ବାଲେଶ୍ୱରରେ ହେବ ଶହେ ଶଯ୍ୟାର ଇଏସ୍ଆଇ ହସପିଟାଲ

ନୂଆଦିଲ୍ଲୀ : ବାଲେଶ୍ୱର ଠାରେ ୧ଶହ ଶଯ୍ୟା ବିଶିଷ୍ଟ ଇଏସଆଇ ହସପିଟାଲ ସ୍ଥାପନ ଲାଗି କେନ୍ଦ୍ର ଶ୍ରମ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଘୋଷଣା କରିଛନ୍ତି। ଚଣ୍ଡୀଗଡ଼ ଠାରେ ଅନୁଷ୍ଠିତ ଇଏସଆଇର ୧୯୦ତମ ବୈଠକରେ ଓଡ଼ିଶାର ବାଲେଶ୍ୱର ସମେତ କର୍ଣ୍ଣାଟକର ବେଲଗାଭି, ତେଲେଙ୍ଗାନାର ସମସାବାଦ, ମହାରାଷ୍ଟ୍ରର ବାରମତି, ରାଜସ୍ଥାନର କିଷନଗଡ଼ ଓ ଆଜମେର ଠାରେ ୧ଶହ ଶଯ୍ୟା ବିଶିଷ୍ଟ ହସପିଟାଲ ସମେତ ଗ୍ରେଟର ନୋଇଡ଼ାରେ ୩୫୦ ଶଯ୍ୟାବିଶିଷ୍ଟ ଏବଂ ଆନ୍ଧ୍ର ପ୍ରଦେଶର କୁର୍ଣ୍ଣୁଲ ଠାରେ ୩୦ ଶଯ୍ୟା ବିଶିଷ୍ଟ ଇଏସଆଇ ହସପିଟାଲ ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ଯାଦବ କହିଛନ୍ତି।

kalyan agarbati

Comments are closed.