www.samajalive.in
Sunday, December 7, 2025
14.1 C
Bhubaneswar

ସ୍ତ୍ରୀ’ ଅଧିକାର ପାଇଁ ସ୍ୱାମୀଙ୍କ ଭଡା ଘର ଆଗରେ ଧାରଣା ଦେଲା ପ୍ରଥମ ପତ୍ନୀ

ଗଞ୍ଜାମ : ଗଞ୍ଜାମ ବିଜ୍ଞପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୪ ନମ୍ବରର  ୱାର୍ଡ ରଘୁନାଥ ସାହିରେ ସ୍ୱାମୀର ଭଡା ଘର ଆଗରେ ବୁଧବାର ଦିନ ଜଣେ ମହିଳା ନିଜକୁ ପ୍ରଥମ ସ୍ତ୍ରୀ କହି ନିଜର ଅଧିକାର ପାଇଁ ଧାରଣାରେ ବସିଥିବା ଜଣାପଡିଛି ।  ଏଭଳି ଖବର ପ୍ରଚାର ହେବା ପରେ ସେଠାରେ ସହରର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଯାହାକି ସହରରେ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ପ୍ରକାଶ ଯୋଗ୍ୟ ଯେ, ରାୟଗଡା ଅଞ୍ଚଳର ଜଣେ ମହିଳା ସ୍ୱପ୍ନା ମହାପାତ୍ର ନିଜକୁ ପ୍ରଥମ ସ୍ତ୍ରୀ ଦାବୀ କରି ସ୍ୱାମୀଙ୍କ ଭଡା ଘର ସମୁଖରେ ବୁଧବାର ଧାରଣା ଦେଇଛନ୍ତି। ସେହି ମହିଳାଙ୍କ କହିବା କଥା ଅନୁଯାଇ ଗତ ୨୦୦୫ରେ ଆଶୁତୋଷ ମହାପାତ୍ର ନାମକ ଜଣେ ଯୁବକଙ୍କୁ ରାୟଗଡା ସ୍ଥିତ ଏକ ଜଗନ୍ନାଥ ମନ୍ଦିରରେ ବିବାହ କରିଥିଲେ। ବିବାହ ପରେ ଦୁହେଁ କିଛି ଦିନ ଏକାଠି ରହିବା ପରେ ଆଶୁତୋଷ ତାଙ୍କୁ ଛାଡି ପଳାଇ ଥିଲେ। ପରବର୍ତୀ ସମୟରେ ଆଶୁତୋଷ ତାଙ୍କୁ ନ ଜଣାଇ ୨୦୦୬ରେ ଅନ୍ୟ ଜଣେ ଓଡିଆ ଝିଅକୁ ବିବାହ କରିଥିବା କଥା ୨୦୧୦ରେ ଜାଣିବାକୁ ପାଇ ଥିଲେ ବୋଲି ଧାରଣା ବସିଥିବା ମହିଳା କହିଛନ୍ତି । ପରେ ସେ ଏହି ଘଟଣାକୁ  ନେଇ ରାୟଗଡା ଥାନାରେ ମୌଖିକ ଭାବେ ଅଭିଯୋଗ କରିଥିଲେ। ଏହାକୁ ନେଇ ସେତେବେଳେ ଥାନାରେ ଏକ ସମାଧାନ ଲିଖିତ ଚୁକ୍ତିନାମା ଉଭୟଙ୍କୁ ନେଇ ହୋଇଥିଲା । ସେହି ଚୁକ୍ତିନାମାରେ ଉଭୟ ସ୍ଵାକ୍ଷର କରି ତାଙ୍କ ସ୍ୱାମୀ ପୁଣି ୨ୟ ସ୍ତ୍ରୀ ନିକଟକୁ ଚାଲି ଯାଇଥିଲେ ବୋଲି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ପରେ ପୁଣି ୨୦୧୮ ଅକ୍ଟୋବର ମାସରେ ରେ ତାଙ୍କ ସ୍ୱାମୀ ରାୟଗଡା ଆସି ତାଙ୍କୁ ଚମାଖଣ୍ଡିରେ ଘର ଭଡା ନେଇ ପୁଣି ଦୁଇଜଣ ଏକାଠି ମିଶିକି ରହିଲେ। ହଠାତ ସେଠାରେ ତାଙ୍କୁ କେହି ହଇରାଣ କରିବାରୁ ସେ ବୁଧବାର ଆଶୁତୋଷ ରହୁଥିବା ଭଡା ଘର ଆଗରେ ଧାରଣା ରେ ବସିଛନ୍ତି। ବର୍ତମାନ ସ୍ୱାମୀ ଆମ ଦୁଇ ଜଣଙ୍କୁ ରଖିବାକୁ ମହିଳା ଜଣଙ୍କ  ଗଣମାଧ୍ୟମକୁ କହିଛନ୍ତି । ଏହି ଘଟଣା ଦେଖି ଭଡା ଘରେ ରହୁଥିବା ଦ୍ୱିତୀୟ ସ୍ତ୍ରୀ ଘରେ ତାଲା ପକାଇ ଚାଲି ଯାଇଥିବା ଜଣାପଡିଛି। ଆଶୁତୋଷ ସ୍ଥାନୀୟ ଗ୍ରାସିମ କମ୍ପାନୀରେରେ ଠିକା ଶ୍ରମିକ ଭାବେ କାର୍ଯ୍ୟରତ ଥିବା ଜଣା ପଡିଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories