www.samajalive.in
Sunday, December 7, 2025
26.1 C
Bhubaneswar

ଟ୍ରଲରକୁ ପିଟିଲା ହାଇୱା, ୨ ମୃତ

ବାଲିଅନ୍ତା: ପାହାଳ ଫାଣ୍ଡି ଅଧୀନ ୧୬ ନମ୍ବର ଜାତୀୟ ରଜପଥହ ଉତ୍କଳ ହାଇଟ୍‌ସ ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଏକ ଟ୍ରଲର ପଛକୁ ହାଇୱା ଧକ୍କା ଦେବାରୁ ଫଳରେ ଚାଳକ ଓ ହେଲ୍‌ପରଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି।

ସୂଚନା ଅନୁସାରେ ଶୁକ୍ରବାର ରାତି ପ୍ରାୟ ୧୦ ସମୟରେ କଟକରୁ ଭୁବନେଶ୍ବର ଅଭିମୁଖେ ଏକ ଗୋଡ଼ି ବୋଝେଇ ହାଇୱା ଆସୁଥିଲା। ପାହାଳ ଉତ୍କଳ ହାଇଟ୍ସ ସମ୍ମୁଖରେ ବ୍ରିଜ୍‌ରୁ ଗଡ଼ିବା ସମୟରେ ହାଇୱାଟି ଟ୍ରଲର ପଛକୁ ଧକ୍କା ଦେଇଥିଲା। ଟ୍ରଲର ପଛ ସହିତ ହାଇୱା ଇଞ୍ଜିନ୍‌ ମଧ୍ୟରେ ଚାପି ହୋଇ ହାଇୱାର ଡ୍ରାଇଭର ଓ ହେଲ୍‌ପର ରହିଯାଇଥିଲେ। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ଅଧିକାରୀ ପହଞ୍ଚି ଗ୍ୟାସ୍‌ କଟର ସାହାଯ୍ୟ ହାଇୱାରୁ ଚାଳକ ଓ ହେଲ୍‌ପରଙ୍କୁ ବାହାର କରିଥିଲେ। ହେଲେ ଘଟଣାସ୍ଥଳରେ ହେଲ୍‌ପର ଓ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ପ୍ରାୟ ୨ ଘଣ୍ଟା ପର୍ୟ୍ୟନ୍ତ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେବା ସହ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା। ପୁଲିସ ଗାଡ଼ିକୁ କ୍ରେନ୍‌ ସାହାଯ୍ୟରେ ରାସ୍ତାରୁ ହଟାଇବା ପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories