www.samajalive.in
Sunday, December 7, 2025
26.1 C
Bhubaneswar

ପାକିସ୍ତାନ ସୁପ୍ରିମକୋର୍ଟ କ୍ୟାଣ୍ଟିନରେ ବିସ୍ଫୋରଣ, ୧୨ ଆହତ

ସମାଜଲାଇଭ ଡେସ୍କ: ପାକିସ୍ତାନ ସୁପ୍ରିମକୋର୍ଟ କ୍ୟାଣ୍ଟିନରେ ମଙ୍ଗଳବାର ସକାଳେ ବିସ୍ଫୋରଣ ଘଟିଛି। ଏଥିରେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। କ୍ୟାଣ୍ଟିନରେ ଏକ ସିଲିଣ୍ଡରରୁ ଗ୍ୟାସ ଲିକ୍‌ ହେଉଥିଲା। ଏହି ସମୟରେ ସେଠାରେ ଲାଗିଥିବା ଏସି ମରାମତି ଚାଲିଥିବାବେଳେ ଗ୍ୟାସରେ ସ୍ଵତ୍ତଃ ଅଗ୍ନିସଂଯୋଗ ଘଟିବାରୁ ସିଲିଣ୍ଡରଟିରେ ବିସ୍ଫୋରଣ ଘଟିଥିଲା।

ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ତାହା ସୁପ୍ରିମକୋର୍ଟ କୋଠାକୁ ଦୋହଲାଇ ଦେଇଥିଲା। କାରଣ କ୍ୟାଣ୍ଟିନଟି ସୁପ୍ରିମକୋର୍ଟ ବେସମେଣ୍ଟ ଏରିଆରେ ଚାଲୁଥିଲା। ବିସ୍ଫୋରଣ ଯୋଗୁ ଏସି ମରାମତି କରୁଥିବା ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଶରୀର ୮୦ ପ୍ରତିଶତ ପୋଡ଼ିଯାଇଛି। ଉକ୍ତ ବ୍ୟକ୍ତିଙ୍କ ସମେତ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

- Advertisement -

ତେବେ ବିସ୍ଫୋରଣ ହେବା ପରେ ସମସ୍ତେ ଏହାକୁ ବୋମା ବିସ୍ଫୋରଣ ବୋଲି ଭାବି ଭୟଭୀତ ହୋଇପଡ଼ିଥିଲେ। ମାତ୍ର ପରେ ତାହା ସିଲିଣ୍ଡର ବିସ୍ଫୋରଣ ବୋଲି ଜଣାପଡ଼ିଥିଲା।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories