ପ୍ରତି ୩ କିଲୋମିଟରରେ ଖୋଲିବ ଗୋଟିଏ ଡାକଘର
ଡେସ୍କ: ଦେଶରେ ପ୍ରତି ୩ କିଲୋମିଟର ଅଞ୍ଚଳରେ ଡାକଘର ସ୍ଥାପନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟସଭାରେ ଉତ୍ତର ଦେବା ଅବସରରେ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରଶେଖର ପେମାସାନି କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ୧୦ ହଜାର ୫୦୦ରୁ ଅଧିକ ନୂଆ ଡାକଘର ଖୋଲା ଯାଇଛି ଓ ସେଥି ମଧ୍ୟରୁ ୯୦ ପ୍ରତିଶତ ଗ୍ରାମାଞ୍ଚଳରେ ରହିଛି। ନୂଆ ଡାକଘର ମଧ୍ୟରୁ ୫ ହଜାରରୁ ଅଧିକ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ରହିଛି। ଗତ ୫ ବର୍ଷ ମଧ୍ୟରେ ଡାକ ବିଭାଗର କୌଣସି କର୍ମଚାରୀ ଚାକିରି ହରାଇ ନାହାନ୍ତି ବୋଲି ଶ୍ରୀ ପେମାସାନି ସ୍ପଷ୍ଟ କରିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ଦେଶରେ ଏକ ଲକ୍ଷ ୬୫ ହଜାରରୁ ଅଧିକ ଡାକଘରେ ପାଖାପାଖି ୪ ଲକ୍ଷ ୫୦ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି।
Comments are closed.