www.samajalive.in
Sunday, December 7, 2025
26.1 C
Bhubaneswar

ମାଲକାନଗିରି : ୨ ଟିଫିନ ବୋମା ଉଦ୍ଧାର

ମାଲକାନଗିରି :  ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଓ ଏସଓଜି ଯବାନମାନେ ସର୍ଚ୍ଚ ଅପରେସନ ବେଳେ ୨ଟି ଟିଫିନ ବୋମା ଉଦ୍ଧାର କରିଛନ୍ତି। ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର କେନ୍ଦୁଗୁଡା ଗ୍ରାମରେ ସୋମବାର ବିଏସଏଫ ୯ମ ବାଟାଲିୟନ ଓ ଏସଓଜି ଯବାନମାନେ ୨.୫ କେଜିର ୨ଟି ଟିଫିନ ବୋମା ଉଦ୍ଧାର କରିଛନ୍ତି। ଯବାନ ମାନେ କୁମିଙ୍ଗ କରୁଥିବା ସମୟରେ ଯୋଡ଼ାମ୍ବ ଥାନା ଅନ୍ତର୍ଗତ ଯାଜପଲେମ ଠାରୁ କେନ୍ଦୁଗୁଡା ରାସ୍ତାରେ ଏହି ଟିଫିନ ଵୋମା ପୋତା ଯାଇଥିଲା । ଯବାନ ମାନେ ଏହି ଅଞ୍ଚଳର ଦେଇ ସବୁବେଳେ କୁମ୍ବିଙ୍ଗ କରିବା ପାଇଁ ଯାଆନ୍ତି। ତେବେ ଯବାନ ମାନଙ୍କୁ ଟାର୍ଗେଟ କରି ମାଓବାଦୀଙ୍କ ଦ୍ଵାରା ଏହି ଵୋମା ଖଞ୍ଜା ଯାଇଥିବା ଅନୁମାନ କରାଯାଉଛି। ବୋମା ଉଦ୍ଧାର ପରେ ନିକଟସ୍ଥ ଜଙ୍ଗଲରେ ଯବାନଙ୍କ ଦ୍ଵାରା ନିଷ୍କ୍ରିୟ କରାଯାଇଛି। ତେବେ ଏହା ପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories