www.samajalive.in
Sunday, December 7, 2025
13.1 C
Bhubaneswar

୯୦ ଫୁଟ ଗଭୀର ବୋରୱେଲ ଗର୍ତ୍ତରେ ଖସିପଡ଼ିଲା ୨ ବର୍ଷର ଶିଶୁ, ୨୦ ଘଣ୍ଟା ଧରି ଚାଲିଛି ଉଦ୍ଧାର କାର୍ଯ୍ୟ

ଚେନ୍ନାଇ: ବୋରୱେଲ ପାଇଁ​ ଖୋଳାଯାଇଥିବା ଏକ ଗର୍ତ୍ତରେ ଖସିପଡ଼ିଛି ୨ବର୍ଷର ଶିଶୁପୁତ୍ର। ୯୦ ଫୁଟ ଗଭୀରରେ ପିଲାଟି ଅଟକି ରହିଥିବାବେଳେ ୨୦ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିଛି। କିନ୍ତୁ ପିଲାଟିକୁ ଉଦ୍ଧାର କରାଯାଇ ପାରିନାହିଁ। ଘଟଣାଟି ତାମିଲନାଡୁର ତ୍ରିଚିନାପଲ୍ଲୀ ଜିଲା ଅନ୍ତର୍ଗତ ଏକ ଗାଁର। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ଟାରେ ସୁଜିତ ନାମକ ଏହି ପିଲାଟି ଘର ନିକଟରେ ଖେଳୁଥିବାବେଳେ ବୋରୱେଲ ଗର୍ତ୍ତରେ ଖସିପଡ଼ିଥିଲା। ତତ୍‌କ୍ଷଣାତ ସ୍ଥାନୀୟ ଲୋକେ ତା’କୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ ହେଁ ସଫଳ ହୋଇପାରି ନ ଥିଲେ। ସେତେବେଳେ ପିଲାଟି ଅଳ୍ପ ଗଭୀରରେ ଲାଖି ରହିଥିଲା। କିନ୍ତୁ ରାତିରେ ସେ ଆହୁରି ଗଭୀରକୁ ଖସିଯାଇ ପାଖାପାଖି ୯୦ ଫୁଟ ତଳେ ଅଟକି ରହିଛି। ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଗର୍ତ୍ତ ଭିତରକୁ ଅମ୍ଳଜାନ ଛଡ଼ାଯାଉଛି। ଶନିବାର ମଧ୍ୟାହ୍ନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ପିଲାକୁ ଗର୍ତ୍ତରୁ ବାହାର କରାଯାଇପାରି ନାହିଁ।

ତାମିଲନାଡୁ ସ୍ବାସ୍ଥ୍ୟମନ୍ତ୍ରୀ ସି. ବିଜୟା ଭାସ୍କର କହିଛନ୍ତି, ବୋରୱେଲ ଭିତରକୁ ଅମ୍ଳଜାନ ଛଡ଼ାଯାଉଛି। ପିଲାଟି ଜୀବିତ ଅଛି। ଗର୍ତ୍ତ ଭିତରେ ପିଲାଟି କାନ୍ଦୁଥିବାର ଶବ୍ଦ ଶୁଣିବାକୁ ମିଳୁଛି। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମେତ ପର୍ଯ୍ୟଟନ ମନ୍ତ୍ରୀ ବଲ୍ଲାମଣ୍ଡୀ ନଟରାଜନ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଉଦ୍ଧାର କାର୍ଯ୍ୟକୁ ତ୍ଵରାନ୍ବିତ କରିବା ଲାଗି ବିଶେଷଜ୍ଞ ଟିମ୍‌କୁ ଡକାଯାଇଛି। ବୋରୱେଲର ୬୦ ଫୁଟ ଗଭୀରରେ ଏକ ମାଇକ୍ରୋ କ୍ୟାମେରା ଖଞ୍ଜାଯାଇଛି। ପିଲାଟି ନିଃଶ୍ଵାସପ୍ରଶ୍ଵାସ ନେଉଥିବା କ୍ୟାମେରା ଜରିଆରେ ଶୁଣିବାକୁ ମିଳୁଛି। ପିଲାଟିକୁ ଜୀବିତ ଉଦ୍ଧାର କରିବା ଲାଗି ଆମାଗୀ ୧୫ ଘଣ୍ଟା ଗୁରୁତ୍ଵପୂର୍ଣ୍ଣ ହୋଇଥିବାବେଳେ ସରକାରଙ୍କ ପକ୍ଷରୁ ସମସ୍ତ ଉଦ୍ୟମ ଚାଲିଥିବା ମନ୍ତ୍ରୀ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories