କ ସମେତ ଜଣେ ମାଳି ଏଥିରେ ସହୀଦ ହୋଇଥିଲେ ଓ ୫ ଜଣ ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ଗୁଳିରେ ମୃତ୍ୟୁବରଣ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories