www.samajalive.in
Sunday, December 7, 2025
18.1 C
Bhubaneswar

୧୩ କରୋନା ଯୋଦ୍ଧା ମୃତ ଶିକ୍ଷକଙ୍କ ପରିବାରକୁ ମିଳିବ ସହାୟତା : ସମୀର ରଞ୍ଜନ ଦାଶ

ଭୁବନେଶ୍ଵର : ରାଜ୍ୟରେ କରୋନା ତାର କାୟା ବିସ୍ତାର କରିଚାଲିଛି। ଏହାରି ମଧ୍ୟରେ ରାଜ୍ୟରୁ ୬୭ ହଜାର ୧୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭୨ ଜଣଙ୍କର ମୃତ୍ୟୁ ହୋଇ ସାରିଛି। ରାଜ୍ୟରେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଉଦ୍ୟମ କରୁଥିବା ବେଳେ ଡାକ୍ତର, ଆଶକର୍ମୀ, ନର୍ସ, ସଫେଇ କର୍ମଚାରୀଙ୍କ ସହ ଶିକ୍ଷକମାନେ ମଧ୍ୟ ସରକାରଙ୍କୁ ସହଯୋଗ କରୁଛନ୍ତି।

ଏହାରି ମଧ୍ୟରେ ରାଜ୍ୟରେ ୬୨ ହଜାର ଶିକ୍ଷକ କରୋନା ମୁକାବିଲାରେ ନିୟୋଜିତ ଅଛନ୍ତି।  କରୋନା ମୁକାବିଲାରେ ନିୟୋଜିତ ଥିବା ରାଜ୍ୟରେ ୧୩ ଜଣ ଶିକ୍ଷକଙ୍କର କରୋନାରେ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ତବେ କରୋନାରେ ପ୍ରାଣ ହରାଇଥିବା ସମସ୍ତ ଶିକ୍ଷକଙ୍କ ପରିବାରକୁ  ୪ ଅଗଷ୍ଟର ସର୍କୁଲାର ଅନୁଯାୟୀ ସମସ୍ତଙ୍କୁ ସରକାରୀ ସହାୟତା ଦିଆଯିବ। ସମସ୍ତଙ୍କୁ କୋରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇ ଥିବା ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

- Advertisement -

ଅନ୍ୟପକ୍ଷରେ ମୃତ ଶିକ୍ଷକ ସୀମାଞ୍ଚଳ ଶତପଥୀଙ୍କ ପରିବାରରେ କେହି ନଥିବାରୁ ବିକଳ୍ପ ଚିନ୍ତା କରାଯିବ ବୋଲି ସେ କହିଛନ୍ତି । ସୀମାଞ୍ଚଳଙ୍କ ମୃତ୍ୟୁ ପରେ ତାଙ୍କ ବାପା ଓ ମା ଆତ୍ମହତ୍ୟା କରିଥିଲେ । ତାଙ୍କ ପରିବାର ପାଇଁ କଣ କରାଯାଇପାରିବ ସେ ନେଇ ଚିନ୍ତା କରାଯାଉଥିବା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories