ଜୟା ହୋଟେଲ ପରିସରରେ ୧୬୩ ଲାଗୁ

ଭୁବନେଶ୍ବର :  ମଟନ ନାଁରେ ଗୋମାଂସ ବିକ୍ରି ଅଭିଯୋଗ ଘଟଣାରେ ପୁରୀ ସାକ୍ଷୀଗୋପାଳର ବିବାଦୀୟ ଜୟା ଢ଼ାବା ନିକଟରେ ୧୬୩ ଧାରା ଜାରି କରିଛି ଜିଲା ପ୍ରଶାସନ । ଜୟା ଢାବାର ୧ କିଲୋମିଟର ପରିଧି ପର୍ଯ୍ୟନ୍ତ ପ୍ରଶାସନ ୧୬୩ ଧାରା ଜାରି କରିଛି । ୪ ଜଣରୁ ଅଧିକ ଲୋକେ ଏହି ଅଞ୍ଚଳରେ ଏକାଠି ହୋଇପାରିବେ ନାହିଁ ବୋଲି ଚେତାବନୀ ରହିଛି । ସମ୍ପୂର୍ଣ୍ଣ ଅଞ୍ଚଳକୁ ପୁଲିସ ଘେରାବନ୍ଦୀ କରି ରଖିଛି । କହିରଖୁଛୁ ହିନ୍ଦୁ ସେନା ଜୟା ଢ଼ାବା ସାମ୍ନାରେ ବିକ୍ଷୋଭ କରିବାକୁ ପୂର୍ବରୁ ଚେତାବନୀ ଦେଇଛି ।

Comments are closed.