www.samajalive.in
Sunday, December 7, 2025
13.1 C
Bhubaneswar

ଲକ୍‌ଭିକୁ ୧୫ବର୍ଷ କାରାଦଣ୍ଡାଦେଶ

ଇସଲାମାବାଦ : ଆତଙ୍କବାଦୀଙ୍କ ଲାଗି ପାଣ୍ଠି ଯୋଗାଣ ଅଭିଯୋଗରେ ଗତ ୨ ତାରିଖରେ ପଞ୍ଜାବ ପ୍ରଦେଶର ଆତଙ୍କବାଦ ନିରୋଧ ବିଭାଗ (ସିଟିଡି) ଦ୍ୱାରା ଗିରଫ ହୋଇଥିବା କୁଖ୍ୟାତ ଆତଙ୍କବାଦୀ ଜାକିର ରେହମନ ଲକଭିକୁ ଶୁକ୍ରବାର ପାକିସ୍ତାନର ଆତଙ୍କବାଦ ବିରୋଧୀ ଅଦାଲତ ୧୫ବର୍ଷ କାରାଦଣ୍ଡାଦେଶ ଶୁଣାଇଛି। ଲସ୍କର-ଇ-ତୋଏବା କମାଣ୍ଡର ଲକଭି ବିରୋଧରେ ଲାହୋର ଥାନାରେ ରୁଜୁ ମାମଲା ଆଧାରରେ ଏହି ଦଣ୍ଡବିଧାନ କରାଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପ ନିମନ୍ତେ ପାଣ୍ଠି ସଂଗ୍ରହ ଅଭିଯୋଗରେ ଗିରଫ ଏହି ୬୧ବର୍ଷୀୟ ବିଶ୍ବ ଆତଙ୍କବାଦୀ ହେଉଛି ୨୦୦୮ ନଭେମ୍ବର ୨୬ (୨୬/୧୧) ମୁମ୍ବଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ଲକଭି ମୁମ୍ବଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ସମ୍ପର୍କରେ ଭାରତ ପକ୍ଷରୁ ତଥ୍ୟ ପ୍ରମାଣ ଦାଖଲ ପରେ ୨୦୦୮ରେ ଜାତିସଂଘ ପକ୍ଷରୁ ତାକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ତା’ର ସମସ୍ତ ବ୍ୟାଙ୍କ ଖାତା ଓ ସମ୍ପତ୍ତିକୁ ଅଚଳ କରି ଦିଆଯାଇଥିଲା। ୨୦୦୮ ଡିସେମ୍ବର ୭ରେ ପାକିସ୍ତାନରେ ତାକୁ ଗିରଫ କରାଯାଇଥିଲା; କିନ୍ତୁ ୨୦୧୫ରେ ଜାମିନରେ ଛାଡ଼ି ଦିଆଯାଇଥିଲା।
ନିକଟରେ ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ୍‌) ଚାପରେ ପାକିସ୍ତାନ ନିଜ ଦେଶରେ ଥିବା ୮୮ଟି ଆତଙ୍କବାଦୀ ସଂଗଠନ ଓ ଏହାର ନେତାଙ୍କ ଉପରେ କଠୋର କଟକଣା ଲଗାଇବାକୁ ଘୋଷଣା କରିଥିଲା। ସେମାନଙ୍କ ମଧ୍ୟରେ ଲକଭିର ନାଁ ରହିଥିଲା। ସେମାନଙ୍କ ସଂପତ୍ତି ବାଜ୍ୟାପ୍ତ କରାଯାଇଥିବା ପାକିସ୍ତାନ ସରକାର କହିଥିଲେ। ଅନ୍ୟ ଏକ ଘଟଣାକ୍ରମେ ଗୁରୁବାର, ୭ତାରିଖରେ କୁଖ୍ୟାତ ଆତଙ୍କବାଦୀ ଜୈସ୍‌-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାର ନାମରେ ପାକିସ୍ତାନର ଆତଙ୍କବାଦ ନିରୋଧୀ ଅଦାଲତ ଗିରଫ ପରୱାନା ଜାରି କରିଛି। ଏଫଏଟିଏଫ୍‌ ଚାପରେ ୨୬/୧୧ ମୁମ୍ବଇ ଆକ୍ରମଣ ଓ ପୁଲୱାମା ଆକ୍ରମଣର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ମାସୁଦ ପାକିସ୍ତାନରେ ରହିଥିବା ସ୍ବୀକାର କରିବା ସହ ତାକୁ ଗିରଫ ପାଇଁ ପାକିସ୍ତାନ ପଦକ୍ଷେପ ଗ୍ରହଣ କରିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories