www.samajalive.in
Sunday, December 7, 2025
18.1 C
Bhubaneswar

ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ: ଇଂଲଣ୍ଡକୁ ୩୧୮ରନର ଟାର୍ଗେଟ ଦେଲା ଭାରତ

ପୁଣେ: ଟେଷ୍ଟ୍ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳାର ରୋମାଞ୍ଚଭରା ମୁକାବିଲା ପରେ ଆଜିଠାରୁ ଭାରତ ଓ ଇଂଲଣ୍ଡ ଏକଦିବସୀୟ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି। ଆଜି ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ଲଢ଼େଇ ଆରମ୍ଭ ହୋଇଛି। ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ଗତ ଥର ପରି ଏହି ମ୍ୟାଚରେ ବି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ୍‌ ବିନିମୟରେ ୩୧୭ ରନ୍‌ କରିବାରେ ସଫଳ ହୋଇଥିଲା ଏବଂ ପ୍ରଥମ ଏକ ଦିବସୀୟ ମ୍ୟାଚ୍‌ ଜିତିବା ପାଇଁ ଇଂଲଣ୍ଡକୁ ୩୧୮ ରନ୍‌ର ଟାର୍ଗେଟ୍‌ ଦେଇଥିଲା ଭାରତ।


ରୋହିତ ଶର୍ମା ଓ ଶିଖର ଧାୱାନ ଓପନିଂ କରିଥିଲେ। ୪୨ ବଲ୍‌ରେ ୪ଟି ଚୌକା ସହିତ ରୋହିତ ଶର୍ମା ୨୮ ରନ କରିବା ପରେ ଆଉଟ ହୋଇଥିଲେ। ଏହାପରେ ଶିଖର ଧାୱନ ଓ ବିରାଟ କୋହଲିଙ୍କ ଦମ୍‌ଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା। ଶିଖର ଧାୱନ ୨ଟି ଛକା ଓ ୧୧ଟି ଚୌକା ସହିତ ୯୮ରନ୍‌ କରି ଅର୍ଦ୍ଧ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ବିରାଟ କୋହଲି ଅର୍ଦ୍ଧଶତକ କରିବା ପରେ ୫୬ ରନ କରି ଆଉଟ ହୋଇଥିଲେ। ଶ୍ରେୟାସ ଆୟର ୬ରନ କରି ଆଉଟ ହୋଇଥିବା ବେଳେ ହାର୍ଦିକ ପାଣ୍ଡ୍ୟା ୧ ରନ କରି ବେନ ଷ୍ଟୋକ୍ସଙ୍କ ବଲରେ ଆଉଟ ହୋଇଥିଲେ। କ୍ରୁନାଲ ପାଣ୍ଡ୍ୟା ଓ ରାହୁଲ ଶେଷ ଓଭର ପର୍ଯ୍ୟନ୍ତ ରହି ବିସ୍ଫୋରକ ବ୍ୟାଟିଂ କରିଥିଲେ। କ୍ରୁନାଲ ୩୧ ବଲରେ ୫୮ ରନ୍ ଓ ରାହୁଲ ୪୩ ବଲରେ ୬୧ ରନ କରି ଅପରାଜିତ ରହିଥିଲେ। ଏଥର କ୍ରୁନାଲ ପାଣ୍ଡ୍ୟା ଓ ପ୍ରସିଦ୍ଧ କ୍ରିଷ୍ଣା ଏକଦିବସୀୟ ଡେବ୍ୟୁ କରିଛନ୍ତି। କ୍ରିନାଲ୍‌ ପାଣ୍ଡ୍ୟା ୨ଟି ଛକା ଓ ୭ଟି ଚୌକା ସହ ୫୮ ରନ୍‌ କରି ନଟ୍‌ଆଉଟ୍‌ ରହିଥିଲେ।
ସେହିପରି ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ମାର୍କ ଉଡ୍‌ ୨ଟି ୱିକେଟ ଅକ୍ତିଆର କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ ୩ ଓଭରରେ ୧୩ ରନ୍‌ କରିଛି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories