ଗରମରେ ଥଣ୍ଡା ପାଣି ପିଇବାକୁ ମନ ହୁଏ । ଏଥିପାଇଁ ଘରେ ଲୋକେ ଫ୍ରିଜ୍ ବ୍ୟବହାର କରିଥାନ୍ତି । କିନ୍ତୁ ମାଠିଆ ପାଣି ଶରୀର ପାଇଁ ସର୍ବୋତ୍ତମ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି । ମାଠିଆ ପାଣି ପ୍ରାକୃତିକ ଉପାୟରେ ଥଣ୍ଡା ହୋଇଥିବାରୁ ଏହି ପାଣି ଶରୀରକୁ କୌଣସି କ୍ଷତି ପହଞ୍ଚାଇ ନଥାଏ । ତେବେ ମାଠିଆ ପାଣି ପିଇବାର ଅନେକ ଲାଭ ବିଷୟରେ ଆସନ୍ତୁ ଜାଣିବା ।
ମାଠିଆ ପାଣି ପିଇବା ଦ୍ବାରା ପେଟ ଥଣ୍ଡା ରହିବା ସହ ପାଚନ କ୍ରିୟା ସଠିକ୍ ଭାବେ ହୋଇଥାଏ ।
ବଦହଜମୀ ଏବଂ ଅମ୍ଳ ସମସ୍ୟା ଦୂର ହୋଇଥାଏ ।
ମାଠିଆ ପାଣି ପିଇବା ଦ୍ବାରା ଶରୀରରେ ହରମୋନ୍ ସ୍ତର ନିୟନ୍ତ୍ରିତ ରହିଥାଏ ।
ଏହା ଦ୍ବାରା ମେଟାବୋଲିଜିମ୍ (ଶରୀରର ବୃଦ୍ଧିକାରୀ ଓ ଶକ୍ତି ଦାୟକ ସମସ୍ତ ରାସାୟନିକ ପ୍ରକ୍ରିୟା) ସଠିକ୍ ରହିଥାଏ ।
ମାଠିଆ ପାଣିରେ ରୋଗ ପ୍ରତିରୋଧକ ଶକ୍ତି ଭରପୁର ମାତ୍ରାରେ ରହିଥାଏ ।
ମାଠିଆରେ ଥିବା ବିଶେଷ ତତ୍ତ୍ବ ପାଣିର ଅଶୁଦ୍ଧତା ଦୂର କରିଥାଏ ।
ମାଠିଆ ପାଣି ଶରୀରକୁ ଆବଶ୍ୟକୀୟ ମିନେରାଲ୍ସ ପ୍ରଦାନ କରିଥାଏ ।
ଥଣ୍ଡା, କାଶ ଏବଂ ଗଳା ସମସ୍ୟା ଭଳି ରୋଗ ହୋଇ ନଥାଏ ।
ମାଠିଆ ପାଣି ଅଂଶୁଘାତରୁ ରକ୍ଷା କରିଥାଏ ।



