www.samajalive.in
Sunday, December 7, 2025
26.1 C
Bhubaneswar

ଶ୍ରୀନଗରରେ ଖୋଲିଲା ୧୯୦ ସ୍କୁଲ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରିଦିଆଯାଇଥିବା ୧୯୦ ପ୍ରାଥମିକ ସ୍କୁଲ ସୋମବାର ପୁଣି ଥରେ ଖୋଲିଛି। ୧୨ ଦିନ ପରେ ସ୍କୁଲଗୁଡ଼ିକ ଖୋଲିଥିବାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ପିଲାମାନେ ସକାଳୁ ସକାଳୁ ସ୍କୁଲ ଯାଇଥିବାବେଳେ ପରିସ୍ଥିତି ସ୍ବାଭାବିକ ରହିଥିବା ଦେଖାଯାଇଛି। ଆଗକୁ ସରକାରଙ୍କ ପକ୍ଷରୁ ଆହୁରି କଟକଣା କୋହଳ କରାଯିବାର ସମ୍ଭାବନା ରହିଛି। ସରକାରଙ୍କ ପ୍ରମୁଖ ସଚିବ ରୋହିତ କଂସଲ ସାମ୍ବାଦିକମାନଙ୍କୁ କହିଛନ୍ତି, ରବିବାର ୫୦ ଥାନା ଅଞ୍ଚଳରେ କଟକଣା କୋହଳ କରାଯାଇଛି। କଟକଣା ଅବଧି ୬ଘଣ୍ଟାରୁ ୮ ଘଣ୍ଟାକୁ ବୃଦ୍ଧି କରାଯାଇଛି।

ଅନ୍ୟପଟେ ଜାମ୍ମୁର ୫ଟି ଜିଲା ସାମ୍ବା, କଠୁଆ, ଜାମ୍ମୁ, ରିୟାସୀ ଏବଂ ଉଦ୍ଧମପୁରରେ ରବିବାର ପୁଣି ଥରେ ମୋବାଇଲ ଏବଂ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ଶୁକ୍ରବାର ରାତିରୁ ଏହିସବୁ ଜିଲାରେ ଇଣ୍ଟରନେଟ ସେବା ଆରମ୍ଭ କରାଯାଇଥିଲା। କିନ୍ତୁ ଶନିବାର କେତେକ ଅଞ୍ଚଳରେ ହିଂସା ସୃଷ୍ଟି ହେବାରୁ ପ୍ରଶାସନ ଏଭଳି ପଦକ୍ଷେପ ନେଇଥିଲା। ସ୍ଥାନେ ସ୍ଥାନେ ପ୍ରଶାସନ ପକ୍ଷରୁ ଅତିରିକ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories