www.samajalive.in
Sunday, December 7, 2025
26.1 C
Bhubaneswar

୧୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ : ୪ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଚାଲାଣଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଟିଟିବିରି ଛକ ନିକଟରୁ ଚୋରାଚାଲାଣ ହେଉଥିବା ଦୁଇଟି ଗାଡିରୁ ୧୦ କ୍ୱିଣ୍ଟାଲ ୬୧ କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଛି। ମାଲକାନଗିରି ଜିଲ୍ଲାର ଚାଲାଣଗୁଡ଼ା ରାସ୍ତା ଦେଇ ଗଞ୍ଜେଇ ମାଫିଆମାନେ ପ୍ରତିଦିନ ଛତିଶଗଡ଼ ରାଜ୍ୟ ସହ ଅନ୍ୟ ପଡ଼ୋଶୀ ରାଜ୍ୟକୁ ବିଭିନ୍ନ ଛୋଟ ବଡ଼ ଗାଡିରେ ଗଞ୍ଜେଇ ଚାଲାଣ କରୁଥିବା ଖବର ପାଇ ଅବକାରୀ କର୍ମଚାରୀମାନେ ଟିଟିବିରି ଛକରେ ଜଗି ରହିଥିଲେ। ଏହି ସମୟରେ ପଦ୍ମଗିରି ଆଡୁ ଆସୁଥିବା ଏକ ଟ୍ରକ୍‍କୁ ଯାଞ୍ଚ ବେଳେ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା।

ସେହିପରି ଅନ୍ୟ ଏକ ଘଟଣା କ୍ରମେ କାଲିମେଳାରୁ ଦିଲ୍ଲୀ ଗଞ୍ଜେଇ ଚାଲାଣ କରୁଥିବା ଏକ କାର୍‍କୁ ମଧ୍ୟ ଜିଲ୍ଲା ଅବକାରୀ ବିଭାଗ ଜବତ କରିଛି । ଦୁଇଟି ଗାଡିରୁ ୧୦ କ୍ୱିଣ୍ଟାଲ ୬୧ କିଲୋଗ୍ରାମ ଗଞ୍ଜେଇ ସହ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ପୁଲିସ ଗିରଫ କରିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories