www.samajalive.in
Tuesday, December 9, 2025
15.1 C
Bhubaneswar

ଜେଏସଡବ୍ଲୁ କାର୍ଯ୍ୟାଳୟରେ ନିଯୁକ୍ତି ଆଶାୟୀଙ୍କ ଭଙ୍ଗାରୁଜା, ଘଟଣାସ୍ଥଳରେ ଲାଠି ଚାର୍ଜ

ଭୁବନେଶ୍ୱର: ପାରାଦୀପ ଜେଏସଡବ୍ଲୁ କାର୍ଯ୍ୟାଳୟରେ ନିଯୁକ୍ତି ଆଶାୟୀମାନେ ଭଙ୍ଗାରୁଜା କରିଛନ୍ତି। ପୁଲିସ ସେମାନଙ୍କୁ ଗୋଡାଇ ଗୋଡାଇ ପିଟିବା ସହ ୧୫ରୁ ଉର୍ଦ୍ଧ୍ବ ମୋଟର ସାଇକେଲ ଜବତ କରିଛି। ସେବୁ ସଙ୍ଗଠନର ଯୁବକ ମାନେ ଏହି ଉନ୍ମତ୍ତକାଣ୍ଡ ଘଟାଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଶହରୁ ଅଧିକ ଇଂଜିନିୟରିଂ ନିଯୁକ୍ତି ଆଶୟୀମାନେ ମଙ୍ଗଳବାର ସକାଳେ କାର୍ଯ୍ୟାଳୟ ମଧ୍ୟରେ ପଶି ଭଙ୍ଗାରୁଜା କରିଥିଲେ। ନିଯୁକ୍ତି ପାଇଁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ କାହିଁକି ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ ବୋଲି ଆଶୟୀମାନେ ପ୍ରଶ୍ନ କରିଥିଲେ। ପାରାଦୀପ ଜେଏସଡବ୍ଲୁ ଅଧିକାରୀଙ୍କୁ କୈଫିୟତ ମାଗିବା ସହ ଆସବାବପତ୍ର ପିଙ୍ଗି ଭଙ୍ଗାରୁଜା କରିଥିଲେ। ଏହା ପରେ ଜେଏସଡବ୍ଲୁ କାର୍ଯ୍ୟାଳୟରୁ ପାରାଦୀପ ଥାନାକୁ ଯାଇ ଆଶାୟୀମାନେ ପାଟିତୁଣ୍ଡ ମଧ୍ୟ କରିଥିଲେ। ଏହି ସମୟରେ ପୁଲିସ ଲାଠି ଚାର୍ଜ କରିବା ସହ କିଛି ଯୁବକଙ୍କ ଧରି ଥାନାରେ ଅଟକ ରଖିଛି। ଏହା ସହ ପୁଲିସ ୧୫ରୁ ଉର୍ଦ୍ଧ୍ବ ମୋଟର ସାଇକେଲକୁ ଜବତ କରିଛି। ସେଠାରେ ଏକ ପ୍ରକାର ଅଶାନ୍ତକର ପରିସ୍ଥିତି ଲାଗି ରହିଥିବା ବେଳେ ପୁଲିସ ଉତ୍ୟକ୍ତ ଯୁବକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories