ମିଳିତ ଜାତିସଂଘ ଶାନ୍ତି ରକ୍ଷା ବାହିନୀ ପାଇଁ ୨ଲକ୍ଷ ଡୋଜ୍‍ କୋଭିଡ ଟିକା ପଠାଇବ ଭାରତ : ଜୟଶଙ୍କର

ନୂଆଦିଲ୍ଲୀ :  ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‍. ଜୟଶଙ୍କର କହିଛନ୍ତି, ‘ଭ୍ୟାକ୍ସିନ ମୈତ୍ରୀ’ ଅଭିଯାନରେ ଭାରତ ମିଳିତ ଜାତିସଂଘ ଶାନ୍ତି ରକ୍ଷା ବାହିନୀ ଯବାନମାନଙ୍କ ପାଇଁ ୨ଲକ୍ଷ ଡୋଜ୍‍ କୋଭିଡ ଟିକା ପଠାଇବ। ଜାତିସଂଘ ନିରାପତ୍ତା ପରିଷଦର ଏକ ଖୋଲା ବିତର୍କ କାର୍ଯ୍ୟକ୍ରମରେ  ସେ କହିଛନ୍ତି, ଭାରତରେ ନିର୍ମିତ କୋବିଡ୍‍ ପ୍ରତିଷେଧକ ଗୁଡ଼ିକ ବିଶ୍ୱର ୨୫ଟି ଦେଶରେ ପହଞ୍ଚି ସାରିଛି ଓ ଖୁବ୍‍ ଶୀଘ୍ର ଏହା ଆଉ ୪୯ଟି ଦେଶକୁ ପଠାଯିବ।
ଶ୍ରୀ ଜୟଶଙ୍କର କହିଛନ୍ତି, କେବଳ ଦେଶରେ ପ୍ରତିଷେଧକ ଦିଆଯିବାର ଆଭିମୁଖ୍ୟ ଗ୍ରହଣ କରାଯିବ ନାହିଁ ସମଗ୍ର ବିଶ୍ୱକୁ
ପ୍ରତିଷେଧକ ଦିଆଯିବା ପାଇଁ ପଦକ୍ଷେପ ନିଆଯିବ। ପ୍ରତିଷେଧକକୁ ନେଇ ପ୍ରଚାରିତ ହେଉଥିବା ଗୁଜବ ବନ୍ଦ ହେବା ଉଚିତ୍‍ ବୋଲି ସେ ଗୁରୁତ୍ୱ ଦେଇଛନ୍ତି।

kalyan agarbati

Comments are closed.